PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସୁଶାନ୍ତଙ୍କୁ ମେଡିସିନର ଓଭର ଡୋଜ୍ ଦେଉଥିଲେ ରିୟା, ସୁପ୍ରିମକୋର୍ଟରେ ବିହାର ପୋଲିସର ସତ୍ୟପାଠ

https://www.news247plus.com/

ମୁମ୍ବାଇ,୭।୮: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଲଗାତାର ଭାବରେ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ବିହାର ପୋଲିସ ସୁପ୍ରିମକୋର୍ଟରେ ମାମଲା ରୁଜୁ କରି ସିବିଆଇକୁ ଟ୍ରାନ୍ସଫର କରାଯିବା କାରଣରୁ ସତ୍ୟପାଠ ଦାଖଲ କରିଛି। ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ କଥା ସାମନାକୁ ବସିଛି। କୋର୍ଟରେ ଦାଖଲ ଆଫିଡେଭିଟରେ ବିହାର ପୋଲିସ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କରେ ଆସିବାର ଏକ ମାତ୍ର  ଲକ୍ଷ୍ୟ ଥିଲା ଟଙ୍କା ହଡପ କରିବା ବୋଲି କହିଛି।

ବିହାର ପୋଲିସ କହିଛି, ସେମାନେ ସୁଶାନ୍ତଙ୍କୁ ମାସିକ ରୋଗୀ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ। ବରିଷ୍ଠ ପୋଲିସ ଅଧୀକ୍ଷକ ଉପେନ୍ଦ୍ର ଶର୍ମାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କୁହାଯାଇଥିଲା ଯେ, ସୁଶାଙ୍କୁ ରିୟା ଚକ୍ରବର୍ତ୍ତୀ ନିଜର ଘରକୁ ନେଇ ଯାଇ ତାଙ୍କୁ ଔଷଧର ଓଭର ଡୋଜ୍ ଦେବା ଆରମ୍ଭ କରିଦେଇଥିଲେ।

ସତ୍ୟପାଠରେ ବିହାର ପୋଲିସର କହିବା ଅନୁସାରେ, ମୁମ୍ବାଇ ପୋଲିସର ଅସହଯୋଗ ପରେ ସେ ଯାଞ୍ଚରେ ଅନେକ ଗୁଡିଏ ସୁରାକ୍ ପାଇଛି। ସୁପ୍ରିମକୋର୍ଟରେ ଦେଇଥିବା ନିଜର ଜବାବରେ ପୋଲିସ କହିଛି ଯେ, ଦେଶର ବହୁ ସ୍ଥାନରେ ଯାଞ୍ଚ କରିବାର ଦରକାର ରହିଛି। ଯଦି  ଅନେକ ଗୁଡିଏ ଦିଗରେ ସୁଶାନ୍ତଙ୍କ ରହସ୍ୟମୟ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ କରିବ ତେବେ ବହୁ ଗୁରୁତ୍ବପୂର୍ଣ୍ଣ କଥା ଖୁଲାସା ହେବ।

ଆଫିଡେଭିଟରେ ଏହା କୁହାଯାଇଛି ଯେ, ବିହାର ପୋଲିସ ପାଖରେ ଏଫଆଇଆର ରୁଜୁ କରିବାର ଅଧିକାର କ୍ଷେତ୍ର ଥିଲା, କିନ୍ତୁ ତାକୁ କରିବାକୁ ଦିଆଯାଇନଥିଲା। ଏହା ସହିତ ମୁମ୍ବାଇ ପୋଲିସ ବହୁ ସଙ୍ଗୀନ ମାମଲା ରୁଜୁ କରିନାହିଁ। ମାମଲାର ସମ୍ବେଦନଶୀଳତାକୁ ଦେଖି ସିବିଆଇ ଯାଞ୍ଚ କରିବାର ସୁପାରିଶ କରାଯାଇଛି।

ଅନ୍ୟପକ୍ଷେ ରିୟା ଶୁକ୍ରବାର ଇଡିର ପଚରାଉଚରା ପକ୍ରିୟା​‌ରେ ଯୋଗ ଦେଇଛନ୍ତି।  ମୁମ୍ବାଇ ସ୍ଥିତ ଇଡିର ବ୍ରାଞ୍ଚ ଅଫିସକୁ ରିୟାଙ୍କୁ ଡକାଯାଇଥିଲା।  ଇଡି  ରିୟାଙ୍କ ଆବେଦନକୁ ଖାରଜ କରିବା ସହ ହାଜର ହେବାକୁ ସମନ ଦେଇଥିଲା କାରଣ  ରେ ରିୟା ଇଡିରେ ହାଜର ହେବାପାଇଁ ସମୟ ମାଗିଥିଲେ।