PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ସାଉଥ୍ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା, ମାନସିକ ଚାପ ଯୋଗୁ ନେଲେ ଏହି ପଦକ୍ଷେପ

postsen

ନୂଆଦିଲ୍ଲୀ ୨୪/୦୧: ସାଉଥ୍ ଅଭିନେତା ସୁଧୀର ଭର୍ମାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ସୋମବାର ଦିନ ସୁଧୀର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଚିନ୍ତା ଏବଂ ଚାପ ଯୋଗୁଁ ସୁଧୀର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

Sudheer Varma Suicide: साउथ एक्टर सुधीर वर्मा ने की आत्महत्या, डायरेक्टर ने  सोशल मीडिया पर दी जानकारी

ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୦ ରେ ସୁଧୀର କିଛି ବିଷାକ୍ତ ପଦାର୍ଥ ଖାଇଥିଲେ, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ହାଇଦ୍ରାବାଦରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ଯାଇ ସୁଧୀର ବିଷ ଖାଇବା ବିଷୟରେ କହିଥିଲେ ଏବଂ ପରେ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ସମୟ ଧରି ଏଠାରେ ଚିକିତ୍ସିତ ହେଉଥିଲେ।

ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସୁଧୀରଙ୍କୁ ଜାନୁଆରୀ ୨୧ ରେ ବିଶାଖାପାଟନମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୩ ରେ ଚିକିତ୍ସା ସମୟରେ ସୁଧୀରଙ୍କର ମୃତ୍ୟୁ ହୋଇଛି। ସୁଧୀରଙ୍କ ମୃତ୍ୟୁ ଖବର ପାଇବା ପରେ ଫ୍ୟାନ୍ସ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ସମ୍ବନ୍ଧିତ ଖବର