PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ହରିଶୟନ ଏକାଦଶୀରେ ନିଦ୍ରା ଯାନ୍ତି ଶ୍ରୀହରି, ରଥ ଉପରେ ପାଳିତ ହୁଏ ଠାକୁରଙ୍କ ଏହି ନୀତି

ପୁରୀ ୩୦/୦୬: ଆଷାଢ଼ ଶୁକ୍ଳ ପକ୍ଷ ହରିଶୟନ ଏକାଦଶୀରେ ଶ୍ରୀହରି ନିଦ୍ରା ଯାଇଥାନ୍ତି । ରଥ ଉପରେ ଠାକୁରଙ୍କ ଏହି ନୀତି ମୁଖ୍ୟତଃ ପାଳିତ ହୋଇଥାଏ । ଚତୁର୍ମାସ୍ୟା ଆରମ୍ଭ ସହିତ ଶ୍ରୀହରିଙ୍କ ନିଦ୍ରା ସମୟରେ ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ନିଷିଦ୍ଧ । କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠନ୍ତି । ଶୟନ ଠାକୁର ଉଠିଲେ ପୁଣି ସାମାଜିକ ଶୁଭ କାର୍ଯ୍ୟ ଆରମ୍ଭ ହୋଇଯାଏ ।

ଏକାଦଶୀ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ହରି ଶୟନ ନୀତି ସମ୍ପନ୍ନ ହୁଏ । ତିନି ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ ଉପରକୁ ଆଣନ୍ତି । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବାସୁଦେବଙ୍କୁ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଭୁବନେଶ୍ୱରୀଙ୍କୁ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଶ୍ରୀନାରାୟଣ (ଶୟନଠାକୁର)ଙ୍କୁ ବିଜେ କରାନ୍ତି । ଶୟନ ଠାକୁର ରଥାରୁଢ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ହେଲାପରେ ମହାସ୍ନାନ ନୀତି ବଢେ । ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗା ଓ ମାଳଫୁଲ ଲାଗି ହୁଏ । ପୂଜାପଣ୍ଡା ସାମନ୍ତମାନଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ବଲ୍ଲଭ ବଡ଼ସିଂହାର ଭୋଗ ପୂଜା ସମ୍ପନ୍ନ ପରେ କର୍ପୂର ଆଳତି କରାଯାଏ । ଏହାପରେ ଶୟନ ଠାକୁରମାନଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତ ଭଣ୍ଡାର ଦୁଆରକୁ ନିଅନ୍ତି । ଠାକୁରଙ୍କ ଏହି ନୀତିରେ ଭଣ୍ଡାର ମେକାପ, ପାଳିଆ ପଢିଆରି, ତଳୁଛ ମହାପାତ୍ର, ପ୍ରଧାନୀ, ଘଣ୍ଟୁଆ, ଛତାର, କୋଠ ସୁଁଆସିଆ, ତାଟ ଦରଜି, ମୁଦିରସ୍ତ ଓ ତଡ଼ାଉ କରଣ ପ୍ରମୁଖ ସେବା ଦେଇଥାନ୍ତି ।

ଭଣ୍ଡାର ଦୁଆରେ ବିଧି ମୁତାବକ ଶୟନ ନୀତି ଅନୁଷ୍ଠିତ ହୋଇଥାଏ । କୋଠ ସୁଆଁସିଆ ଦେଇଥିବା ତାଟ ପେଡ଼ି, ଦର୍ଜୀଙ୍କ ଶେଯ ଓ ତକିଆରେ ଠାକୁରଙ୍କୁ ଶୁଆଇ ଦିଆଯାଏ । ମୁଦିରଥ ହାତୁଆଣି ନେଇ ପ୍ରସାଦଲାଗି କରିବା ସହ ପୁଷ୍ପାଞ୍ଜଳି, କର୍ପୂର ଆଳତି ଓ ସାତକାହାଳୀ, ସଞ୍ଜବତୀ, ଦୁର୍ବାକ୍ଷତ ବନ୍ଦାପନା ଆଦି ହୁଏ । ପରେ ପେଡ଼ିକୁ ବନ୍ଦ କରି ତା’ଉପରେ ଖୋଳ ପକାଯାଏ । ସମସ୍ତେ ବାହାରି ଆସିବାରେ ଶୟନ ଘରକୁ ବନ୍ଦ କରାଯାଏ ।

ମହାପ୍ରଭୁ ଜଗତକଲ୍ୟାଣ ପାଇଁ ଆଷାଢ ଶୁକ୍ଲ ଏକାଦଶୀରୁ ଼କାର୍ତ୍ତିକ ବଡ଼ଏକାଦଶୀ ଯାଏ ଚାରି ମାସ ଶୟନ କରୁଥିବା ଶାସ୍ତ୍ର କୁହେ । ସ୍କନ୍ଦପୁରାଣ ଅନୁସାରେ ହରିଶୟନ ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଇହଲୋକରେ ସୁଖପ୍ରାପ୍ତି ସହ ପୁର୍ନଜନ୍ମ ନହୋଇ ବୈକୁଣ୍ଠ ପାପ୍ତ ହୁଏ । ଶ୍ରୀହରିଙ୍କ ନିଦ୍ରା ନୀତି ପରଦିନ ଶ୍ରୀମନ୍ଦିରରେ ଶ୍ରୀଗରୁଡ଼ ଶୟନ ନୀତି ଓ ସେହି ଅନୁରୂପ କାର୍ତ୍ତିକ ମାସରେ ଶ୍ରୀହରି ଓ ଶ୍ରୀଗରୁଡ଼ ଉତ୍ଥାପନ ନୀତି ହୋଇଥାଏ ।