ଜୁନ୍ ୧ରୁ ସ୍ୱତନ୍ତ୍ର ଓଜେଇଇ ଆବେଦନ, ୮ ଯାଏଁ ଚାଲିବ: ଶେଷ ସପ୍ତାହରେ ସିବିଟି ମୋଡ୍ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୭/୦୫: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ଦ୍ୱିତୀୟ ତଥା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁନ୍ ୧ରୁ ୮ ମଧ୍ୟରେ ଅନ୍ଲାଇନ୍ରେ ହେବ ଆବେଦନ । ଜୁନ୍ ୨୬ରୁ ୨୮ ତାରିଖ ମଧ୍ୟରେ ବିଟେକ୍, ଏଲଇ-ଟେକ୍(ଡିପ୍ଲୋମା), ଏମ୍ବିଏ, ଏମ୍ସିଏ ଏବଂ ବି ଫାର୍ମା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ସମସ୍ତ ପରୀକ୍ଷା ୧ଘଣ୍ଟିଆ ହୋଇଥିବା ବେଳେ ଏହାକୁ କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବଟି) ମୋଡ୍ରେ ପରୀକ୍ଷା କରାଯିବ । ଇଛୁକ ଆବେଦନକାରୀ ଓଜେଇଇ ୱେବ୍ସାଇଟ୍ରେ ସମସ୍ତ ସୂଚନା ପାଇପାରିବେ ।
ଯେଉଁ ପରୀକ୍ଷାର୍ଥୀମାନେ ଜେଇଇ ମେନ୍-୨୦୨୩ କିମ୍ବା ଓଜେଇଇ ପରୀକ୍ଷା ଦେଇଛନ୍ତି ସେମାନେ ଏହି ସ୍ୱତନ୍ତ୍ର ପରୀକ୍ଷା ଦେବେ ନାହିଁ । ସ୍ୱତନ୍ତ୍ର ଓଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ବଳକା ଥିବା ସିଟ୍ରେ ନାମଲେଖାଇବେ । ଏଠାରେ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି, ବାହାର ରାଜ୍ୟର ଛାତ୍ରଛାତ୍ରୀମାନେ ସରକାରୀ କଲେଜରେ ନାମଲେଖାଇବ ସୁଯୋଗ ପାଇବେ ନାହିଁ ସେମାନେ ବେସରକାରୀ କଲେଜରେ ନାମଲେଖାଇ ପାରିବେ । କୋର୍ସ ବିଷୟ ଜାଣିବା ପାଇଁ ଓଜେଇଇ ସୂଚନାପୁସ୍ତକ ଦେଖିବାକୁ ପରାମର୍ଶ ଦିଆଯାଇଛି । ଏଥିର www.ojee.nic.in ରେ ଆବେଦନ, ନାମଲେଖା, ପରୀକ୍ଷା ପାର୍ଟନ, ସିଲାବସ୍ ଆଦି ଉପଲବ୍ଧ ରହିଛି ।