କଲମ୍ବୋ, ୧୦/୦୩: ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦୁର୍ବଳ ପ୍ରଦର୍ଶନକୁ ଭୁଲି ଶ୍ରୀଲଙ୍କା କ୍ରିକେଟ୍ ଦଳ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହା ପୂର୍ବରୁ ନୂଆ ମୁଖ୍ୟ କୋଚ ନିଯୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ୍ ଖେଳାଳି ଗ୍ୟାରୀ କିର୍ଷ୍ଟନ କୋଚ୍ ଦାୟିତ୍ୱ ପାଇଛନ୍ତି । ଆଗାମୀ ୨ ବର୍ଷ ପାଇଁ ସେ କୋଚ୍ ନିଯୁକ୍ତ ହୋଇଛନ୍ତି । ଆସନ୍ତା ମାସ ୧୫ ତାରିଖରୁ କିର୍ଷ୍ଟନଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ।
କିର୍ଷ୍ଟନ ବିଶ୍ୱର ଅନ୍ୟତମ ସଫଳ କୋଚ ଭାବେ ଗଣା ହେଉଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ଭାରତ ୨୦୧୧ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ଏହାପରେ ସେ ୨୦୧୧ରୁ ୨୦୧୩ ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର କୋଚ ନିଯୁକ୍ତ ହୋଇଥିଲେ । ଏହି ୨ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ସବୁ ଫର୍ମାଟ୍ରେ ଶୀର୍ଷ ମାନ୍ୟତା ହାସଲ କରିଥିଲା । କିର୍ଷ୍ଟନ ୧୯୯୩ରୁ ୨୦୦୪ ମଧ୍ୟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିଥିଲେ । ୧୧ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସେ ୧୪,୦୦୦ରୁ ଊଦ୍ଧ୍ୱର୍ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟ କ୍ରିକେଟ୍ରେ ସେ ୨୧ଟି ଓ ଦିନିକିଆରେ ୧୩ଟି ଶତକ ଅର୍ଜନ କରିଥିଲେ ।
ଅଧିକ ପଢ଼ନ୍ତୁ :- ଟି-ଟ୍ୱେଣ୍ଟି ବିଶ୍ୱକପ୍ ଇତିହାସରେ ରେକର୍ଡ; ୯ ହଜାର କୋଟିର ରୋଜଗାର କଲା ଆଇସିସି ! ପୂର୍ବ ସଂସ୍କରଣକୁ ପଛରେ ପକାଇଲା