ନୂଆଦିଲ୍ଲୀ,୧୦/୦୩; ଟି -ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହୋଇଛି । କ୍ରମାନ୍ୱୟରେ ଦ୍ୱିତୀୟ ଥର ଏବଂ ମୋଟ୍ରେ ୩ ଥର ଚାମ୍ପିଅନ ହୋଇ ଭାରତ ଇତିହାସ ରଚିଛି । ଆଲୋଚନା ଚାଲିଛି । ପ୍ରଶଂସାରେ ସୋସିଆଲ ମିଡିଆର ଛାତି ଉଛୁଳି ଉଠୁଛି । ସମସ୍ତେ ଆତ୍ମବିଭୋର ଓ ଭାବପ୍ରବଣ ହୋଇ ଉଠିଛନ୍ତି । ଏସବୁରୁ ଟିକିଏ ଦୂରେଇ ଯଦି ଖେଳ ଭିତରେ ଥିବା ସବୁଠୁ ବଡ଼ କଥା ଉପରେ ନଜର ପକାଇବା, ତାହାହେଲେ ଆପଣମାନେ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଇସିସି ମୋଟ୍ ୧ ବିଲିୟନ ଡଲାର ବା ୯୦୦୦ କୋଟି (ଆନୁମାନିକ) ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲା । ଯେଉଁଥିରେ ପ୍ରାୟତଃ ସଫଳ ହୋଇଛି । ଯାହା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଇତିହାସରେ ଏକ ରେକର୍ଡ । ତେଣୁ ଖେଳ କେବଳ ଖେଳରେ ସୀମିତ ନରହି, ଏହା ଏକ ବଡ଼ ବଜାରରେ ପରିଣତ ହୋଇଛି ।
କେବଳ ମ୍ୟାଚ ପ୍ରସାରଣରୁ ୯୦ ପ୍ରତିଶତ ଅର୍ଥ- ଦର୍ଶକ ଓ ପ୍ରଶଂସକ ହେଉଛନ୍ତି ଏହି ବଜାରରେ ଗ୍ରାହକ । ଖେଳର ପ୍ରକୃତ ଉଦ୍ଦେଶ୍ୟ କ’ଣ ? ପରସ୍ପର ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠା । ନିଜ ନିଜ ମଧ୍ୟରେ ସୌହାର୍ଧ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିବା, କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି । କେବଳ ଖେଳକୁ ନେଇ ଅର୍ଥ ଉପାର୍ଜନ ଉପରେ ଫୋକସ କରାଯାଉଛି । ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ସଂସ୍କରଣରୁ ୧ ବିଲିୟନ ଡଲାର ରୋଜଗାର କରିବା ପାଇଁ ଯୋଜନା କରିଥିଲା । କାରଣ ଭାରତ ଏହାର ମୁଖ୍ୟ ଆୟୋଜକ । ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବଜାର । ତେଣୁ ଭେନ୍ୟୁ ଓ ସୂଚୀ ମଧ୍ୟ ସେମିତି ପ୍ରସ୍ତୁତ କରାଯାଇଥିଲା । କେବଳ ମ୍ୟାଚ ପ୍ରସାରଣରୁ ୯୦ ପ୍ରତିଶତ ଅର୍ଥ କେବଳ ଭାରତରୁ ଆଇସିସି ମ୍ୟାଚର ପ୍ରସାରଣ ଅଧିକାର ବାବଦରେ ପୂରା ଟୁର୍ଣ୍ଣାମେଣ୍ଟର ୯୦ ପ୍ରତିଶତ ଅର୍ଥ ପାଇଛି ।
ଏହା ବି ପଢନ୍ତୁ...୨୫ ମିନିଟ୍ ଧରି ଚାଲିଥିବା ଫୋନ୍ କଲ୍... କିପରି ଫେରି ପାଇଲେ ଫର୍ମ ? ବଡ଼ ଖୁଲାସା କଲେ ସାନଦାର ସଞ୍ଜୁ ସାମସନ
ଜିଓହଟ୍ଷ୍ଟାର ପ୍ରସାରଣ ଅଧିକାର ପାଇଥିଲା । ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଯେତିକି ଆଲୋଚନା ହୁଏ, ଏହାର ବ୍ରାଣ୍ଡ୍ ଭାଲ୍ୟୁ ସେତିକି ଆକାଶ ଛୁଆଁ ହୋଇଯାଏ । ଏଥର ଭାରତ ଓ ପାକିସ୍ତାନ ଥରୁଟିଏ ମୁହାଁମୁହିଁ ହୋଇଥିଲେ । ଏହି ଗୋଟିଏ ମ୍ୟାଚରୁ ୨୨୦୦ରୁ ଊଦ୍ଧ୍ୱର୍ କୋଟି ଟଙ୍କା ଆଇସିସି ରୋଜଗାର କରିଥିବା ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣା ପଡ଼ିଛି । ଆଇସିସି ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ (ପ୍ରସାରଣ ଅଧିକାର) ବିକ୍ରି କରି ୩ ବିଲିୟନ ଡଲାର (୨୭ ହଜାର କୋଟିରୁ ଊଦ୍ଧ୍ୱର୍) ପାଇଛି । ପ୍ରସାରଣ ଅଧିକାର ବ୍ୟତୀତ ବିଭିନ୍ନ ପ୍ରାୟୋଜକ ଓ ଟିକେଟ୍ ବାବଦରେ ମଧ୍ୟ ବହୁ ଅର୍ଥ ରୋଜଗାର କରିଛି ଆଇସିସି । ୨୦ ପ୍ରତିଶତ ବଢ଼ିଛି ପୁରସ୍କାର ରାଶି ପୂର୍ବ ସଂସ୍କରଣରୁ ୨୦୨୬ ସଂସ୍କରଣ ପାଇଁ ପୁରସ୍କାର ରାଶି ୨୦ ପ୍ରତିଶତ ବୃଦ୍ଧି କରାଯାଇଥିଲା ।
ଏଥର ମୋଟ୍ ୧୩.୫ ମିଲିୟନ ଡଲାର (୧୨୦ କୋଟି) ପୁରସ୍କାର ରାଶି ରହିଥିଲା । ଚାମ୍ପିଅନ ଦଳକୁ ୩ ମିଲିୟନ (୨୭.୪୮ କୋଟି) ଏବଂ ରନର୍ସଅପ୍ ଦଳକୁ ୧.୬ ମିଲିୟନ ଡଲାର (୧୪.୬୫ କୋଟି) ପ୍ରଦାନ କରାଯାଇଥିଲା । ଭାରତରୁ ଆଇସିସି ସର୍ବାଧିକ ଅର୍ଥ ରୋଜଗାର କରିଥାଏ । ତେଣୁ ବିସିସିଆଇ ଭାଗରେ ଅଧିକ ଅର୍ଥ ମିଳିଥାଏ । ଆଇସିସି ବାର୍ଷିକ ୬୦୦ ମିଲିୟନ ଡଲାର ବିଭିନ୍ନ ଇଭେଣ୍ଟ ଆୟୋଜନ କରି ରୋଜଗାର କରେ । ୨୦୨୪ରୁ ୨୦୨୭ ଚକ୍ରରେ ବିସିସିଆଇକୁ ଆଇସିସିର ମୋଟ୍ ରୋଜଗାରର ୩୮.୫ ପ୍ରତିଶତ (ବାର୍ଷିକ ୨୩୧ ମିଲିୟନ ଡଲାର) ଅର୍ଥ ମିଳିବା ନେଇ ଚୁକ୍ତି ହୋଇଛି । ୨୦୨୨ରେ ବିଶ୍ୱକପ୍ରେ ମୋଟ୍ ପୁରସ୍କାର ରାଶି ୧ ବିଲିୟନ ଡଲାର ରହିଥିଲା । ଯାହା ଏଥର ଆଇସିସିର ପୂରା ଟୁର୍ଣ୍ଣାମେଣ୍ଟର ରୋଜଗାର ଠାରୁ ଅଧିକ । ୨୦୨୬ ସଂସ୍କରଣରେ ପୁରସ୍କାର ରାଶି ଦୁଇଗୁଣା ହେବ ବୋଲି ଆଶା କରାଯାଉଛି । କଥା ହେଉଛି, ଧୀରେ ଧୀରେ କ୍ରିକେଟ୍ ଯେମିତି ଟି-ଟ୍ୱେଣ୍ଟି ମାଧ୍ୟମରେ ସାରା ବିଶ୍ୱରେ ଲୋକପ୍ରିୟତାର ସିଡ଼ି ଚଢ଼ୁଛି, ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଆଇସିସି ଫିଫାର ବହୁ ନିକଟତର ହୋଇଯିବ ବୋଲି ଆଶା ।