ଟ୍ରେନ୍ଠାରୁ ଶସ୍ତା ବିମାନ ଟିକେଟ୍ ! ଏହି ଏୟାର ଲାଇନ୍ସ କମ୍ପାନୀ ଦେଉଛି ସାଧାରଣତନ୍ତ୍ର ଦିବସ ଅଫର

ନୂଆଦିଲ୍ଲୀ,୨୪।୧: ଯଦି ଆପଣ ଟ୍ରେନ୍ ଏବଂ ବସ୍ରେ ଯାତ୍ରା କରି କରି ବିରକ୍ତ ହୋଇଯାଇଛନ୍ତି ତେବେ ବିମାନ ଯାତ୍ରାର ମଜା ନିଆନ୍ତୁ। ଆଉ ଯଦି ଟ୍ରେନ୍ ଟିକେଟ୍ ମୂଲ୍ୟରେ ଆପଣ ବିମାନ ଯାତ୍ରା କରିବାର ସୁଯୋଗ ପାଆନ୍ତି ତେବେ ନିହାତି ଆଶ୍ଚର୍ଯ୍ୟ ଲାଗିବ। ଗଣତନ୍ତ୍ର ଦିବସ ଅବସରରେ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ଏକ ସ୍ୱତନ୍ତ୍ର ଅଫର ଆଣିଛି। ଏହି ସ୍ପେଶାଲ ଅଫରରେ, ଆପଣ ମାତ୍ର ୧୧୨୬ ଟଙ୍କାରେ ପାଇଁ ବିମାନ ଟିକେଟ ବୁକ୍ କରିପାରିବେ। ସ୍ପାଇସ୍ ଜେଟ୍ ବର୍ଷର ସବୁଠାରୁ ଶସ୍ତା ବିମାନ ଟିକେଟ ଘୋଷଣା କରିଛି। ଏହି ଅଫର ଅନୁଯାୟୀ ବୁକ୍ ହୋଇଥିବା ଟିକେଟ୍ ଉପରେ ଆପଣ ୨୪ ଜାନୁଆରୀ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

ସ୍ପାଇସ ଜେଟ୍ ନିଜର ଅଫିସିଆଲ ଟ୍ବିଟର ହାଣ୍ଡେଲରେ ଲେଖିଛି ଏବେ ଆପଣ କେବଳ ୧୧୨୬ ଟଙ୍କାରେ ଡୋମେଷ୍ଟିକ୍ ଏୟାର ଟ୍ରାଭେଲ କରି ପାରିଥାଏ। ଏହି ଅଫର ୨୪ ରୁ ୨୯ ଜାନୁଆରୀ, ୨୦୨୩ ପର୍ଯ୍ୟନ୍ତ ଜାରି ରହିବା ଓ ଏହି ସମୟରେ ଆପଣଙ୍କୁ ଟିକେଟ ବୁକ୍ କରିବାକୁ ହେବ। ସେଭଳି ଏହି ଅଫର ଅନୁସାରେ, ବୁକ୍ କରାଯାଇଥିବା ଟିକେଟରେ ଆପଣ ୨୪ ଜାନୁଆରୀ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଯାତ୍ରା କରିପାରନ୍ତି। ଏୟାର ଲାଇନ୍ସର ସୂଚନା ଅନୁସାରେ, ଏହି ସେଲ୍ ସ୍ପାଇସ୍ ଜେଟ୍ର ସବୁ ସିଟି ଅଫିସ, ଏୟାରପୋର୍ଟ ଅଫିସ, ଓ୍ବେବସାଇଟ୍, ମୋବାଇଲ ଆପ୍ ଓ ଟ୍ରାଭେଲ ଏଜେଣ୍ଟ ଜରିଆରେ ଉପଲବ୍ଧ ହେବ।
ଏହା ପୂର୍ବରୁ ଟାଟା ଗ୍ରୁପ୍ର ଏୟାର ଇଣ୍ଡିଆର ମଧ୍ୟ ଗଣତନ୍ତ୍ର ଦିବସ ଅବସରରେ ସେଲ୍ ନେଇକି ଆସିଥିଲା। ତେବେ ଏହି ଅଫର ୨୩ ଜାନୁଆରୀରେ ଶେଷ ହୋଇଗଲା। ଏୟାର ଇଣ୍ଡିଆ ସାଧାରଣତନ୍ତ୍ର ଦିବସ ସେଲ୍ରେ ଡୋମେଷ୍ଟିକ୍ ଏୟାର ଟ୍ରାଭେଲ ଟିକେଟ ଉପରେ ଡିସକାଉଣ୍ଟ ଅଫର ଦେଇଥିଲା। ଏହି ସେଲ୍ରେ କେବଳ ୧୭୦୫ ଟଙ୍କାରେ ମଧ୍ୟ ଫ୍ଲାଇଟ୍ ବୁକ୍ କରାଯାଉଥିଲା।