PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,୧୪/୦୮: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯାଗରେ ଭିଜିଲାନ୍ସ ଜାଲରେ ପଡିଥିବା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ବୁଧବାର ତାଙ୍କ ଭୁବନେଶ୍ୱର ଅଫିସ୍‌, ପଟିଆରେ ଥିବା ଫ୍ଲାଟ୍‌, ଟଙ୍କପାଣି ରୋଡ଼ ରତ୍ନାକର ବାଗ୍‌ ଘର,ବାଲେଶ୍ୱର ଘର ସମେତ ୬ଟି ସ୍ଥାନରେ ଚଢ଼ଉ ହୋଇଥିଲ । ଗୁରୁବାର ମଧ୍ୟ କିଛି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ୩ କୋଟି ୭୯ ହଜାର ୫୩୮ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ବଡ଼ କଥା ହେଲା ତାଙ୍କ ଘରକୁ ୧ କେଜି ୧୦୦ ଗ୍ରାମ୍‌ର ସୁନା ଅଳଙ୍କାର ଜବତ ହୋଇଛି ।

ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର ଓ ବାଲେଶ୍ୱରରେ ୨ ଟି ୨ ମହଲା କୋଠା ଯାହାର ମୂଲ୍ୟ ୬୭ ଲକ୍ଷ ୨୦ ହଜାର ୯୫୧ ଟଙ୍କା, ଟଙ୍କପାଣି ରୋଡରେ ୧ ମହଲା ଘର ଯାହାର ମୂଲ୍ୟ ୭ ଲକ୍ଷ ୯ ହଜାର ୯୮୬ ଟଙ୍କା, ଭୁବନେଶ୍ୱରରେ ୩ ଟି ଓ ପୁରୀରେ ୧ ଟି ଫ୍ଲାଟ୍‌ ଯାହାର ସମୁଦାୟ ମୂଲ୍ୟ ୬୭ ଲକ୍ଷ ୨୨ ହଜାର ୧୬୦ ଟଙ୍କା, ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକରେ ୯ ଟି ପ୍ଲଟ୍‌ ଯାହାର ମୂଲ୍ୟ ୧୨ ଲକ୍ଷ ୯୫ ହଜାର ୧୦୦ ଟଙ୍କା । ବିଭିନ୍ନ ବ୍ୟାଙ୍କ୍‌ରେ ୫୦ ଲକ୍ଷ ୮୩ ହଜାର ୭୯୯ ଟଙ୍କା, ସାହାରା ଇଣ୍ଡିଆରେ ୪ ଲକ୍ଷ ଟଙ୍କା, ୨ ଟି କାର୍‌ ଓ ୨ ଟି ବାଇକ୍‌ ଯାହାର ମୂଲ୍ୟ ୧୨ ଲକ୍ଷ ୫୨ ହଜାର ଟଙ୍କା, ୧ କେଜି ୧୦୦ ଗ୍ରାମ୍‌ ସୁନାରୁପା ଅଳଙ୍କାରର ମୂଲ୍ୟ ୨୬ ଲକ୍ଷ ୧୧ ହଜାର ୬୫ଟଙ୍କା, ନଗଦ ୨ ଲକ୍ଷ ୬୯ ହଜାର ୧୧୦ ଟଙ୍କା, ୮ ଲକ୍ଷ ୨୭ ହଜାର ଟଙ୍କାର ଦାମୀ ଗୃହ ଉପକରଣ ମିଳିଛି ଶ୍ରୀ ଦାସଙ୍କ ଘରୁ । ତା’ଛଡା ୮୧ ଲକ୍ଷ ୫୩ ହଜାର ୬୧୧ ଟଙ୍କାର ବୀମା ପଲିସି କରାଯାଇଛି । ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୭୯ ହଜାର ୫୩୮ ଟଙ୍କା ବୋଲି ଭିଜିଲାନ୍ସ ସୂଚନା ଦେଇଛି । ତା’ଛଡା ସମ୍ପର୍କୀୟଙ୍କ ନାଁରେ ୪ ଟି ପ୍ଲଟ୍‌, ୨ ଟି ଫ୍ଲାଟ୍‌ ଓ ଦୁଇଟି ଦାମୀ ଗାଡ଼ି କରିଛନ୍ତି । ସେ ର୍ବିଷୟରେ ଭିଜିଲାନ୍ସ ଖୋଳତାଡ଼ କରୁଛି ।