ନୂଆଦିଲ୍ଲୀ, ୦୫/୦୨ : ସ୍ପେନ୍ ଓ ଗ୍ରୀସ୍‌ରେ ୧୬ରୁ କମ୍ ବର୍ଷୀୟ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ । ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନ୍‌ଚେଜ୍ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଗୁଡ଼ିକ ୟୁଜର୍‌ଙ୍କ ବୟସ ଯାଞ୍ଚ୍‌କୁ  କଡ଼ାକଡ଼ି କରିବା ଉଚିତ୍ ଏବଂ ପିଲାଙ୍କୁ ହାନିକାରକ ଅନ୍‌ଲାଇନ୍ ବିଷୟବସ୍ତୁଠୁ ସୁରକ୍ଷିତ ରଖିବା ଉଚିତ୍ ।

ଆହୁରି ପଢ଼ନ୍ତୁ :- 'ସେ ପୋଷା କୁକୁର ନୁହେଁ, ସେ ଆମ ସନ୍ତାନ...'୧୫ ଲକ୍ଷ ଖର୍ଚ୍ଚ କରି ପୋଷା କୁକୁରକୁ ଭାରତରୁ ଅଷ୍ଟ୍ରେଲିଆ ନେଲେ ଦମ୍ପତି

ଗତ ବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିବା ପରେ ଏହି ଘୋଷଣା ହୋଇଛି । ବ୍ରିଟେନ ସରକାର ମଧ୍ୟ ଏହି ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି । ଫ୍ରାନ୍ସ, ଡେନ୍‌ମାର୍କ ଓ ଗ୍ରୀସ୍ ଭଳି ଅନ୍ୟ ୟୁରୋପୀୟ ଦେଶ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର ନିମନ୍ତେ ନିଜସ୍ୱ ବୟସ ସୀମା ନିର୍ଦ୍ଧାରଣ ଲାଗି ବିଚାର କରୁଥିବା ଘୋଷଣା କରିଛନ୍ତି । ସ୍ପନ୍ ସଂସଦରେ ସୋସିଆଲ ମିଡିଆ ବ୍ୟାନ୍ ପ୍ରସ୍ତାବ ଅଦ୍ୟାବଧି ପାରିତ ହୋଇନାହିଁ । ଏ ନେଇ ଦୁବାଇରେ ୱର୍ଲଡ ଗଭର୍ନମେଣ୍ଟ୍ସ ସମିଟ୍ରେ ପ୍ରଧାନମନ୍ତ୍ରୀ ସାନ୍‌ଚେଜ୍ କହିଛନ୍ତି, ଆଜି ଆମ ପିଲାମାନେ ଏଭଳି ଏକ ଦୁନିଆ ସଂସ୍ପର୍ଶରେ ଆସିଛନ୍ତି, ଯେଉଁଠିକୁ ସେମାନଙ୍କୁ କଦାପି ଯିବାର ନ ଥିଲା । ଆମେ ଏହାକୁ ଆଉ ଗ୍ରହଣ କରିବୁ ନାହିଁ । ଆମେ ସେମାନଙ୍କୁ ସୁରକ୍ଷା ଦେବୁ ।

ଆହୁରି ପଢ଼ନ୍ତୁ :- ଚୀନର ଦବଦବା ଶେଷ କରିବାକୁ ଆମେରିକା ପ୍ରସ୍ତୁତି; ୫୦ ଦେଶ ପାଇଁ ଚକ୍ରବ୍ୟୁହ ଗଢ଼ୁଛନ୍ତି ଟ୍ରମ୍ପ, ଲିଷ୍ଟରେ ଅଛି କି ଭାରତ ?