PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଠେଲା ଗାଡ଼ିରେ କାଉନ୍ସିଲର, ମକା ବିକି ଚଳାଉଛନ୍ତି ପରିବାର

https://aajtak.intoday.in/

ମହାରାଷ୍ଟ୍ର – ଜନସେବା ନାମରେ ପଦ ପାଇଲା ପରେ ବଦଳିଯାଏ ଲୋକଙ୍କ ହାବଭାବ ଓ ଚାଲିଚଳନୀ । ସେମାନେ ନିଜକୁ ଖୁବ୍‌ ବଡ଼ ଭାବି ନିଅନ୍ତି । ହେଲେ  ମହାରାଷ୍ଟ୍ରର ଜଣେ କାଉନ୍ସିଲରଙ୍କ ପାଇଁ  ୪ବର୍ଷର କାଉନ୍ସିଲର ପଦରେ କିଛି ବି ବଦଳି ନାହିଁ ତାଙ୍କ ଜୀବନଲରେ । ସେ ଆଜି ବି ରାସ୍ତା କଡ଼ରେ ମକାର ଠେଲା ଲଗାନ୍ତି ଏବଂ ଏଥିରୁ ଯାହା ରୋଜଗାର ହୁଏ , ସେଥିରେ ଘର ଚଳେ ।

ଚାନ୍ଦ ଶାହ ୱାସିମ୍‌ ଜିଲ୍ଲାର କାରଞ୍ଜା ସହରରେ ରହନ୍ତି । ୪ ବର୍ଷ ପୂର୍ବରୁ  ସେ ଭାରିପ୍‌ ବହୁଜନ ମହାସଂଘ ପାର୍ଟି ତରଫରୁ ନଗରନିଗମ  ନିର୍ବାଟନ ଜିତି କାଉନ୍ସିଲର ହୋଇଥିଲେ । ଚାନ୍ଦ  ଶାହ ଗତ ୧୦ ବର୍ଷ ହେଲା ଠେଲା ଗାଡ଼ିରେ ମକା , ଆଉ କେବେ ଚଣା ବିକି ନିଜର ଘର ଚଳାଉଛନ୍ତି ।

ଚାନ୍ଦ ଶାହଙ୍କ ଅଞ୍ଚଳରେ  ଲୋକେ ତାଙ୍କୁ ନଗର ନିଗମ  ନିର୍ବାଚନରେ ଛିଡ଼ା ହେବାକୁ କହିଥିଲେ ।  ଲୋକେ ତାଙ୍କୁ ବାରମ୍ୱାର ଅନୁରୋଧ କରିବା ପରେ ସେ ନିର୍ବାଚନରେ ଛିଡ଼ା ହୋଇଥିଲେ । ଆଉ ଜିତି ଥିଲେ । ନିର୍ବାଚନ ଜିତିବା ପରେ  ଚାନ୍ଦ ଶାହଙ୍କ ଭିତରେ କିଛି ବି ପରିବର୍ତ୍ତନ ହୋଇନଥିଲା । ସେ ଆଜି ବି ଜଣେ ସାଧାରଣ ଲୋକ ଭାବେ ଠେଲାରେ ମକା ନେଇ ରାସ୍ତା କଡ଼ରେ ବିକ୍ରି କରୁଛନ୍ତି । କୌଣସି ପଦ ପଦବୀର ଅଭିମାନ ତାଙ୍କୁ ଛୁଇଁ  ପାରି ନାହିଁ ।

ଚାନ୍ଦ ଶାହଙ୍କୁ ଯେତେବେଳେ ପଚରା ଯାଇଥିଲା କାଉନ୍ସିଲର ହୋଇ ମକା ବିକ୍ରି କଲେ ଆପଣଙ୍କୁ କିଛି ସଙ୍କୋଚ ଆସୁଛି । ସେ ଉତ୍ତରରେ କୁହନ୍ତି ତାଙ୍କୁ ଏଥିପାଇଁ ଲାଜ ଲାଗେନାହିଁ । ଗତ ୧୦ ବର୍ଷ ହେଲା ଠେଲାରେ  ମକା ବିକୁଛନ୍ତି  ଆଉ ପ୍ରତିଦିନ ୩୦୦ରୁ ୪୦୦ ଟଙ୍କା କମାଉଛନ୍ତି । ସେ କୁହନ୍ତି ମୁଁ କାଉନ୍ସିଲର ମୋ ୱାର୍ଡର ଲୋକଙ୍କ ପାଇଁ ହୋଇଛି, ମୋ ପାଇଁ ନୁହେଁ । ଭ୍ରଷ୍ଟାଚାରର ରୋଗକୁ ଭାରତ ଓ ସମାଜକୁ ସ୍ଥାଣୁ କରୁଛି । ଏହାକୁ ମୂଳପୋଛ କରିବାକୁ ହେବ ।

ୱାର୍ଡର ଲୋକେ ମଧ୍ୟ ଚାନ୍ଦ ଶାହଙ୍କୁ ବହୁତ ପ୍ରଶଂସା କରନ୍ତି । ସେ ଜଣେ ଉତ୍ତମ ଓ ସଚ୍ଚୋଟ କାଉନ୍ସିଲର ବୋଲି ଲୋକେ କୁହନ୍ତି ।