ଭୁବନେଶ୍ଵର : ସୁସ୍ଥ ରହିବା ପାଇଁ ସକାଳର ଆରମ୍ଭ ସ୍ୱାସ୍ଥ୍ୟକର ଖାଦ୍ୟ ସହ ହେବା ଜରୁରି । ସକାଳ ଜଳଖିଆରୁ ଆମକୁ କେବଳ ଦିନଯାକର ଶକ୍ତି ମିଳି ନଥାଏ, ବରଂ ସ୍ୱାସ୍ଥ୍ୟକର ଓ ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଆମ ଦେଶର ବିଭିନ୍ନ ଘରମାନଙ୍କରେ ଭିନ୍ନ ଭିନ୍ନ ସକାଳ ଜଳଖିଆ ମିଳିଥାଏ । ଯେପରିକି ଚୂଡା, ଇଡଲୀ, ବରାପିଆଜି ଓ ପରଟା ଆଦି । ଏହାବ୍ୟତୀତ ଚା’ ବିସ୍କୁଟ ସକାଳ ଜଳଖିଆର ଭଲ ବିକଳ୍ପ । କିଛି ଲୋକ ସକାଳ ଜଳଖିଆରେ ବାସି ରୁଟିରେ ଘିଅ ଲଗାଇ ଖାଇବାକୁ ପସନ୍ଦ କରିଥାନ୍ତି । ବାସି ରୁଟି ଖାଇବାକୁ ନେଇ କଣ କହୁଛନ୍ତି ଡାଏଟିସିଆନ୍ ଏ ଶ୍ୱେତା ଚାଲନ୍ତୁ ଜାଣିବା ।
ବାସି ରୁଟିରେ ଘିଅ ଲଗାଇ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଶରୀରକୁ ଶକ୍ତି ମିଳିଥାଏ । ଅବଶ୍ୟ ସେଥିପାଇଁ ଏହାକୁ ଅଧିକ ଖାଇବା ଅନୁଚିତ୍ । ବାସି ରୁଟିରେ ପ୍ରାକୃତିକ ଫର୍ମେଟେସନ୍ ହେବା କାରଣରୁ ଏଥିରେ ଏମିତି ଏକ ଷ୍ଟାର୍ଚ୍ଚ ତିଆରି ହୋଇଥାଏ, ଯାହା ଫାଇବର ପରି କାମ କରିଥାଏ । ଏହା ପେଟର ସ୍ୱାସ୍ଥ୍ୟ ଓ ପାଚନତନ୍ତ୍ର ପାଇଁ ଖୁବ୍ ହିତକର ହୋଇଥାଏ । ବାସି ରୁଟିରେ ଘିଅ ଲଗାଇବା ଦ୍ୱାରା ବ୍ୟୁଟିରେଟ୍ର ମାତ୍ରା ବଢିଯାଇଥାଏ । ଏହା ପେଟର ଲାଇନିଂକୁ ଆରାମ ଦେବା ସହ ଇନ୍ଫ୍ଲାମେସନ୍କୁ କମ୍ କରି ଗୁଡ୍ ବ୍ୟାକ୍ଟେରିଆରକୁ ବଢାଇଥାଏ । ବାସି ରୁଟିରେ ଘିଅ ଲଗାଇ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ । ଗ୍ଲାଇସୋମିକ୍ ଇଣ୍ଡେକ୍ସ କମ୍ ରହିବା ସହ ଶରୀରକୁ ଶକ୍ତି ମିଳିଥାଏ । ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ ।
ସେହିପରି ଏହା ଓଜନ କମ୍ କରିବାରେ ମଧ୍ୟ ସହଯୋଗ କରିଥାଏ । ଘିଅରେ ଥିବା ଚର୍ବିରେ ଘୂର୍ଣ୍ଣନଶୀଳ ଭିଟାମିନ୍(ଏ,ଡି,ଇ ଓ କେ) ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ସହ ନ୍ୟୁଟ୍ରିଏଣ୍ଟସ୍ର ଅବଶେଷଣାକୁ ବଢାଇଥାଏ । ରୁଟି ଓ ଘିଅ ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । କିନ୍ତୁ ଅଧିକ ମାତ୍ରାର ଘିଅ ଖାଇବା ଅନୁଚିତ୍ । ନଚେତ୍ କ୍ୟାଲୋରୀ ବଢିପାରେ । ଯେଉଁ ଲୋକମାନଙ୍କର କୋଲେଷ୍ଟେରଲ୍ ବଢିଥାଏ, ଓଜନ ଅଧିକ ରହୁଥିବ ବା ହୃଦୟଜନିତ ସମସ୍ୟା ରହିଥିବ, ସେମାନେ ଏହି ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ସେହିପରି ଯେଉଁମାନଙ୍କ ପାଚନ ତନ୍ତ୍ର ଦୁର୍ବଳ ଥିବ ଏସିଡିଟି ଏବଂ ବ୍ଲୋଟିଂ ହୋଇପାରେ । ଯଦି ଆପଣ ନିୟମିତ ବାସି ରୁଟିରେ ଘିଅ ଲଗାଇ ଖାଉଥାନ୍ତି, ତେବେ କମ୍ ଘିଅ ବ୍ୟବହାର କରନ୍ତୁ ।
ଏହି ଖବରଟିକୁ ପଢନ୍ତୁ- ଗରମରେ କରନ୍ତୁ ହାଲ୍କା ଭୋଜନ, ମିଳିବ ଏହ ସବୁ ଫାଇଦା...