ମୁମ୍ୱାଇ : ଶାହରୁଖ ଖାନଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ ଡେବ୍ୟୁ କରିବାକୁ ପ୍ରସ୍ତୁତ। ନେଟଫ୍ଲିକ୍ସ ଓ ଶାହରୁଖଙ୍କ ପ୍ରଡକ୍ସନ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଅଫିସିଆଲି ଏକ ଅନଟାଇଟେଲ ବଲିଉଡ ସିରିଜ ଘୋଷଣା କରିଛି, ଯେଉଁଥିରେ ଆର୍ଯ୍ୟନ ଜଣେ କ୍ରିଏଟର ଓ ଡାଇରେକ୍ଟର ଭାବେ ଡେବ୍ୟୁ କରୁଛନ୍ତି। ଏହି ସିରିଜ କେବଳ ନେଟଫ୍ଲିକ୍ସରେ ଉପଲବ୍ଧ ହେବ ଏବଂ ୨୦୨୫ରେ ରିଲିଜ ହେବ। 

ଏହି ସିରିଜରେ ଚାର୍ମିଂ ଓ ମହତ୍ତ୍ୱାକାଂକ୍ଷୀ ଥିବା ଜଣେ ବ୍ୟକ୍ତିର ବଲିଉଡର ଗ୍ଲାମରସ ଏବଂ ଚ୍ୟାଲେଞ୍ଜିଂ ଦୁନିଆର ଜର୍ଣ୍ଣି ବିଷୟରେ କୁହାଯାଇଛି। ହାଇ ଡ୍ରାମା ଓ ସେଲ୍ଫ ହ୍ୟୁମର ସହ ଭରପୂର ମନୋରଞ୍ଜନ ରହିଛି। 


ଏହା ନେଟଫ୍ଲିକ୍ସ ଓ ରେଡ୍‌ ଚିଲିଜ୍‌ର ୬ଷ୍ଠ କୋଲେବ୍ରେସନ। ଏହା ପୂର୍ବରୁ ଉଭୟ ଡାର୍ଲିଙ୍ଗସ ,ଭକ୍ଷକ, କ୍ଲାସ୍ ଅଫ୍‌ ୮୩ , ବେତାଲ ଓ ବାର୍ଡ ଅଫ୍‌ ବ୍ଲଡରେ ଏକାଠି କାମ କରି ସାରିଛନ୍ତି। ଏହି ପ୍ରୋଜେକ୍ଟକୁ ନେଇ ନିଜର ଏକ୍ସାଇଟମେଣ୍ଟ ସେୟାର କରି ଶାହରୁଖ କହିଛନ୍ତି , ଆମେ ବହୁତ ଏକ୍ସାଇଟେଡ୍‌ ଅଛୁ, ଏହି ନୂଆ ସିରିଜକୁ ପ୍ରେଜେଣ୍ଟ କରିବା ପାଇଁ , ଯାହାକୁ ନେଟଫ୍ଲିକ୍ସ ସହ ନେଇ ଆସୁଛୁ।