PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ତେଲଙ୍ଗାନା କଂଗ୍ରେସରେ ଝଡ଼; ଟିଆରଏସ୍‌ରେ ମିଶିବେ ୧୨ ବିଧାୟକ

ତେଲଙ୍ଗାନା,୬ ।୬(ଏଜେନ୍ସି): ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ପରାଜୟ ପରେ କଂଗ୍ରେସରେ ଦିନକୁ ଦିନ ସଙ୍କଟ ଘନୀଭୂତ ହେବାରେ ଲାଗିଛି । ଆଜି ତେଲଙ୍ଗାନାର ୧୨ କଂଗ୍ରେସ ବିଧାୟକ ଶାସକ ଟିଆରଏସ୍‌ରେ ସାମିଲ ହେବାକୁ ବିଧାନସଭା ବାଚସ୍ପତି ପି. ଶ୍ରୀନିବାସ ରେଡ୍ଡୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏଥିସହିତ କଂଗ୍ରେସ ବିଧାୟକ ଦଳକୁ ଟିଆରଏସ୍‌ରେ ମିଶ୍ରଣ କରିବା ଲାଗି ମଧ୍ୟ ସେମାନେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି ।

ବିଧାନସଭାର ୧୧୯ ଆସନରୁ କଂଗ୍ରେସର ବର୍ତ୍ତମାନ ୧୮ ଜଣ ସଦସ୍ୟ ଅଛନ୍ତି । ପୂର୍ବରୁ କଂଗ୍ରେସର ୧୯ ଜଣ ବିଧାୟକ ଥିଲେ । ତେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଉତ୍ତମ କୁମାର ରେଡ୍ଡୀ ନାଲଗୋଣ୍ଡା ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ହୁଜୁରନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଗତକାଲି ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଫଳରେ କଂଗ୍ରେସର ସଦସ୍ୟ ସଂଖ୍ୟା ଏବେ ୧୮ରେ ରହିଛି । ଗତବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ଅସନ୍ତୋଷ ଦେଖାଦେଇଥିଲା । ଗତମାର୍ଚ୍ଚରେ ଏହି କଂଗ୍ରେସ ବିଧାୟକମାନେ ଟିଆରଏସ୍‌ରେ ମିଶିବେ ବୋଲି ଘୋଷଣା କରିଥିଲେ । ଇତିମଧ୍ୟରେ ତନ୍ଦୁର କଂଗ୍ରେସ ବିଧାୟକ ରୋହିତ ରେଡ୍ଡୀ ଆଜି ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କୁ ଭେଟି ତାଙ୍କ ପ୍ରତି ନିଜର ଆନୁଗାତ୍ୟ ପ୍ରଦର୍ଶନ ଘୋଷଣା କରିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ଗନ୍ଦ ଭେଙ୍କଟ ରମଣ ରେଡ୍ଡୀ କହିଛନ୍ତି କଂଗ୍ରେସ ବିଧାୟକ ଦଳର ଏକ ସ୍ୱତନ୍ତ୍ର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ୧୨ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହିତ ମିଶି ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେଥିପାଇଁ ଟିଆରଏସ୍‌ରେ ମିଶାଇବା ଲାଗି ବାଚସ୍ପତିଙ୍କୁ ସେମାନେ ଚିଠି ଲେଖି ଅନୁରୋଧ କରିଛନ୍ତି ।

ବିଧାନସଭାରେ କଂଗ୍ରେସର ମୋଟ ୧୮ ବିଧାୟକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକଙ୍କ ସଂଖ୍ୟା ହେଉଛି ୧୨ । ତେଣୁ ସେମାନଙ୍କ କ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଯଦି ବାଚସ୍ପତି ଏହି ବିଧାୟକଙ୍କ ଅନୁରୋଧ ଗ୍ରହଣ କରନ୍ତି ତେବେ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ନେତା ପଦବୀ ହରାଇବ । କାରଣ କଂଗ୍ରେସର ସଦସ୍ୟ ସଂଖ୍ୟା ୬କୁ ଖସିଆସିବ । ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଆରଏସ୍‌ ୮୮ଟି ଆସନରେ ବିଜୟ ହେବା ସହ ରାଜ୍ୟରେ ସରକାର ଗଠନ କରିଥିଲା । ବିଧାନସଭାରେ ହାଇଦ୍ରାବାଦ ସାଂସଦ ଆସଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧୀନ

ଏଆଇଏମ୍‌ଆଇଏମ୍‌ର ୭ ଜଣ ବିଧାୟକ ଥିଲା ବେଳେ ବିଜେପିର ମାତ୍ର ଜଣେ ବିଧାୟକ ଅଛନ୍ତି । ସେହିଭଳି ବିଧାନ ପରିଷଦରେ ଥିବା କଂଗ୍ରେସର ୪ ସଦସ୍ୟଙ୍କ ମଧ୍ୟରୁ ୩ ଜଣ ଟିଆରଏସ୍‌ରେ ସାମିଲ ହୋଇସାରିଛନ୍ତି । ଏଥିସହ କଂଗ୍ରେସ ବିଧାନ ପରିଷଦ ମଧ୍ୟ ଟିଆରଏସ୍‌ରେ ମିଶ୍ରଣ ଘଟିଛି । ଅପରପକ୍ଷରେ ଟିଆରଏସ୍‌ରେ କଂଗ୍ରେସ ବିଧାୟକଙ୍କ ମିଶ୍ରଣ ପ୍ରତିବାଦରେ ପିସିସି ସଭାପତି ରେଡ୍ଡୀଙ୍କ ନେତୃତ୍ୱରେ ଦଳର ଅନ୍ୟ ବିଧାୟକମାନେ ରାଜ୍ୟ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ଧାରଣା ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ ବିରୋଧୀ ଦଳର ମୁହଁ ବନ୍ଦ କରିଦେବା ଲାଗି ଟିଆରଏସ୍‌ ପକ୍ଷରୁ ଏଭଳି କରାଯାଇଛି । ଟିଆରଏସ୍‌ ପ୍ରଚୁର ଟଙ୍କା ଦେଇ କଂଗ୍ରେସ ବିଧାୟକଙ୍କୁ କିଣି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର