PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ସରକାରଙ୍କ ବଡ଼ ପଦକ୍ଷେପ : ଜୁନ୍ ୭ରୁ ପ୍ରତ୍ୟେକ ଜିଲ୍ଲାରେ ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ଟୀକାକରଣ ବୁଥ୍

ଉତ୍ତରପ୍ରଦେଶ ୪।୬ : ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ମହିଳାମାନଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟୀକାକରଣ ବୁଥ ତିଆରି କରାଯିବ। ସୋମବାର ଅର୍ଥାତ୍ ଜୁନ୍ ୭ରେ ଏହାର ଶୁଭାରମ୍ଭ ହେବ । ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ପକ୍ଷରୁ କ୍ରମାଗତ ଉଦ୍ୟମ କରାଯାଉଛି।

୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ, ଅଭିଭାବକ, କର୍ମଚାରୀ, ଶିକ୍ଷକ ପାଇଁ ପୃଥକ ପୃଥକ୍‌ ବୁଥ ସ୍ଥାପନ କରାଯାଇଛି। ସୋମବାର ଠାରୁ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟୀକାକରଣ ବୁଥ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଠାରୁ ସମଗ୍ର ଜିଲ୍ଲାର ମହିଳା ଡାକ୍ତରଖାନା ତଥା ମିଳିତ ଡାକ୍ତରଖାନାରେ ଦୁଇଟି ସ୍ୱତନ୍ତ୍ର ବୁଥ୍ ସଞ୍ଚାଳନ କରାଯିବ। ଏଠାରେ କେବଳ ମହିଳାମାନଙ୍କର ଟୀକାକରଣ ହେବ। ଏହି ବୁଥଗୁଡିକର ସମସ୍ତ କର୍ମଚାରୀ ମଧ୍ୟ ମହିଳା କର୍ମଚାରୀ ହେବେ । ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଯେଉଁମାନେ କରୋନା ଟୀକାକରଣରେ ଅବହେଳା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଯଦି ଏଥିରେ କୌଣସି ପ୍ରକାରର ଅଭିଯୋଗ ଆସିଲେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଟୀକାକରଣ କେନ୍ଦ୍ରରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରାଯିବା ଉଚିତ୍। ଟୀକାକରଣର ସ୍ଥିତି ସମୀକ୍ଷା କରି ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।