ନୂଆଦିଲ୍ଲୀ,୨୧/୦୪; ଆମେରିକା-ଇରାନ ଯୁଦ୍ଧ ବଢିବା ପରି ମନେ ହେଉଛି । ମାସେ ଧରି ଚାଲିଥିବା ଭୟଙ୍କର ସଂଘର୍ଷ ପରେ ସମ୍ପ୍ରତି ପାକିସ୍ତାନର ଇସଲାମାବାଦରେ ଉଭୟଙ୍କ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଥିଲା । ୨୧ ଘଣ୍ଟାର ଆଲୋଚନା ପରେ କିଛି ପରିଣାମ ବାହାରିନଥିଲା ।ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି । ହୋର୍ମୁଜ ପ୍ରଣାଳୀରେ ଛକାପଞ୍ଝା ଲାଗି ରହିଛି । ଉତ୍ତେଜନା ତୀବ୍ର ହୋଇଛି । ନୂଆ ବିଶ୍ୱ ଉତ୍ତେଜନା ମଧ୍ୟରେ, ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ତାର ରିପୋର୍ଟରେ ଚୀନ ଏବଂ ଭାରତ ସମେତ ଏସୀୟ ଦେଶଗୁଡିକୁ ଏକ ଝଟକା ଦେଇଛି ।
ଜାତିଂସଘ ଚୀନର ଉତ୍ତେଜନା ବଢାଇଛି- ଇରାନ ଯୁଦ୍ଧ ଯୋଗୁଁ ଜାତିସଂଘ ଚୀନ ଏବଂ ଭାରତ ପାଇଁ ଆର୍ଥିତ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛି । ଏହା ବ୍ୟତତ, ଅନ୍ୟ ଏସୀୟ ଦେଶଗୁଡିକ ପାଇଁ ମଧ୍ୟ ଆର୍ଥିକ ଅଭିବୃଦ୍ଧ ପୂର୍ବାନୁମାନକୁ ହ୍ରସ କରିଛି । ରିପୋର୍ଟରେ ଆକଳନ କରାଯାଇଛି ଯେ, ଚୀନର ଅଭିବୃଦ୍ଧି ୫ ପ୍ରତିଶତ କମ୍ ହୋଇପାରେ ଯାହା ଡ୍ରାଗନ ପାଇଁ ଏକ ବଡ଼ ଆଘାତ ହେବ । ଏସିଆ ଏବଂ ପ୍ରଶାନ୍ତ ମହାସାଗର ପାଇଁ ଅର୍ଥନୈତିକ ଏବଂ ସାମାଜିକ କମିଶନର ଜଣେ ବରିଷ୍ଠ ଅର୍ଥନୈତିକଜ୍ଞଙ୍କ ଅନୁଯାୟୀ, ଚଳିତବର୍ଷ ଚୀନର ଅର୍ଥନୀତି ମନ୍ଥର ଗତିରେ ବୃଦ୍ଧି ପାଇବ । ଗତବର୍ଷ ୨୦୨୫ରେ ଚୀନର ଅର୍ଥନୈତିକ ଅଭିବୃଦ୍ଧ ୫ ପ୍ରତିଶତ ଥିଲା । କିନ୍ତୁ ଏହି ବର୍ଷ ଏହା ୪.୬%ରୁ ୪.୩% ମଧ୍ୟରେ ବୃଦ୍ଧି ପାଇବାର ଆଶା କରାଯାଉଛି । ଏହାର ମୁଖ୍ୟ କାରଣ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ଲଢେଇ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ଲଗାତାର ବୃଦ୍ଧି ବୋଲି କୁହାଯାଉଛି । ପ୍ରଥମେ ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ନିୟନ୍ତ୍ରଣ, ତାପରେ ଇରାନ ଯୁଦ୍ଧ ହୋର୍ମୁଜରେ ଅବରୋଧ ଯୋଗୁଁ ତେଲ ଏବଂ ଗ୍ୟାସ୍ ଯୋଗାଣରେ ବାଧା ଚୀନ ଉପେର ସବୁଠାରୁ ଖରାପ ପ୍ରଭାବ ପକାଇଛି, କାରଣ ଏହା ସବୁଠାରୁ ବଡ଼ କ୍ରେତା ।
ପ୍ରଥମ ତ୍ରୈମାସିକରେ ଆଶାଠାରୁ ଭଲ ୫% ଅଭିବୃଦ୍ଧି ପୋଷ୍ଟ କରି ଚୀନ୍ ସ୍ଥିରତା ପ୍ରଦର୍ଶନ କରିଥିବାରୁ ଏହାକୁ ଡ୍ରାଗନ୍ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଇପାରେ। ଚୀନ୍ ଅର୍ଥମନ୍ତ୍ରୀ ଲାନ୍ ଫୋ'ଆନ୍ ମଧ୍ୟ ଗତ ସପ୍ତାହରେ ଜୋର ଦେଇ କହିଥିଲେ ଯେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ରହିବ ।
ଭାରତର ଅଭିବୃଦ୍ଧି ପୂର୍ବାନୁମାନରେ ବଡ଼ ହ୍ରାସ- କେବଳ ଚୀନ୍ ନୁହେଁ, ଜାତିସଂଘ ମଧ୍ୟ ଭାରତ ପାଇଁ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛି। ଅର୍ଥନୀତିଜ୍ଞ ହମଜା ମାଲିକଙ୍କ ଉଦ୍ଧୃତି ଦେଇ କୁହାଯାଇଛି ଯେ ଗତ ବର୍ଷ ଭାରତୀୟ ଅର୍ଥନୀତି ୭% ରୁ ଅଧିକ ହାରରେ ଅଭିବୃଦ୍ଧି କରିଥିଲା। ତଥାପି, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏହି ବର୍ଷ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ପେଟ୍ରୋଲ ଏବଂ ସାରର ବୃଦ୍ଧି ଅର୍ଥନୀତିର ଗତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି ସମସ୍ତ କାରଣ ଯୋଗୁଁ, ଜାତିସଂଘ ଆଶା ପ୍ରକାଶ କରିଛି ଯେ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ପ୍ରାୟ ୬% ରହିବ, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧% ହ୍ରାସ ପାଇବ ।
ଏହା ବି ପଢନ୍ତୁ...Benjamin Netanyahu : ଆଉ ମାତ୍ର ୨୪ ଘଣ୍ଟା... ପୁଣି ଥରେ ଆରମ୍ଭ ହେବକି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ? ନେତନ୍ୟାହୁଙ୍କ ଧମକ ପରେ ବଢିଲା ଟେନସନ୍
ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ହମଜା ମାଲିକ କହିଛନ୍ତି, ଏସିଆ-ପ୍ରଶାନ୍ତ ମହାସାଗର ବିଶ୍ୱ ଆର୍ଥିକ ଅଭିବୃଦ୍ଧିର ଇଞ୍ଜିନ ଭାବରେ ରହିଛି। ତେଣୁ, ଏସିଆ-ପ୍ରଶାନ୍ତ ମହାସାଗରରେ ଯାହା ଘଟେ ତାହା କେବଳ କିଛି ଦେଶ ପାଇଁ ନୁହେଁ, ବରଂ ବିଶ୍ୱର ଅନ୍ୟାନ୍ୟ ଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । " ଏସୀୟ ବିକାଶ ବ୍ୟାଙ୍କ (ADB) ମଧ୍ୟ ଚଳିତ ବର୍ଷ ବିକାଶଶୀଳ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆକଳନ କରିଛି ।