PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଅଷ୍ଟ୍ରେଲିଆ କ୍ରିକେଟେରଙ୍କ ମନ ଜିଣିଲେ ଶ୍ରୀଲଙ୍କା କ୍ରିକେଟ ପ୍ରଶଂସକ, ଆଇସିସି ମଧ୍ୟ ସେୟାର କଲା ଚମତ୍କାର ଫଟୋ

pic- internet

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟେରଙ୍କ ମନ ଜିଣିଲେ ଶ୍ରୀଲଙ୍କା କ୍ରିକେଟ ପ୍ରଶଂସକ। ଶେଷ ଦିନିକିଆରେ ଭ୍ରମଣକାରୀ ଦଳ  ଅଷ୍ଟ୍ରେଲିଆ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀଲଙ୍କା ପ୍ରଶଂସକ । ଶ୍ରାଲଙ୍କା ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ଶେଷ ଦିନିକିଆ ସମୟରେ  ପଡ଼ିଆରେ ଶ୍ରୀଲକା ପ୍ରଶଂସକ ମାନେ ‘ଥ୍ୟାଙ୍କ ୟୁ ଅଷ୍ଟ୍ରେଲିଆ’  ପୋଷ୍ଟର ଲଗାଇଥିଲେ।  ସୂଚନା ଥାଉକି, ଶ୍ରୀଲଙ୍କା ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହାରି ଭିତରେ ସେଠାକାର କ୍ରିକେଟ ପ୍ରେମୀଙ୍କ ମହଁରେ ହସ ଦେଖିବାକୁ ମିଳିଥିଲା।   

ଏମିତିକି ଶ୍ରୀଲଙ୍କାର କିଛି ପ୍ରଶଂସକ ନୀଳ ବଦଳରେ ହଳଦିଆ ଟି-ସାର୍ଟ ପିନ୍ଧିଥିବାର ଦେଖାଯାଥିଲା।  ଯାହା ଅଷ୍ଟ୍ରେଲିଆ ଖେଳିବାକୁ ଆସିଥିବାରୁ କୃତଜ୍ଞତାର ଏକ ଚିହ୍ନ ରହିଥିଲା। ଆଇସିସି ଶ୍ରୀଲଙ୍କା ପ୍ରଶଂସକଙ୍କ ବ୍ୟାନର ଧରିଥିବା କିଛି ଫଟୋ ମଧ୍ୟ ସେୟାର କରିଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ODI ସିରିଜ୍ ଜିତିଥିବା ବେଳେ ଟି -20 ସିରିଜ୍ ଜିତିଛି ଅଷ୍ଟ୍ରେଲିଆ।  ଶ୍ରୀଲଙ୍କା ୩-୧ ରେ ସିରିଜ କବଜା କରିଛି। ଯାହା ୧୯୯୨ ପରଠାରୁ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ପ୍ରଥମ ବିଜୟ ରହିଥିଲା। 

ସମ୍ବନ୍ଧିତ ଖବର