ନୂଆଦିଲ୍ଲୀ : କମବ୍ୟାକ୍ କଲେ କୋଲକାତା ବୋଲର । ଶକ୍ତିଶାଳି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନଙ୍କ ଚଟାଇଲେ ଧୂଳି । ୧୬୫ ରନରେ ଅଲଆଉଟ୍ ହେଲା ହାଇଦ୍ରାବାଦ । କୋଲକାତା ଆଗରେ ୧୬୬ ରନର ବିଜୟ ଲକ୍ଷ୍ୟ । ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ ହେଡ ସର୍ବାଧିକ ୨୮ ବଲରୁ ୬୧ ରନ୍ କରିବାରେ ସକ୍ଷମ ହୋଇଥିଲେ । ସେପଟେ ବରୁଣ ଚକ୍ରବର୍ତ୍ତୀ ୩ ଓ୍ବିକେଟ ନେଇ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିପାରିଛନ୍ତି ।
ଟସ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ଦୁଇ ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ ପାଓ୍ବାର ପ୍ଲେରେ କୋଲକାତା ବୋଲରଙ୍କ ଉପରେ ମହଙ୍ଗା ପଡ଼ିଥିଲେ । ଅଭିଷେକ ଶର୍ମା ୧୫ ରନ କରିଥିବାବେଳେ ହେଡ କିମ୍ବୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ପରେ ଇଶନ କିଷନ ୨୯ ବଲରୁ ୪୨ ରନ୍ କରିପାରିଥିଲେ ।
ସେପଟେ ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ଲାସେନ ୧୧ ରନ କରିଥିଲେ । ସେ ଲଗାତାର ଛକା-ଚୌକା ଦୁଇଟି ବାଉଣ୍ଡୁରୀ ମାରିଥିଲେ କିନ୍ତୁ ପାଓ୍ବେଲଙ୍କ ହାତରେ ଧରାପଡ଼ିଥିଲେ । ପରେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ସେପଟେ କୋଲକାତା ପକ୍ଷରୁ ସୁନୀଲା ନାରାୟଣ ଏବଂ କାର୍ତ୍ତିକ ତ୍ୟାଗୀ ୨, ବରୁଣ ଚକ୍ରବର୍ତ୍ତୀ ୩, ବୈଭବ ଅରୋରା, ଅନୁକୂଳ ରୟ, ଗ୍ରୀନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : IPL ରେ ବଦଳିବ କି ଇମ୍ପାକ୍ଟ ପ୍ଲେୟାର ନିୟମ ? ବିସିସିଆଇ କହିଲା…