ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ମାର୍ଚ୍ଚ ୩୧ରୁ ଉଡ଼ିବ ସ୍ପାଇସ୍‌ ଜେଟ୍‌ ବିମାନ: ଆଠ ଜଣିଆ ଦଳର ବିମାନବନ୍ଦର ନିରୀକ୍ଷଣ

ଝାରସୁଗୁଡ଼ା,୯ା୨(ଆପ୍ର): ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଉଡ଼ିବ । ବିମାନସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ୍‌ ଜେଟ୍‌ ପକ୍ଷରୁ ନିୟମିତ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ଝାରସୁଗୁଡ଼ା ବିମାନବନ୍ଦର ଗସ୍ତ ପରିପ୍ରେକ୍ଷୀରେ ସଂସ୍ଥାର ପ୍ରତିନିଧିମଣ୍ଡଳୀ ପ୍ରକାଶ କରିଛନ୍ତି । ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଏବଂ ବିମାନ ଯାତ୍ରୀଙ୍କ ଲାଗି ରହିଥିବା ଆନୁଷଙ୍ଗିକ ସୁବିଧା ସୁଯୋଗ, ଭିତ୍ତିଭୂମିର ତଦାରଖ ଉଦ୍ଦେଶ୍ୟରେ ଦିଲ୍ଲୀ ଓ କୋଲକାତାରୁ ଆସିଥିବା ଏହି ବୈଷୟିକ ପ୍ରତିନିଧି ଦଳ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
ଆଜି ପୂର୍ବାହ୍ନରେ ସ୍ପାଇସ୍‌ ଜେଟ୍‌ର ବୈଷୟିକ ପ୍ରତିନିଧି ଦଳ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରର ନିର୍ଦ୍ଦେଶକ ଏସ୍‌ କେ ଚୌହାନଙ୍କ ସହ ରନ୍‌ୱେ, ରାଡାର୍‌ ଆଦି ସମସ୍ତ ସ୍ଥାନ ବୁଲି ଦେଖିବା ପରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଯାତ୍ରୀଙ୍କ ଲାଗି ଆବଶ୍ୟକ ସୁବିଧା ଓ ସେବା ସଂପର୍କରେ ଟିକିନିଖି ପଚାରିବା ପରେ ସୁରକ୍ଷା ବ୍ୟବସ୍ଥା, ଆପାତକାଳୀନ ସେବା ଆଦିକୁ ନେଇ ସବିଶେଷ ତଥ୍ୟ ପଚାରି ବୁଝିଥିଲେ । ସମସ୍ତ ବିଷୟର ଅନୁଧ୍ୟାନ ପରେ ଉପଲବ୍ଧ ସୁବିଧା ସୁଯୋଗ ଏବଂ ଭିତ୍ତିଭୂମିକୁ ନେଇ ସନ୍ତୋଷ ପ୍ରକାଶ କରିବା ସାଙ୍ଗକୁ ଖୁବ୍‌ଶୀଘ୍ର ସଂସ୍ଥା ମୁଖ୍ୟଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଗଣମାଧ୍ୟମକୁ କହିଥିଲେ । ସମର୍‌ ସିଡ୍ୟୁଲ୍‌ ୩୧ ମାର୍ଚ୍ଚରୁ ଆରମ୍ଭ ହେବା ସହ ଦିଲ୍ଲୀରୁ ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା-ଦିଲ୍ଲୀ ମଧ୍ୟରେ ବୋଇଂ ୭୩୭, କୋଲକାତାରୁ ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା-କୋଲାକାତାକୁ ୭୮ ସିଟ୍‌ ବିଶିଷ୍ଟ କ୍ୟୁ-୪୦୦ ବିମାନ, ହାଇଦ୍ରାବାଦରୁ ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା-ହାଇଦ୍ରାବାଦ ମଧ୍ୟରେ କ୍ୟୁ-୪୦୦ ବିମାନ ଚଳାଚଳ ନେଇ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଯୋଜନା ରହିଛି । ଅନ୍ୟ ରୁଟ୍‌ ଝାରସୁଗୁଡ଼ାରୁ ମୁମ୍ବାଇ, ଭୁବନେଶ୍ୱର ଏବଂ ରାୟପୁରକୁ ମଧ୍ୟ ଅନ୍ୟ ବିମାନସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ମାର୍ଚ୍ଚ ଶେଷ ସୁଦ୍ଧା ସେବା ଆରମ୍ଭ କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି ।
ପ୍ରକାଶଯୋଗ୍ୟ, ଉଡ଼ାନ-୩ରେ ଝାରସୁଗୁଡ଼ା ବିମାନବନ୍ଦରରୁ ୬ଟି ରୁଟ୍‌ରେ ବିମାନସେବା ପାଇଁ ଜେଟ୍‌ ଏୟାରୱେଜ୍‌, ଏଲାୟନ୍ସ ଏୟାର, ଟର୍ବୋ ଏଭିଏସନ ଭଳି ସଂସ୍ଥାଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଡ଼ାନ ୩.୧ ଅନୁଯାୟୀ ପୂର୍ବରୁ ବାଦ୍‌ ପଡ଼ିଥିବା ଝାରସୁଗୁଡ଼ାରୁ ରାଞ୍ଚିକୁ ବିମାନସେବା ଲାଗି ବିଡିଂ ପ୍ରକ୍ରିୟା ଜାରି ରହିଛି । ଇଂ. ଅବଧେଶ କୁମାରଙ୍କ ନେତୃତ୍ୱରେ ସ୍ପାଇସ୍‌ ଜେଟ୍‌ ସଂସ୍ଥାର ବୈଷୟିକ ଟିମ ପରିଦର୍ଶନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.