ନୂଆଦିଲ୍ଲୀ. ୬।୯: ବୟସ ମାତ୍ର ୮ ବର୍ଷ ଚତୁର୍ଥ ଶ୍ରେଣୀର ପାଠ ପଢ଼ୁଛନ୍ତି ପୁଲିସ ବିଭାଗରେ କନେଷ୍ଟବଳ ଚାକିରି କରିଛନ୍ତି ଏତେ କୁନି ବୟସରୁ ପୂରା ପରିବାରର ଭରଣପୋଷଣ ଦାୟିତ୍ୱ ତୁଲାଉଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଯାହାଙ୍କୁ ପୁଲିସ ବିଭାଗରେ ଚାକିରି ମିଳିଛି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏତେ କମ୍ ବୟସରୁ ଝିଅଟିକୁ ପୁଲିସ ଚାକିରି କେମିତି ମିଳିଛି ? ଝିଅଟିର ନାଁ ଇଚ୍ଛା ରଘୁବଂଶୀ ତାଙ୍କ ବାପାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା ପୂର୍ବରୁ ସେ ପୋଲିସ ବିଭାଗରେ କାମ କରୁଥିଲେ ବାପା ଚାଲିଯିବା ପରେ ବାପାଙ୍କ ଜାଗାରେ ଇଚ୍ଛା ଚାକିରି ପାଇଁ ଆବେଦନ କରିଥିଲେ ସବୁଠାରୁ ଖୁସିର କଥା ଯେ, ଏସ୍‌ପି ମାତ୍ର ୨୫ ମିନିଟ୍ ମଧ୍ୟରେ ଇଚ୍ଛାଙ୍କ ଆବେଦନ ଗ୍ରହଣ କରିଥିଲେ କେବଳ ଏତିକି ନୁହେଁ, ସେ ତାଙ୍କୁ ଚାକିରି ପାଇଁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ

ମହାକାଳ ପୋଲିସ ଷ୍ଟେସନରେ ହେଡ୍ କନେଷ୍ଟବଳ ନମ୍ବର ୯୮୮ ଦେବେନ୍ଦ୍ର ସିଂହ ରଘୁବଂଶୀ ନିଯୁକ୍ତ ଥିଲେ ୧୭ ମେ, ୨୦୨୫ରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ଇଚ୍ଛା ରଘୁବଂଶୀ ହେଡ୍ କନଷ୍ଟେବଳ ସ୍ୱର୍ଗତ ଦେବେନ୍ଦ୍ର ସିଂହ ରଘୁବଂଶୀଙ୍କ ଏକମାତ୍ର ସନ୍ତାନ ସେଥିପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି ଇଚ୍ଛା ବର୍ତ୍ତମାନ ସେଣ୍ଟ ମେରୀ ସ୍କୁଲରେ ପାଠ ପଢ଼ୁଛନ୍ତି କହିରଖୁଛୁ କି, ପୋଲିସ କର୍ମଚାରୀଙ୍କ ଅକାଳ ମୃତ୍ୟୁ ହେଲେ, ପରିବାର ପ୍ରତିପୋଷଣ ପାଇଁ ତାଙ୍କ ପରିବାରର ନାବାଳକ କିମ୍ୱା ନାବାଳିକା ପିଲାଙ୍କୁ ଶିଶୁ କନଷ୍ଟେବଳ ଭାବେ ନିଯୁକ୍ତି ଦିଆଯାଏ ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ପାଠପଢ଼ିବା ସହ ବିଭାଗର ଛୋଟ ଛୋଟ କାମ କରନ୍ତି ଏପରିକି କିଛି ସମୟରେ ସେମାନେ ପୋଲିସର ଶୃଙ୍ଖଳା ଏବଂ ବିଭାଗର ପ୍ରକ୍ରିୟାକୁ ମଧ୍ୟ ବୁଝନ୍ତି ୧୮ ବର୍ଷ ହେବା ପରେ, ସେମାନଙ୍କୁ କାମ କରିବାକୁ ସୁଯୋଗ ମିଳେ ନାବାଳକ ପିଲାମାନଙ୍କୁ ଶିଶୁ କନଷ୍ଟେବଳ କରିବା ପଛରେ ଏକ ମୁଖ୍ୟ କାରଣ ହେଉଛି, ପରିବାର ମୁଖ୍ୟଙ୍କ ମୃତ୍ୟୁପରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା

ପୋଲିସ ନିୟମ ଅନୁଯାୟୀ, ଇଚ୍ଛା ଯେତେବେଳେ ଦଶମ ଶ୍ରେଣୀ ପାସ୍ କରିବେ, ସେତେବେଳେ ସେ ସ୍ଥାୟୀ କନଷ୍ଟେବଳ ହୋଇପାରିବେ ଇଚ୍ଛାଙ୍କୁ ମିଳୁଥିବା ଦରମା ବିଷୟରେ ସୂଚନା ଦେଇ ଅଧିକାରୀ କହିଛନ୍ତି, ବାଲ ରକ୍ଷକ ଜଣେ ନୂତନ କନଷ୍ଟେବଳଙ୍କ ଦରମାର ଅଧା ଦରମା ପାଆନ୍ତି ଏହି ନିୟମ ଅନୁଯାୟୀ, ଇଚ୍ଛାଙ୍କୁ ପ୍ରତି ମାସରେ ୧୫,୧୧୩ ଟଙ୍କା ଦରମା ମିଳିବ ଏହା ସହିତ, ତାଙ୍କୁ ମାସରେ ଥରେ ପୋଲିସ ଷ୍ଟେସନକୁ ଆସି ଦସ୍ତଖତ କରିବାକୁ ପଡ଼ିବ ଏବଂ ଏହି ସମୟ ମଧ୍ୟରେ ତାଙ୍କ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ନିଆଯିବ ଇଚ୍ଛା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଯେତେବେଳେ ୧୮ ବର୍ଷ ବୟସ ପୂରଣ କରିବେ, ସେତେବେଳେ ତାଙ୍କୁ ସ୍ଥାୟୀ କନଷ୍ଟେବଳ ଭାବେ ନିଯୁକ୍ତି ମିଳିବ ଏସ୍‌ପି ପ୍ରଦୀପ ଶର୍ମା କହିଛନ୍ତି, ଶିଶୁ କନଷ୍ଟେବଳ ନିଯୁକ୍ତି ମାମଲାଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବା ମୋର ପ୍ରାଥମିକତା ଇଚ୍ଛା ରଘୁବଂଶୀଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଶିଶୁ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯାଇଛି ଆମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପୋଲିସ ଚାକିରିରେ ଥିବା କୌଣସି ଅଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଯଥାଶୀଘ୍ର ଚାକିରି ମିଳିବା ଏବଂ ସେମାନଙ୍କ ଉପରେ ଆସୁଥିବା ଆର୍ଥିକ ସଙ୍କଟକୁ ଦୂର କରିବା