PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

Viral Video: ରାତି ଅଧରେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟରଙ୍କ ଲଜ୍ଜାଜନକ କାର୍ଯ୍ୟ, ୩ ଖେଳାଳିଙ୍କୁ ଦଳରୁ ବିଦା କଲା SLC; ଜାଣନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ ଟିମ୍। ଏକ ଭୁଲ୍‌ କାର୍ଯ୍ୟ ପାଇଁ ଶିରୋନାମାରେ ଶ୍ରୀଲଙ୍କା ଟିମ୍। ଏପରିକି ୩ଜଣ ଖେଳାଳିଙ୍କୁ ଟିମ୍‌ରୁ ବାହାର କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। କାରଣ ଶ୍ରୀଲଙ୍କା ଟିମର ୩ଜଣ ଖେଳାଳି ବାୟୋ ବବଲ ନିୟମକୁ ଅବମାନନା କରି ବାହାରେ ବୁଲୁଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କୁସାଲ ମେଣ୍ଡିସ୍, ନିରୋଶନ ଡିକଓ୍ବାଲା ଓ ଧନୁଷ୍କା ଗୁଣତିଲକାଙ୍କୁ ସ୍ବେଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛି ଶ୍ରୀଲଙ୍କା କ୍ରିିକେଟ୍‌ ବୋର୍ଡ।

ଶ୍ରୀଲଙ୍କା କ୍ରିିକେଟ୍‌ ବୋର୍ଡର ସଚିବ ମୋହନ ଡି ସିଲଭା କହିଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟକାରୀ କମିଟି କୁସାଲ ମେଣ୍ଡିସ, ଧନୁଷ୍କା ଗୁଣାତିଲକା ଓ ନିରୋଶନ ଡିକଓ୍ବେଲାଙ୍କୁ ବାୟେ ବବଲ ଉଲ୍ଲଘଂନ କରିଥିବାରୁ ଦଳରୁ ନିଲମ୍ବିତ କରିଛି। ଏଥିସହିତ ତୁରନ୍ତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉକି, ଶ୍ରୀଲଙ୍କାର ଦୁଇ ଷ୍ଟାର କ୍ରିକେଟର ନିରୋସାନ ଡିକୱେଲା ଓ କୁଶଲ ମେଣ୍ଡିସଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଦୁହିଁଙ୍କର ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର ମଧ୍ୟ କଡା ସମାଲୋଚନା କରୁଛନ୍ତି। କରୋନା କାଳରେ ବାୟୋବବଲ୍ ନିୟମକୁ ଭାଙ୍ଗି ଏହି ଦୁଇ ଖେଳାଳୀ ରାତି ଅଧରେ କୌଣସି ନିଶାଦ୍ରବ୍ୟ ହାତରେ ଧରିଥିବାର ଦେଖିବାକୁ ମିଳୁଛି। ଭିଡିଓରେ କୁଶଲ ମେଣ୍ଡିସ୍ ହାତରେ କୌଣସି ନିଶା ଦ୍ରବ୍ୟ ଧରିଛନ୍ତି ଓ ପାଖରେ ଅଛନ୍ତି ମେଣ୍ଡିସ୍। ହାତରେ ଧରିଥିବା କିଛି ଜିନିଷକୁ ମେଣ୍ଡିସ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

ଶନିବାର ଇଂଲଣ୍ଡ ଓ ଶ୍ରୀଲଙ୍କା ଟି-୨୦ ସିରିଜ ଶେଷ ହୋଇଛି। ଶ୍ରୀଲଙ୍କା ଦଳ ୦-୩ରେ ସିରିଜ ପରାଜିତ ହୋଇଛି। ୨୦୨୦ ଅକ୍ଟୋବର ପରଠୁ ଲଗାତାର ୫ଟି ଟି-୨୦ ଶୃଙ୍ଖଳା ହାରିଛି ଶ୍ରୀଲଙ୍କା ଦଳ। ଏବେ ଶ୍ରୀଲଙ୍କା ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ।

ସୂଚନାଥାଉକି, ବାୟୋ ବବଲ ଉଲଂଘନ କରିବା ଯୋଗୁଁ ବାଦ୍‌ ପଡ଼ିଥିବା ୩ ଖେଳାଳି ଟି-୨୦ ସିରିଜରେ ସମ୍ପୂର୍ଣ୍ଣ ଫ୍ଲପ୍‌ ହୋଇଥିଲେ। ମେଣ୍ଡିସ୍‌ ୩ଟି ମ୍ୟାଚରେ ମାତ୍ର ୫୪ ରନ୍‌ ସ୍କୋର କରିଥିଲେ। ସେହିପରି ଡିକଓ୍ବେଲା ୨ଟି ମ୍ୟାଚରେ ୧୪ ରନ୍‌ ଓ ଗୁଣତିଲକା ୩ଟି ମ୍ୟାଚ୍‌ ଖେଳି ୨୬ ରନ୍‌ ସ୍କୋର କରିଥିଲେ।