PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ମାସ୍କ ନପିନ୍ଧି ଚାଲାଣ କାଟୁଥିଲେ ଥାନାବାବୁ , ଏସପି କାଟିଦେଲେ SHOଙ୍କର ଚାଲାଣ – କହିଲେ ନିୟମ ସମସ୍ତଙ୍କ ପାଇଁ ସମାନ

khabar.ndtv.com

ଉତ୍ତର ପ୍ରଦେଶ – ଉତ୍ତର ପ୍ରଦେଶରେ ଘଟିଛି ଏହି ଘଟଣାଟି । ଫେସ୍‌ ମାସ୍କ ପିନ୍ଧିନଥିବା  ଲୋକଙ୍କର ଚାଲାଣ କାଟୁଥିବା ଜଣେ ଥାନା ବାବୁ  ନିଜେ ମାସ୍କ ଲଗାଇନଥିଲେ । ଏହା ଦେଖି ଏସ୍‌ପି ତାଙ୍କର ଚାଲାଣ କାଟିଦେଲେ।

ଉଲ୍ଲେଖନୀୟ ଯେ , ବୋଣ୍ଡି ଥାନା ପ୍ରଭାରୀ ସୁଭାଷ ଚନ୍ଦ୍ର ସିଂହ ଗାଡ଼ି ଚେକିଂ ସମୟରେ ବିନା ମାସ୍କରେ ଚାଲି ଚାଲି ଯାଉଥିବା ଓ ସାଇକେଲ୍‌ ଚଢ଼ି ଯାଉଥିବା ଗ୍ରାମବାସୀଙ୍କୁ ଚାଲାଣ କାଟୁଥିଲେ । ପୁଲିସ୍‌ ଜଣଙ୍କ ଲୋକଙ୍କୁ ମାସ୍କ ନପିନ୍ଧିବାରୁ ସଚେତନ ତ କରୁଥିଲେ , ହେଲେ ନିଜେ କିନ୍ତୁ  ମାସ୍କ ପିନ୍ଧିନଥିଲେ।

କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ କି ଗାମୁଛା ବାନ୍ଧିଥିବା ପରେ ବି  ପୁଲିସ୍‌ ତାଙ୍କ ଠାରୁ ଫେସ୍‌ ମାସ୍କ ଯୋଗୁଁ ଚାଲାଣ କାଟି ଦେଇଥିଲେ । ଏହି  ବିଷୟରେ ପୁଲିସ୍‌ ଅଧିକ୍ଷକ ବିପିନ୍‌ ମିଶ୍ର ଜାଣି ପାରିଲେ ଏବଂ ବିନା ମାସ୍କରେ ଏହି ପୁଲିସ୍‌ଙ୍କର ଫଟୋ ଦେଖି  ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ  ସୋମବାର ଦିନ ସଂପୃକ୍ତ ପୁଲିସ୍‌ ବାବୁଙ୍କର ୫୦୦ଟଙ୍କା ଜୋରିମାନା କାଟିଥିଲେ।