ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ, ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ନିର୍ଦ୍ଦେଶ

Published By : Prameya | January 17, 2025 9:48 AM

ପୁରୀ,୧୭/୦୧: ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧୀନରେ କାମ କରୁଥିବା  ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ  ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା  ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା  ଦାଖଲ ନକଲେ ବେତନ ବୃଦ୍ଧି, ପଦୋନ୍ନତି,  ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରାତ୍ସୋହନ  ରାଶି ପ୍ରଦାନ କରାଯିବ ନାହିଁ । ଶ୍ରୀମନ୍ଦିର  ପ୍ରଶାସନର କାର୍ଯ୍ୟ ସମୀକ୍ଷା କରିବା ପରେ  ଗୁରୁବାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି  ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ ।  

ବୈଠକରେ ସମସ୍ତ ଅଧିକାରୀ  ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ  କାର୍ଯ୍ୟାବଳୀ ଅନୁପାଳନ ନିମନ୍ତେ ସେ  ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ୫ ସୂତ୍ରୀ କାର୍ଯ୍ୟାବଳୀଗୁଡିକ ହେଲା  ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ  କୌଣସି ଅଧିକାରୀ ତଥା କର୍ମଚାରୀ ପାନ,  ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ  ସେବନ କରିବେ ନାହିଁ । ପ୍ରତ୍ୟେକ ମାସ  ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ  ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । 

ସେହିପରି ପ୍ରତ୍ୟେକ ଶୁକ୍ରବାର  ସମସ୍ତ ଅଧିକାରୀ ତଥା କର୍ମଚାରୀ  ହସ୍ତତନ୍ତ ପୋଷାକ ପିନ୍ଧି କାର୍ଯ୍ୟାଳୟ  ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ  ସକାଶେ ଏହା ଲାଗୁ ହେବନାହିଁ । ଶ୍ରୀମନ୍ଦିର  ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ  ମୋବାଇଲ୍‌ ବ୍ୟବହାର ଉପରେ ମଧ୍ୟ  କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର  ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା  ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା  ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି । 

ସୂଚନା ଥାଉକି, ଶ୍ରୀମନ୍ଦିର  କାର୍ଯ୍ୟାଳୟରେ କାମ କରିବା ବେଳେ ପାନ,  ଗୁଟୁଖା ଖାଇବା ବାବଦରେ ପୂର୍ବ ମୁଖ୍ୟ  ପ୍ରଶାସକ ରଞ୍ଜନ ପାଢ଼ି ନିଷିଦ୍ଧ ଆଦେଶ  ଲଗାଇଥିଲେ । ମାତ୍ର ଏହାକୁ ପରେ ପାଳନ  କରାଯାଉନଥିଲା । ସେହିପରି ଶ୍ରୀମନ୍ଦିରକୁ  ଯାଉଥିବା ପ୍ରଶାସନିକ କର୍ମଚାରୀମାନେ  ସାଙ୍ଗରେ ସ୍ମାର୍ଟ ଫୋନ୍‌ ନେଇ ଯାଉଥିବାରୁ  ଏହାକୁ ନେଇ ସାଧାରଣ ଲୋକଙ୍କ  ଭିତରେ ଅସନ୍ତୋଷ ଦେଖାଦେଉଥିଲା ।  ସମସ୍ତଙ୍କ ନିମନ୍ତେ ଗୋଟିଏ ପ୍ରକାର  ନିୟମ କରିବାକୁ ଦାବି ହୋଇ ଆସୁଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.