ନୂଆଦିଲ୍ଲୀ,୧୩/୦୨; ଜମୁଛି ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ ମହାକୁମ୍ଭ । ରଣନୀତି, ରେକର୍ଡ, ରନ୍ ବର୍ଷାରେ ଉଛୁଳୁଛି ଷ୍ଟାଡିୟମ । କ୍ରିକେଟକୁ ଉପଭୋଗ କରୁଛନ୍ତି ଦର୍ଶକ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଗ୍ରୁପ୍ ବି’ରେ ଶ୍ରୀଲଙ୍କା କ୍ରମାଗତ ଦ୍ୱିତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଗୁରୁବାର ଅନୁଷ୍ଠିତ ୧୬ତମ ଲିଗ୍ ମ୍ୟାଚରେ ଦଳ ୧୦୫ ରନ୍ରେ ଓମାନକୁ ହରାଇଚି ।
ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫/୨୨୫ ରନ ସଂଗ୍ରହ କରିଥିଲା । ଜବାବରେ ଓମାନ ୯ ୱିକେଟ୍ ହରାଇ ୧୨୦ ରନ କରିବାକୁ ସକ୍ଷମ ହୋଇଥିଲା । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପବନ ରତନାଏକେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଶ୍ରୀଲଙ୍କା ୪୨ ରନ୍ରେ ଉଭୟ ଓପନରଙ୍କୁ ହରାଇଥିଲା । କାମିଲ ମିଶରା ୮ ଓ ପଥୁମ ନିଶଙ୍କା ୧୩ ରନ କରି ଆଉଟ୍ ହୋଇଥିଲେ । ଏହାପରେ କୁଶଲ ମେଣ୍ଡିସ, ରତନାଏକେ ଓ ଡାସୁନ ଶଣକା ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ ୨୨୫ରେ ପହଞ୍ଚାଇଥିଲେ ।
Pavan Rathnayake's dominant fifty propelled Sri Lanka to a win against Oman in #T20WorldCup💪
— ICC (@ICC) February 12, 2026
He wins the @aramco POTM🎖️
📝: https://t.co/Vpv1Ytwuwo pic.twitter.com/00yAojR3Cb
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଇଟାଲୀର ଐତିହାସିକ ବିଜୟ, ନେପାଳକୁ ୧୦ ରନ୍ରେ ହରାଇଲା
ମେଣ୍ଡିସ ୪୫ଟି ବଲ୍ରେ ୬୧ (୭ଚୌକା), ରତନାଏକେ ୨୮ଟି ବଲ୍ରେ ୬୦ (୮ଚୌକା, ୧ଛକା) ଓ ଶଣକା ୨୦ଟି ବଲ୍ରେ ୨ଚୌକା ଓ ୫ ଛକା ବଳରେ ୫୦ ରନ କରିଥିଲେ । ଜବାବରେ ଓମାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ମଧ୍ୟ ଭାଗରେ ମହମ୍ମଦ ନଦୀମ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବାରୁ ଓମାନ ଅଲ୍ ଆଉଟ୍ରୁ ବର୍ତ୍ତି ଯାଇଥିଲା । ସେ ୩ ଚୌକା ଓ ୧ ଛକା ବଳରେ ୫୩ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାସିମ ଅଲି ୨୭ ରନ କରିଥିବାବେଳେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମୀରା ଓ ମହୀଶ ତୀକ୍ଷଣା ୨ଟି ଲେଖାଏଁ ୱିକେଟ୍ ନେଇଥିେଲେ ।