PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଭାଙ୍ଗିବ ସପା-ବସପା ମେଣ୍ଟ!

ନୂଆଦିଲ୍ଲୀ,୩ ।୬(ଏଜେନ୍ସି): ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ମଧ୍ୟରେ ଥିବା ମେଣ୍ଟ ଏବେ ଭାଙ୍ଗିବାକୁ ଯାଉଛି । ଯାହାର ଇଙ୍ଗିତ ଆଜି ବସପା ମୁଖ୍ୟ ମାୟାବତୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ସେ କହିଛନ୍ତି ନିର୍ବାଚନରେ ମେଣ୍ଟ ଦଳ ସଳ ହୋଇପାରିଲେ ନାହିଁ । ତେଣୁ ମେଣ୍ଟ ରହିବ କି ନାହିଁ ବର୍ତ୍ତମାନ ତାହା ଉପରେ ସମୀକ୍ଷା କରାଯିବ । ଯଦି ଦୁଇଦଳ ମଧ୍ୟରେ ମେଣ୍ଟ ନରହିବ ତେବେ ୨୦୨୨ ବିଧାନସଭା ନିର୍ବାଚନ ଉଭୟ ଦଳ ପୃଥକ ଭାବେ ଲଢିବେ । କେବଳ ଏତିକି ନୁହେଁ, ସେ ଲୋକସଭା ନିର୍ବାଚନରେ ପରାଜୟ ପାଇଁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦାୟୀ କରିଛନ୍ତି ।

ଏକଥା ଆହୁରି ବି କହିଛନ୍ତି ଯେ ଅଖିଳେଶ ନିଜ ପତ୍ନୀ ଡିମ୍ପଲ ଯାଦବ (କନୌଜ ଆସନ) ଙ୍କୁ ମଧ୍ୟ ଜିତାଇ ପାରିଲେ ନାହିଁ । ନୂଆଦିଲ୍ଲୀରେ ଆଜି ମାୟାବତୀ ନିର୍ବାଚନ ପରାଜୟ ନେଇ ସମୀକ୍ଷା କରିଛନ୍ତି । ବସପାକୁ ସନ୍ତୋଷଜନକ ଆସନ ନ ମିଳିବା ଓ କେତେକ ଆସନରେ ଜିତିବା ସମ୍ଭାବନା ଥିଲେ ମଧ୍ୟ ସେଠାରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ଘଟଣାର ସମୀକ୍ଷା କରିବା ଲାଗି ସେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବୈଠକ ଡାକିଥିଲେ । ଏଥିରେ ବସପାର ସବୁ ସାଂସଦ, ଜୋନ୍‌ ଅଧ୍ୟକ୍ଷ ଓ ୟୁପିର ସବୁ ଜିଲ୍ଲା ଶାଖା ମୁଖ୍ୟମାନେ ଯୋଗଦେଇଥିଲେ । ବୈଠକରେ ମାୟାବତୀ କହିଥିଲେ ଯେ ଏବେ ତାଙ୍କ ଦଳ ସମସ୍ତ ୧୧ଟି ବିଧାନସଭା ଉପନିର୍ବାଚନ ଏକାକି ଲଢ଼ିବ । ଏଥିପାଇଁ ମେଣ୍ଟ ଦଳର ସହଯୋଗ ଦରକାର ନାହିଁ । ଏଥିସହ ସେ ଇଭିଏମ୍‌ ହେରରେ ଅଭିଯୋଗ ମଧ୍ୟ ଆଣିଛନ୍ତି । ସେ କହିଛନ୍ତି ସପା ନେତା ଶିବପାଳ ଯାଦବଙ୍କ ଯୋଗୁ ରାଜ୍ୟର ଯାଦବ ଭୋଟ ସପାକୁ ମିଳିପାରିଲା ନାହିଁ । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ସପା ସହିତ ହାତ ମିଳାଇବା ସମ୍ଭାବନା କମ । ମାୟାବତୀଙ୍କ ଏହି ବୟାନ ଯଦି ସତହୁଏ ତେବେ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଉଭୟ ଦଳ ପୃଥକ ଭାବେ ଲଢ଼ିବେ । ଯାହା ଫଳରେ ପୁଣିଥରେ ଉଭୟ ଦଳ ମୁହାଁମୁହିଁ ହେବା ଦେଖିବାକୁ ମିଳିବ ।

ଦଳର ପରାଜୟକୁ ନେଇ ଗତକାଲି ମାୟାବତୀ ୬ଟି ରାଜ୍ୟର ଲୋକସଭା ନିର୍ବାଚନ ପ୍ରଭାରୀଙ୍କୁ ହଟାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଗୁଜରାଟ ଓ ଓଡ଼ିଶାର ପ୍ରଭାରୀ । ଏଥିସହିତ ଦିଲ୍ଲୀ ଓ ମଧ୍ୟପ୍ରଦେଶ ସମେତ ୩ ରାଜ୍ୟରେ ଦଳର ମୁଖ୍ୟଙ୍କୁ ମଧ୍ୟ ହଟାଇଛନ୍ତି ।ଅବଶ୍ୟ ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଏଥର ବସପା ଭଲ ପ୍ରଦର୍ଶନ କରି ୧୦ ଆସନ ଜିତିଛି । କିନ୍ତୁ ଦଳକୁ ଆଶାଠାରୁ କମ୍‌ ଆସନ ମିଳିଛି । ରାଜ୍ୟରେ ୫୦ରୁ ଅଧିକ ଆସନ ମେଣ୍ଟ ଦଳ ପାଇବ ବୋଲି ସେମାନେ ଆଶା ରଖିଥିଲେ । ମାତ୍ର ଉଭୟ ଦଳ ୧୫ଟି ଆସନ ହାସଲ କରିଛନ୍ତି ।

କୁହାଯାଉଛି କି ମାୟାବତୀଙ୍କ ଟାର୍ଗେଟରେ ଅଛନ୍ତି ଉତ୍ତରପ୍ରଦେଶରେ ଦଳର ୪୦ ସଂଯୋଜକ ଓ ଜୋନାଲ ସଂଯୋଜକ । ସେମାନଙ୍କୁ ମଧ୍ୟ ପଦବୀରୁ ହଟାଯିବାର ସମ୍ଭାବନା ରହିଛି । ୨୦୧୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରଠାରୁ ବସପା ପ୍ରତି ଜନସମର୍ଥନ ହ୍ରାସ ପାଇବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଥିଲା ଯେ ୨୦୧୪ ଲୋକସଭା ନିର୍ବାଚନରେ ଦଳ ଖାତା ମଧ୍ୟ ଖୋଲିପାରି ନଥିଲା । ୨୦୧୭ ବିଧାନସଭା ନିର୍ବାଚନରେ ଦଳକୁ ମାତ୍ର ୧୯ଟି ଆସନ ମିଳିଥିଲା । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସପା ସହିତ ବସପା ମେଣ୍ଟ କରିଥିଲା । ମାତ୍ର ନିର୍ବାଚନରେ ବସପାକୁ ୧୦ ଆସନ ମିଳିଥିଲା ବେଳେ ସପାକୁ ୫ ଆସନ ମିଳିଥିଲା ।

ଠିକ୍‌ ୨୪ ବର୍ଷ ତଳେ…
ଆଜକୁ ଠିକ୍‌ ୨୪ ବର୍ଷ ତଳେ ୧୯୯୫ ଜୁନ ୩ ତାରିଖରେ ଅଖିଳେଶଙ୍କ ପିତା ମୁଲାୟମ ସିଂହ ଯାଦବଙ୍କୁ ଧୋକାଦେଇ ବିଜେପି ସମର୍ଥନରେ ମାୟାବତୀ ମୁଖ୍ୟମନ୍ତ୍ରୀ ବନିଥିଲେ । ଆଜି ଠିକ୍‌ ସେହିଭଳି ମେଣ୍ଟ ଭାଙ୍ଗିବାର ଇଙ୍ଗିତ କରି ଅଖିଳେଶଙ୍କୁ ଧୋକା ଦେଇଛନ୍ତି ମାୟାବତୀ । କାରଣ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପରେ ଯଦି କାହାକୁ ଅଧିକ ସଫଳତା ମିଳିଥାଏ ତେବେ ସେ ହେଉଛି ବସପା । ୨୦୧୪ରେ ବସପା ଏକାକୀ ନିର୍ବାଚନ ଲଢ଼ି ଖାତା ଖୋଲିପାରି ନଥିଲା । ଏଥର କିନ୍ତୁ ସପା ସହ ମେଣ୍ଟ କରି ୧୦ଟି ଆସନ ପାଇଛି । ଯଦି ସପା ଭୋଟ ବସପାକୁ ମିଳି ନଥାନ୍ତା ତେବେ ବସପାର କେହି ନିର୍ବାଚିତ ହୋଇପାରି ନଥାନ୍ତେ । ସେଥିପାଇଁ ଅଖିଳେଶ ହିଁ ପ୍ରଥମେ ମେଣ୍ଟରୁ ଦୂରେଇବା କଥା ବିଚାର କରୁଥିଲେ । ମାତ୍ର ମାୟବତୀ ପ୍ରଥମେ ଘୋଷଣା କରିଦେଲେ ।

୧୯୯୫ ଜୁନ ୩ରେ ମାୟାବତୀ ମୁଖ୍ୟମନ୍ତ୍ରୀ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ ୨ରେ ଲକ୍ଷେ୍ନø ଗେଷ୍ଟହାଉସ କାଣ୍ଡ ଘଟିଥିଲା । ୧୯୯୩ ବିଧାନସଭା ନିର୍ବାଚନରେ ବିଜେପିକୁ ଦୂରେଇ ରଖିବା ଲାଗି ସପା ନେତା ମୁଲାୟମ ଓ ବସପା ନେତା କାଂଶୀରାମ ମେଣ୍ଟ କରି ଏକାଠି ଲଢ଼ିଥିଲେ । ବସପା ସମର୍ଥନରେ ମୁଲାୟମ ମୁଖ୍ୟମନ୍ତ୍ରୀ ହେଲେ । ମାତ୍ର ତାହା ବେଶୀଦିନ ତିଷ୍ଠି ପାରି ନଥିଲା । ମତଭେଦ ଯୋଗୁ ୧୯୯୫ ଜୁନ ୨ରେ ବସପା ସମର୍ଥନ ପ୍ରତ୍ୟାହାର କରିବାରୁ ମୁଲାୟମଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହେଲା । ସେହିଦିନ ଲକ୍ଷେ୍ନ ଗେଷ୍ଟ ହାଉସ୍‌ରେ ମାୟାବତୀ ନିଜ ବିଧାୟକଙ୍କ ସହ ବୈଠକ କରୁଥିଲା ବେଳେ ସପା କାର୍ଯ୍ୟକର୍ତ୍ତା ତାଙ୍କ ଉପରେ ଆକ୍ରମଣ କଲେ । ଏହାର ଦିନକ ପରେ ମାୟାବତୀ ବିଜେପି ଓ ଅନ୍ୟ ଦଳର ବାହ୍ୟ ସମର୍ଥନରେ ସରକାର ଗଠନ କରି ନିଜେ ମୁଖ୍ୟମନ୍ତ୍ରୀ ହେଲେ ।

ସମ୍ବନ୍ଧିତ ଖବର