PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସାଧାରଣ ପ୍ରଜନନ ହାରରେ ବଡ଼ ହ୍ରାସ, ଦଶ ବର୍ଷ ଭିତରେ କମିଛି ୨୦ ପ୍ରତିଶତ

Image Courtesy: News18

ନୂଆଦିଲ୍ଲୀ,୨୭/୦୯: ଭାରତରେ ସାଧାରଣ ପ୍ରଜନନ ହାରକୁ ନେଇ ୨୦୨୦ରେ ହୋଇଥିବା ନମୁନା ପଞ୍ଜିକରଣ ପ୍ରଣାଳୀର ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତରେ ଗତ ଦଶବର୍ଷ ମଧ୍ୟରେ ସାଧାରଣ ପ୍ରଜନନ ହାରରେ ୨୦ ପ୍ରତିଶତ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ହ୍ରାସ ଅଧିକ ରେକର୍ଡ କରାଯାଇଛି। ସହରାଞ୍ଚଳରେ ଯେଉଁଠାରେ ଏହା ୧୫.୬ ପ୍ରତିଶତ ରେକର୍ଡ ହୋଇଛି ତାହା ଗ୍ରାମାଞ୍ଚଳରେ ଏହା ୨୦.୦୨ ପ୍ରତିଶତ ରେକର୍ଡ କରାଯାଇଛି। ୧୫-୪୯ ବର୍ଷ ବୟସ ବର୍ଗରେ ଗୋଟିଏ ବର୍ଷରେ ୧୦୦୦ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟାକୁ ବୁଝାଏ।

ଟାଇମ୍ସ ଅଫ୍‌ ଈଣ୍ଡିଆର ରିପୋର୍ଟ ମୁତାବକ ନିକଟରେ ଜାରି କରାଯାଇଥିବା ନମୂନା ପଞ୍ଜିକରଣ ପ୍ରଣାଳି ୨୦୨୦ର ଡାଟା ଅନୁସାରେ, ଭାରତରେ ହାରାହାରି ଜିଏଫଆର ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ (ତିନି ବର୍ଷ ଅବଧି) ମଧ୍ୟରେ ୮୬.୧ ଥିଲା ଏବଂ ୨୦୧୮-୨୦ (ତିନି ବର୍ଷର ହାରାହାରି) ରେ ୬୮.୭କୁ ଖସି ଆସିଛି। ଏସଆରସ (ସାମ୍ପୁଲ୍‌ ରେଜିଷ୍ଟ୍ରସନ୍‌ ସିଷ୍ଟମ୍) ତଥ୍ୟ ଦର୍ଶାଉଛି ଯେ ସହରାଞ୍ଚଳରେ ୧୫.୬ ପ୍ରତିଶତ ତୁଳନାରେ ଗ୍ରାମାଞ୍ଚଳରେ ଏହି ହ୍ରାସ ୨୦.୦୨ ପ୍ରତିଶତ ଅଧିକ ରହିଛି।

AIIMS ର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ସୁନୀତା ମିତ୍ତଲ କହିଛନ୍ତି ଯେ ଜିଏଫଆର ହ୍ରାସ ଜନସଂଖ୍ୟା ଅଭିବୃଦ୍ଧି ହ୍ରାସ କରିଛି ଯାହା ଏକ ଭଲ ସଙ୍କେତ ଅଟେ। ସେ କହିଛନ୍ତି ଯେ ଏହି ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ବିବାହର ବୟସ ବୃଦ୍ଧି, ମହିଳାଙ୍କ ମଧ୍ୟରେ ସାକ୍ଷରତା ହାରରେ ଉନ୍ନତି ଏବଂ ଆଧୁନିକ ଗର୍ଭନିରୋଧକ ପଦ୍ଧତିର ସହଜ ଉପଲବ୍ଧତା। ବର୍ତ୍ତମାନ ଜାତୀୟ ସ୍ତରରେ ଜଣେ ଗ୍ରାମୀଣ ମହିଳାଙ୍କ ଟିଏଫଆର ସହରୀ ମହିଳାଙ୍କ ତୁଳନାରେ ଅଧିକ ରେକର୍ଡ କରାଯାଇଛି।

ଗ୍ରାମୀଣ ମହିଳାଙ୍କ ଟିଆରଏଫ ୨.୨ ଏବଂ ସହରୀ ମହିଳାଙ୍କ କ୍ଷେତ୍ରରେ ୧.୬ ରେକର୍ଡ କରାଯାଇଥିଲା। ଏଥି ସହ ଦିଲ୍ଲୀରେ (୧.୪), ତାମିଲନାଡୁ (୧.୪), ପଶ୍ଚିମବଙ୍ଗ (୧.୪), ଆନ୍ଧ୍ରପ୍ରଦେଶ (୧.୫), ହିମାଚଳ ପ୍ରଦେଶ (୧.୫), ଜାମ୍ମୁ କାଶ୍ମୀର (୧.୫), କେରଳ (୧.୫), ମହାରାଷ୍ଟ୍ର (୧.୫) , ପଞ୍ଜାବ (୧.୫), ତେଲେଙ୍ଗାନା (୧.୫), କର୍ଣ୍ଣାଟକ (୧.୬), ଓଡିଶା (୧.୮), ଉତ୍ତରପ୍ରଦେଶ (୧.୮), ଗୁଜୁରାଟ (୨.୦), ହରିୟାଣା (୨.୦) ଏବଂ ଆସାମରେ (୨.୧) ଟିଆରଏଫ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର