ନୂଆଦିଲ୍ଲୀ,୧୭।୧୧: ଫିଲ୍ମମେକର ଏସଏସ୍ ରାଜାମୌଲିଙ୍କ ଫିଲ୍ମ ‘ବାରାଣାସୀ’ର ପ୍ରଥମ ଝଲକ ଦେଖିବାକୁ ମିଳିବା ପରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢିଯାଇଛି। ଗତ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଆୟୋଜିତ ହୋଇଥିଲା ‘ଷ୍ଟାର ଷ୍ଟଡେଡ ଇଭେଣ୍ଟ’। ଯେଉଁଠି ପିଲ୍ମର ପୁରା ଷ୍ଟାରକାଷ୍ଟ ଏକାଠି ହୋଇଥିଲେ। ଫିଲ୍ମ ବିଷୟରେ କଥା ହୋଇ ରାଜାମୌଲି ଖୁବ୍ ଇମୋସନାଲ ହୋଇ ପଡିଥିଲେ। କିନ୍ତୁ ତାଙ୍କର ଏକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ।
ଇଭେଣ୍ଟରେ ଫିଲ୍ମର ପ୍ରଥମ ଝଲକରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ବାରମ୍ବାର ଏଭଳି ଯେତେବେଳେ ହୋଇଥିଲେ ରାଜାମୌଲି ଦୁଃଖ ପ୍ରକାଶ କରିଥିଲେ। ଏହାପରେ ପବ୍ଲିକକୁ ସମ୍ବୋଧିତ କରି ସେ କହିଥିଲେ କିଭଳି ତାଙ୍କ ବାପା ଓ ପତ୍ନୀ ଭଗବାନ ହନୁମାନଙ୍କୁ ମାନୁଥିଲେ। କିନ୍ତୁ ତାଙ୍କୁ ଭଗବାନଙ୍କ ଉପରେ ଭରସା ନାହିଁ। ସେ କହିଥିଲେ, ମୁଁ ଭଗବାନଙ୍କୁ ମାନେନି। ମୋର ବାପା ମୋତେ କହିଥିଲେ, ଭଗବାନ ହନୁମାନ ମୋତେ ଗାଇଡ କରିବେ। କିନ୍ତୁ ଯେତେବେଳେ ଯାନ୍ତ୍ରିକ ତ୍ରୁଟି ଦେଖିଲି ମୋତେ ଖୁବ୍ ରାଗ ଲାଗିଥିଲା। କ’ଣ ହନୁମାନ ମୋର ଏଭଳି ସାହାଯ୍ୟ କରୁଛନ୍ତି ?
ଭଗବାନଙ୍କୁ ନେଇ ରାଜାମୌଲିଙ୍କ ଏହି ବୟାନ ପରେ ୟୁଜର୍ସ ତାଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି। ଲୋକଙ୍କ କହିବା ଅନୁସାରେ, ରାଜାମୌଲି ତାଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଏଭଳି କମେଣ୍ଟ ନିରାଶଜନକ। ସେ ଯଦିଓ ନାସ୍ତିକ, କିନ୍ତୁ ଭଗବାନଙ୍କୁ ନେଇ ଏଭଳି କମଣ୍ଟେ ଦେବା ଠିକ୍ ନୁହେଁ। ତାଙ୍କର ଟେକ୍ନିକାଲ ସମସ୍ୟା ପାଇଁ ଭଗବାନଙ୍କୁ ଦାୟୀ କରିବା ସମ୍ପୂର୍ଣ୍ଣ ଭୁଲ। ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କୁ କ୍ଷମା ମାଗିବାକୁ ୟୁଜର ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ, ଯଦି ‘ବାରାଣାସୀ’ ଫିଲ୍ମ ବିଷୟରେ କଥା ହେବା, ତେବେ ଏଥିରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ମହେଶ ବାବୁ ଅଭିନୟ କରିଛନ୍ତି। ଫିଲ୍ମଟି ୨୦୨୭ରେ ରିଲିଜ୍ ହେବ।