ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (ସପା)ର ପ୍ରବକ୍ତା ତାରିକ୍ ଖାନଙ୍କୁ ଜୀବନରେ ମାରିବାର ମିଳିଛି ଧମକ। ଅଭିଯୁକ୍ତ ତାଙ୍କୁ ଫୋନ୍‌ରେ ଧମକ ଦେଇ ନିଜକୁ କୁଖ୍ୟାତ୍‌ ମାଫିଆ ଡନ୍‌ ଲରେନ୍ସ ବିଶ୍ନୋଇର ଲୋକ କହିଛି। ଟିଭି ଡିବେଟ୍‌ରେ ଭାଗ ନେଇ ପାର୍ଟି ସପକ୍ଷରେ କହିବା ଯୋଗୁଁ ନିରାଶ ଅଭିଯୁକ୍ତ ଧମକାଇ କହିଛି ଯେ, ଆଗାମୀ ନମ୍ୱର ତୁମର। ଯେବେ ତାରିକ୍‌ କହିଲେ, ସେ କୌଣସି ଲରେନ୍ସକୁ ଜାଣନ୍ତି ନାହିଁ ତ ଅଭିଯୁକ୍ତ ତାଙ୍କୁ ଦୁଇ ତିନି ଦିନ ଅପେକ୍ଷା କରିବାକୁ କହିଲା ଏବଂ ଗାଳି ଦେଇ ଫୋନ୍ କାଟି ଦେଲା। ମାମଲା ଉତ୍ତର ପ୍ରଦେଶର ବହରାଇଚ୍‌ର। ତାରିକ୍‌ ଖାନ ଏହି ସମ୍ୱନ୍ଧରେ ବହରାଇଚ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ଦୁଇ ମାସ ହେବ ଫୋନ୍ କରି ଅନେକ ସମୟରେ ଫୋନରେ ଗାଳି ଗୁଲଜ କରୁଥିଲା। ସେ ଲଗାତାର ଅଭିଯୁକ୍ତର ଫୋନ୍‌ କଲ୍‌କୁ ଅଣଦେଖା କରୁଥିଲେ, କିନ୍ତୁ ଶନିବାର ସନ୍ଧ୍ୟାରେ ଆସିଥିବା ଫୋନ୍‌ କଲ୍‌ରେ ସେ ସିଧା ଜୀବନରେ ମାରିବାକୁ ଧମକ ଦେବାକୁ ଲାଗିଲା। ଏହାପରେ ତାରିକ୍‌ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରିଛି। ସେ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ଟିଭି ଡିବେଟ୍‌ରେ ସାମିଲ ହେବା ଓ ନିଜ ପାର୍ଟିର ପକ୍ଷ ରଖିବାରେ ଅସନ୍ତୁଷ୍ଟ ଥିଲା। 

ଅଭିଯୁକ୍ତର ତାରିକ ଖାନଙ୍କ ସହ କଥାବାର୍ତ୍ତାର କଲ୍‌ ରେକର୍ଡିଂ ଏହି ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେ କହିଛନ୍ତି ଯେ, ଏହି ସମ୍ୱନ୍ଧରେ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହାପରେ ଅଖିଳେଶ ଯାଦବ ତାଙ୍କୁ ଲକ୍ଷ୍ନୌ ଡାକିଛନ୍ତି। ଯଦି ଜରୁରୀ ହୁଏ ତ ଏହି ସମ୍ୱନ୍ଧରେ ଡିଜିପିଙ୍କୁ ଭେଟି ମଧ୍ୟ ଜଣାଇ ଦିଆଯିବ। ତାରିକ୍‌ ଖାନ ଏସପି ବହରାଇଚ୍‌କୁ ଅଭିଯୋଗ ଦେଇ କହିଛନ୍ତି କି , , ଏ କେହି ଫେକ୍‌ ବ୍ୟକ୍ତି ହୋଇ ଥାଇପାରେ, କିନ୍ତୁ ସେ ଯିଏବି ହେଉ ନିଶ୍ଚୟ ଧରା ପଡ଼ିବ। ତାଙ୍କର କଲ୍‌ ରେକର୍ଡିଂ ମଧ୍ୟ ପୁଲିସକୁ ଦିଆ ଯାଇ ସାରିଛି।

ଏହି କଲ୍‌ ରେକର୍ଡିଂରେ ଅଭିଯୁକ୍ତ କହୁଛି ଯେ , ଠିକ୍‌ରେ ରୁହ , ନୁହେଁ ତ ଆଗାମୀ ନମ୍ୱର ତୁମର ହୋଇ ନଯାଉ। କଥାବାର୍ତ୍ତା ମଝିରେ ସେ ଅଭଦ୍ର ଶବ୍ଦର ବ୍ୟବହାର କରୁଛି ଏବଂ ଠିକ୍‌ରେ ଭାଷଣ ଦେବାର ଚେତାବନୀ ଦେଉଛି। ଏହି ମଧ୍ୟରେ ତାରିକ୍‌ ଖାନ ଯେବେ କହୁଛନ୍ତି ଯେ, ସେ କୌଣସି ବିଶ୍ନୋଇକୁ ଜାଣନ୍ତି ନାହିଁ ତ ଅଭିଯୁକ୍ତ ରାଗି ଯାଇ କହୁଛି , ୨-୩ ଦିନ ରୁହ, ମୁଁ କହିବି ବିଶ୍ନୋଇ କିଏ। ବହରାଇଚର ଏସପି ସିଟି ରାମାନନ୍ଦ କୁଶୱାହାଙ୍କ ମୁତାବିକ, ମାମଲାର ଗୁରୁତ୍ୱକୁ ଦେଖି ପୁଲିସ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସାହାଯ୍ୟରେ ଯାଞ୍ଚ କରି ଦେଇଛି । ଏଥିପାଇଁ ଡେପୁଟୀ ଏସପି ରାଙ୍କ୍‌ର ଅଧିକାରୀଙ୍କୁ ଦାୟିତ୍ୱ ଦିଆ ଯାଇଛି।