PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଗୋଟେ ଗୋଡରେ ଏତିକି ସେକେଣ୍ଡ ପର୍ଯ୍ୟନ୍ତ ଠିଆ ହୋଇପାରୁଛନ୍ତି କି ନାହିଁ? ଯଦି ନୁହେଁ ତେବେ ମୃତ୍ୟୁର ବିପଦ ଅଧିକ !

ନୂଆଦିଲ୍ଲୀ,୨୩।୬: ଏକ୍ସରସାଇଜ୍‌ କିମ୍ବା ଯୋଗ କରିବା ସମୟରେ ସବୁବେଳେ ଅନେକ ଲୋକ ନିଜର ବାଲାନ୍ସ ହରାଇ ବସିଥାନ୍ତି। କ’ଣ ଆପଣଙ୍କ ସହିତ ଏଭଳି କିଛି ହେଉଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଯଦି ଆପଣଙ୍କୁ ଗୋଟିଏ ଗୋଡରେ ଠିଆ ହେବାରେ କଷ୍ଟ ଲାଗୁଛି, ତେବେ ଏହା ଗମ୍ଭୀର ସମସ୍ୟାର ସଙ୍କେତ ହୋଇପାରେ, ଯାହା ବିଷୟରେ ଆପଣ କେବେ ଭାବିନଥିବେ।

‘ବ୍ରିଟିସ୍ ଜର୍ନାଲ ଅଫ୍ ସ୍ପୋର୍ଟସ’ ମେଡିସିନ୍‌ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ମଧ୍ୟମ ବୟସର ଯୁବ ବର୍ଗ ଓ ଯୁବପୀଢି ଯେଉଁମାନେ ୧୦ ସେକେଣ୍ଡ ପାଇଁ ଗୋଟିଏ ଗୋଡରେ ଠିଆ ହୋଇ ସନ୍ତୁଳନ ରଖିପାରନ୍ତି ନାହିଁ, ତାଙ୍କର ମୃତ୍ୟୁର ବିପଦ ୧୦ ବର୍ଷରେ ପ୍ରାୟ ଦୁଇଗୁଣା ବଢିଯିବ। ଆପଣଙ୍କୁ ସ୍ବାସ୍ଥ୍ୟ ବିଷୟରେ ଏହି ସବୁ ଜିନିଷରୁ ଅନୁମାନ କରିହେବ, ଆପଣ କେତେ ଭଲ ଭାବରେ ନିଜର ଶରୀରକୁ ବାଲାନ୍ସ କରିପାରନ୍ତି। ଏହା ପୂର୍ବରୁ ହୋଇଥିବା ଏକ ରିସର୍ଚ୍ଚରେ ତାହା ଜଣାପଡିଛି, ଯେଉଁ ଲୋକମାନେ ଗୋଟେ ଗୋଡରେ ଠିଆ ହୋଇ ଶରୀର ଉପରେ ବାଲାନ୍ସ କରିପାରନ୍ତି ନାହିଁ, ତାଙ୍କୁ ଷ୍ଟ୍ରୋକ ହେବାର ବିପଦ ଅଧିକ ରହିଛି।

ଏଥିପାଇଁ ୟୁକେ, ଆମେରିକା, ଅଷ୍ଟ୍ରେଲିଆ,ଫିନଲାଣ୍ଡ ଓ ବ୍ରାଜିଲର ବିଶେଷଜ୍ଞମାନେ ୧୨ ବର୍ଷ ପର୍ଯ୍ୟନ୍ତ ଏକ ଷ୍ଟଡି କରିଥିଲେ, ଯେଉଁଥିରେ ଖୁଲାସା ହୋଇଥିଲା ମଧ୍ୟମ ବୟସର ବୟସ୍କ ଲୋକ ଯେଉଁମାନେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଡରେ ଠିଆ ହୋଇ ନିଜର ଶରୀର ଉପରେ ବାଲାନ୍ସ କରିପାରନ୍ତିନାହିଁ, ତାଙ୍କ ଭିତରେ ୧୦ ବର୍ଷରେ ମୃତ୍ୟୁର ବିପଦ ଦୁଇଗୁଣା ବଢିଯାଇଥାଏ। ରିସର୍ଚ୍ଚରେ ୫୧ ରୁ ୭୫ ବର୍ଷର ମୋଟ ୧୭୦୨ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ରିସର୍ଚ୍ଚ ୨୦୦୮ ରୁ ୨୦୨୦ ପର୍ଯ୍ୟନ୍ତ ଚାଲିଥିଲା। ରିସର୍ଚ୍ଚରେ ପ୍ରତି ୫ ଜଣରୁ ଜଣେ ବ୍ୟକ୍ତି ଟେଷ୍ଟରେ ଫେଲ୍‌ ହୋଇଥିଲେ। ଟେଷ୍ଟର ଆଗାମୀ ୧୦ ବର୍ଷ ଭିତରେ ୧୨୩ ଜଣ ଲୋକଙ୍କ ଅଲଗା ଅଲଗା କାରଣରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ଭିତରେ ଏଭଳି କିଛି ଲୋକଙ୍କ ସଂଖ୍ୟା ଅଧିକ ଥିଲା, ଯିଏକି ଏହି ଟେଷ୍ଟକୁ ପାସ୍ କରିପାରିନଥିଲେ। ରିସର୍ଚ୍ଚରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ବ୍ରାଜିଲର ଥିଲେ। ଷ୍ଟଡିର ଫଳାଫଳ ଅନ୍ୟଦେଶ ଉପରେ ସମ୍ପୂର୍ଣ୍ଣ ଲାଗୁ ହୋଇନପାରେ।