ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯିବ ସ୍ଵତନ୍ତ୍ର ତାଲିମ, ନିଜ କ୍ଷେତ୍ରରେ ଅଧିକ ଦକ୍ଷତା ବୃଦ୍ଧି ଲାଗି ହେବେ ପ୍ରଶିକ୍ଷିତ

Published By : Rasmita Pradhan | October 23, 2024 8:47 AM

ଭୁବନେଶ୍ୱର, ୨୩/୧୦ : ଅଙ୍ଗନବାଡ଼ି କର୍ମୀ ପ୍ରତିଦିନ ସକାଳେ ଯୋଗାଭ୍ୟାସ କରିବେ । ନିଜ କ୍ଷେତ୍ରରେ ଅଧିକ ଦକ୍ଷତା ବୃଦ୍ଧି ଲାଗି ପ୍ରଶିକ୍ଷିତ ହେବେ ଏବଂ ଡିଜିଟାଲ ଦୁନିଆର ଜ୍ଞାନ କୌଶଳ ଶିଖିବେ । ଏଥିଲାଗି ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ଦିଆଯାଉଛି ବୃତ୍ତିଭିତ୍ତିକ ତାଲିମ । ସ୍ଥାନୀୟ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏହି ତାଲିମ କାର୍ଯ୍ୟକ୍ରମ । ଏହା ୩୨ ଦିନ ପର୍ଯ୍ୟନ୍ତ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ୧୪୦ ଅଙ୍ଗନବାଡ଼ି କର୍ମୀ ଓ ୨୫ ସୁପରଭାଇଜରଙ୍କୁ ତାଲିମ ଦିଆଯାଉଛି । 

ସୂଚନାଯୋଗ୍ୟ, ୪ ଜିଲ୍ଲା ଅନୁଗୁଳ, ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜରୁ ମୋଟ ୧୪୦ ଜଣ ଅଙ୍ଗନବାଡି କର୍ମୀ ଏବଂ ସୁନ୍ଦରଗଡ, ନୟାଗଡ, ଝାରସୁଗୁଡା, ରାୟଗଡା, ଯାଜପୁର ଓ ଜଗତସିଂହପୁର ଆଦି ୬ ଜିଲ୍ଲାରୁ ମୋଟ ୨୫ ଜଣ ସୁପରଭାଇଜରଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ୩୨ ଦିନିଆ ତାଲିମ କାର୍ଯ୍ୟକ୍ରମରେ ପ୍ରତିଦିନ ସକାଳେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗାଭ୍ୟାସ ଓ ବ୍ୟାୟାମ ଶିକ୍ଷା ଦିଆଯିବ । ଏଥିସହ ୪ଟି ବିଷୟ ଯଥା-ସାଧାରଣ ସୂଚନା, ଶିଶୁ ଯତ୍ନ ଶିକ୍ଷା , ଗୋଷ୍ଠୀ ସହଯୋଗ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟି ଉପରେ ବିଶେଷ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ବିଭିନ୍ନ ବିଷୟରେ ଜ୍ଞାନ ଆହରଣ, ସଚେତନତା ବାର୍ତ୍ତା ପ୍ରଚାର ସହ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଆଦି ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ୧୦ ବିଶେଷଜ୍ଞ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିବେ । ସରକାରଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ବିଷୟରେ ମଧ୍ୟ ଶିକ୍ଷା ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.