ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଭିନୟ ନୁହେଁ ପାଠ ପଢାରେ ବି ପାରଙ୍ଗମ ଶ୍ରୀନିଧି, ଜାଣନ୍ତୁ ମଡେଲରୁ ରାତାରାତି କେମିତି ବନିଗଲେ ସୁପରଷ୍ଟାର୍‌

Published By : Krishna Priya | October 21, 2024 1:15 PM

ମୁମ୍ବାଇ ୨୧/୧୦: ବଲିଉଡ ହେଉ କିମ୍ବା ସାଉଥ୍‌, ଖୁବ୍ କମ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ ପରଦାରେ ସେମାନଙ୍କର ପ୍ରଥମ ଫିଲ୍ମରୁ ସଫଳତା ହାସଲ କରିଛନ୍ତି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ଶ୍ରୀନିଧି ଶେଟ୍ଟୀ। ଯିଏକି ତାଙ୍କର ପ୍ରଥମ ଫିଲ୍ମରୁ କେବଳ ଅପାର ସଫଳତା ହାସଲ କରିନାହାଁନ୍ତି ବରଂ ବକ୍ସ ଅଫିସରେ କମାଲ ଦେଖାଇଛନ୍ତି। ତାଙ୍କର ୩ ଟି ଫିଲ୍ମ ୧୪୦୦ କୋଟି ଟଙ୍କା ରୋଜଗାର କରିଛି। ଶ୍ରୀନିଧି ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୨୧, ୧୯୯୨ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ କ୍ୟାରିୟର ଏବଂ ଜୀବନ ସହିତ ଜଡିତ କିଛି ରୋଚକ ତଥ୍ୟ...

ଅକ୍ଟୋବର ୨୧, ୧୯୯୨ ରେ ଜନ୍ମିତ ଶ୍ରୀନିଧି କର୍ଣ୍ଣାଟକର । ବାପାଙ୍କ ନାଁ ରମେଶ ଶେଟ୍ଟୀ ଏବଂ ମା’ କୁଶଲା। ଅଭିନେତ୍ରୀ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ବେଙ୍ଗାଲୁରୁରୁ କରିଥିଲେ। ତାଙ୍କୁ ବ୍ୟୁଟି ୱିଥ୍‌ ବ୍ରେନ୍‌ ମଧ୍ୟ କୁହାଯାଏ । ସେ ଇଣ୍ଡଷ୍ଟ୍ରିର ଜଣେ ଦକ୍ଷ ଅଭିନେତ୍ରୀ । ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ 'ମିସ୍ ଡିଭା ସୁପରନେସନାଲ୍', 'ମିସ୍ ସୁପରନେସନାଲ' ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଜିତିଥିଲେ। ଏହି ମୁକୁଟକୁ ତାଙ୍କ ମୁଣ୍ଡରେ ସଜାଇବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ଏହି ଟାଇଟଲ୍ ଜିତିବା ପରେ ସେ ବର୍ତ୍ତମାନ ତାମିଲ ଏବଂ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ନାମ ଅର୍ଜନ କରିଛନ୍ତି।

ଶ୍ରୀନିଧି କେବଳ ନିଜର ସୌନ୍ଦର୍ଯ୍ୟ ଏବଂ ପ୍ରତିଭା ପାଇଁ ଜଣାଶୁଣା ନୁହଁନ୍ତି ବରଂ ସେ ପାଠପଢାରେ ମଧ୍ୟ ଖୁବ୍‌ ପାରଙ୍ଗମ। ସେ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି ଏହି କାରଣରୁ ଅଭିନେତ୍ରୀଙ୍କୁ ବ୍ରେନ୍‌ ବ୍ୟୁଟି କୁହାଯାଏ । ମିସ୍‌ ସୁପରନେସନାଲ୍‌ ଜିତିବା ପରେ ଅଭିନେତ୍ରୀ ଫିଲ୍ମ ଅଫର ପାଇବା ଆରମ୍ଭ କରିଥିଲେ ।  ସେ ୨୦୧୮ ମସିହାରେ ବ୍ଲକବଷ୍ଟର କନ୍ନଡ ଫିଲ୍ମ 'କେଜିଏଫ୍ ଚାପ୍ଟର ୧' ରେ ସାଇନ୍‌ କରିଥିଲେ। ଏହି ଫିଲ୍ମ ସହିତ ସେ ଅଭିନୟରେ ଡେବ୍ୟୁ କରିଥିଲେ ଏବଂ ପ୍ରଥମ ଫିଲ୍ମରୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ଦକ୍ଷିଣର ସବୁଠାରୁ ବଡ ପୁରସ୍କାର SIIMA ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ସେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.