PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ବଦଳିବେ ପୁଲିସ ଡିଜି: ଡ.ଆର୍‌ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ !

ଭୁବନେଶ୍ୱର,୧୨ା୭(ବ୍ୟୁରୋ): ପୁଲିସ ମହା ନିର୍ଦ୍ଦେଶକ (ଡିଜିପି) ବଦଳିବେ । ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନ ଭାବେ ଗଠିତ ଲୋକାୟୁକ୍ତଙ୍କ ସଦସ୍ୟ ଭାବେ ମନୋନୀତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ଗତକାଲି ତାଙ୍କ ନାମ ଉପରେ ସହମତି ଦେଇଥିବା ଜଣାପଡ଼ିଛି । ରାଜ୍ୟପାଳ ଡ. ଗଣେଶୀ ଲାଲ୍‌ ଏଥିରେ ମୋହର ମାରିଲେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଲୋକପାଳ ସଦସ୍ୟ ଭାବେ ଦାୟିତ୍ୱ ନେବେ ।

ଡ. ଶର୍ମାଙ୍କ ସ୍ଥାନରେ କାହାକୁ ଡିଜିପି ଭାବେ ନିଯୁକ୍ତି ମିଳିବ ଏବଂ ଅସ୍ଥାୟୀ ଭାବେ କାହାକୁ ଇନ୍‌ଚାର୍ଜ ଡିଜି ଦାୟିତ୍ୱ ଦିଆଯିବ ସେ ନେଇ ସରକାରୀ ସ୍ତରରେ କସରତ ଆରମ୍ଭ ହୋଇ ଯାଇଛି । ୧୯୮୬ କିମ୍ବା ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଫିସରଙ୍କ ମଧ୍ୟରୁ ଜଣେ ଭାଗ୍ୟବାନ୍‌ ଏ ପଦ ହାତେଇବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଧାରିତ ନିୟମ ମୁତାବକ ଏଣିକି ରାଜ୍ୟ ସରକାର ନିଜ ଇଚ୍ଛାରେ ପୁଲିସ ଡିଜି ବାଛି ପାରିବେ ନାହିଁ । ଲୋକସେବା ଆୟୋଗକୁ ଡିଜି ପାଇଁ ଯୋଗ୍ୟ ଅଫିସରମାନଙ୍କର ଏକ ତାଲିକା ପଠାଇବେ । ଆୟୋଗ ପକ୍ଷରୁ ଗଠିତ ଚୟନ କମିଟି ଏଥିରୁ ତିନିଟି ନାମ ଚୟନ କରି ରାଜ୍ୟ ସରକାରଙ୍କୁ ପଠାଇବେ । ତିନି ଜଣଙ୍କ ମଧ୍ୟରୁ ସରକାର ଜଣଙ୍କୁ ଡିଜି ନିଯୁକ୍ତିି ଦେବେ ।

ମିଳିଥିବା ସୂଚନା କହୁଛି, ୮୬, ୮୭ ଏବଂ ୮୮ ବ୍ୟାଚ୍‌୍‌ର ମୋଟ ୧୩ ଜଣ ଅଫିସରଙ୍କ ନାମ ପଠାଇବାକୁ ସରକାର ଚିନ୍ତା କରିଛନ୍ତି । ଡ. ଶର୍ମାଙ୍କ ପରେ ୧୯୮୬ ବ୍ୟାଚ୍‌ରେ ୪ ଜଣ ଅଫିସର ଅଛନ୍ତି । ଅଗ୍ନିଶମ ଡିଜି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ଜେନେରାଲ୍‌ ବିଜୟ କୁମାର ଶର୍ମାଙ୍କୁ ଛାଡ଼ି ଦେଲେ ବାକି ୩ ଜଣ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ସେମାନେ ହେଲେ ପ୍ରଦୀପ କାପୁର, ଅଭୟ ଏବଂ ଏମ୍‌ ନାଗେଶ୍ୱର ରାଓ । ୮୭ ବ୍ୟାଚ୍‌ର ସୁନୀଲ କୁମାର ବନ୍‌ସାଲ୍‌ ଏବଂ ସୁରେନ୍ଦ୍ର ପାନ୍‌ୱାର ବି କେନ୍ଦ୍ରରେ ଅଛନ୍ତି । ସୁନୀଲ ରୟ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ ଅଛନ୍ତି । ୧୯୮୮ ବ୍ୟାଚ୍‌ର ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ ଓ ବିନୟାନନ୍ଦ ଝା ରାଜ୍ୟରେ ଥିବା ବେଳେ ଏମ ଅକ୍ଷୟ ଏବଂ ଅରୁଣ କୁମାର ରାୟ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଛନ୍ତି ।

କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲେ ବି ଏହି ଅଫିସରମାନଙ୍କ ନାମ ଡିଜି ପ୍ୟାନେଲରେ ରଖିବାକୁ ସରକାର ବାଧ୍ୟ । ଯଦି କେହି ରାଜ୍ୟକୁ ଫେରିବାକୁ ଚାହୁଁ ନାହାନ୍ତି ବୋଲି ଲିଖିତ ଭାବେ ଜଣାଇବେ, ସେପରି ସ୍ଥଳେ ତାଙ୍କ ନାମ ବାଦ୍‌ ଦିଆଯାଇ ପାରିବ । ଏ ତିନି ବ୍ୟାଚ୍‌ର ଅଫିସରଙ୍କ ମଧ୍ୟରୁ ବିଜୟ କୁମାର ଶର୍ମା ଓ ସୁନୀଲ ରୟ ଦୁଇ ଜଣ ଏବେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଡ. ଶର୍ମା ଚାକିରି ଛାଡ଼ିବା ପରେ ଆଉ ଦୁଇଟି ଡିଜି ପାହ୍ୟା ପଦ ଖାଲି ରହିବ । ବିଜୟ ଶର୍ମାଙ୍କ ପରେ ବରିଷ୍ଠତା ତାଲିକାରେ ଥିବା ୧୯୮୬ କିମ୍ବା ୮୭ ବ୍ୟାଚ୍‌ର ଅଫିସର ରାଜ୍ୟକୁ ଫେରିବାକୁ ଚାହିଁଲେ ତାଙ୍କୁ ଡିଜି ପାହ୍ୟା ମିଳିବ । ନ ହେଲେ ରାଜ୍ୟରେ ଥିବା ୧୯୮୮ ବ୍ୟାଚ୍‌ର ଅଫିସର ଏହି ପଦୋନ୍ନତି ପାଇବାକୁ ଯୋଗ୍ୟ ହେବେ ।

ୟୁପିଏସ୍‌ସି ଚୟନ କମିଟିରେ ରାଜ୍ୟ ତରଫରୁ ମୁଖ୍ୟ ସଚିବ ପ୍ରତିନିଧିତ୍ୱ କରିବେ । ବରିଷ୍ଠତା, ବିଭିନ୍ନ କ୍ଷେତ୍ରରେ ଅନୁଭୂତି, କେନ୍ଦ୍ରୀୟ ଡେପୁଟେସନ୍‌ ସମୟର କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ଚୟନ କମିଟି ୩ ଜଣଙ୍କ ନାମ ବାଛିବେ । ଯଦି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ପ୍ରଦୀପ କାପୁର, ନାଗେଶ୍ୱର ରାଓ କିମ୍ବା ଅଭୟ ଓଡ଼ିଶା ଫେରିବାକୁ ରାଜି ହେବେ ତେବେ ୧୯୮୬ ବ୍ୟାଚ୍‌ରେ ହିଁ ସୀମିତ ରହିବ ଡିଜି ଦୌଡ଼ । ଏହି ବ୍ୟାଚ୍‌ର ଚାରି ଜଣଙ୍କ ମଧ୍ୟରୁ କମିଟି ୩ ଜଣଙ୍କ ନାମ ଚୟନ କରିବେ ।ତେବେ କାହାକୁ ଅସ୍ଥାୟୀ ଡିଜି ଦାୟିତ୍ୱ ଦିଆଯିବ ତା ଉପରେ ରହିଛି ସମସ୍ତଙ୍କ ନଜର ।