ନୂଆଦିଲ୍ଲୀ,୨୩।୧୦: ଦିଲ୍ଲୀରୁ –ପାଟନା ଅଭିମୁଖେ ଯାଉଥିବା ସ୍ପାଇସ୍‌ଜେଟ୍ ବିମାନରେ ଯାନ୍ତ୍ରିକ ତ୍ରୁଟି। ଏହି କାରଣରୁ ବିମାନକୁ ଫରିଦାବାଦରୁ ପୁଣିଥରେ ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ଯାତ୍ରୀଙ୍କ କହିବା ଅନୁସାରେ, କିଛି ମିନିଟ୍ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଅନୁଭବ ହୋଇଥିଲା। ପାଇଲଟ୍ ତୁରନ୍ତ ଏଟିସି ସହ ଯୋଗାଯୋଗ କରିଥିଲା। ଏହାପରେ ବିମାନକୁ ଫେରାଇ ଆଣିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ସମୟରେ ଯାତ୍ରୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ତେବେ ବିମାନବନ୍ଦରରେ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ବାହାରିଛନ୍ତି।

ସ୍ପାଇସଜେଟ୍ ପକ୍ଷରୁ ଏନେଇ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ,କିନ୍ତୁ ବିମାନବନ୍ଦର ସୁତ୍ର କହିଛନ୍ତି, ସୁରକ୍ଷା କାରଣରୁ ବିମାନକୁ ଡାଇଭର୍ଟ କରାଯାଇଛି। ନିକଟରେ ସ୍ପାଇସଜେଟ୍‌ ଦୀପାବଳୀ ଓ ଛଟ୍ ପୂଜାକୁ ଦେଖି ପାଟନା ପାଇଁ ଅତିରିକ୍ତ ଉଡାଣର ଘୋଷଣା କରିଥିଲା। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିଲା ଦିଲ୍ଲୀ ଓ ମୁମ୍ବାଇରୁ ପାଟନା ଅଭିମୁଖେ ଉଡାଣ କରୁଥିବା ବିମାନ ସଂଖ୍ୟାକୁ ବଢାଇ ଦିଆଯାଇଛି। ତେବେ ଅହମ୍ମଦାବାଦ, ବେଙ୍ଗାଲୁର ଓ ହାଇଦ୍ରାବାଦରୁ ମଧ୍ୟ ସ୍ବତନ୍ତ୍ର ପର୍ବରେ ବିମାନ ସେବା ଆରମ୍ଭ ହୋଇଥାଏ।