PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଜିଠୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌: ଟାଇଟଲ୍‌ ଟକ୍କରରେ ୧୨ ଦେଶ

କଟକ,୧୬ା୭(ବ୍ୟୁରୋ): ସରିଲା ପ୍ରସ୍ତୁତି । ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାମୁକାବିଲା । ଟାଇଟଲ୍‌ ଟକ୍କର ପାଇଁ ମଇଦାନକୁ ଓହ୍ଲାଇବେ ୧୨ ଦେଶ । ଅନ୍ତର୍ଜାତୀୟ ସ୍ତରର ଷ୍ଟାର୍‌ ଖେଳାଳିଙ୍କ ଉପସ୍ଥିତି ସାଙ୍ଗକୁ ଖେଳୁଆଡ ପରିବେଶରେ ଆସନ୍ତାକାଲିଠାରୁ ସ୍ଥାନୀୟ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଆରମ୍ଭ ହେବାକୁ ଯାଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ । ଇତି ମଧ୍ୟରେ ସମସ୍ତ ଦେଶର ପ୍ରତିଯୋଗୀମାନେ ଏଠାରେ ପହଞ୍ଚି ଜୋରଦାର ଅଭ୍ୟାସ ଚଳାଇଛନ୍ତି ।

୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଇଭେଣ୍ଟ ଖେଳାଯିବ । ଏଥିରେ ପୁରୁଷ ଟିମ୍‌ ଇଭେଣ୍ଟ୍‌, ମହିଳା ଟିମ୍‌ ଇଭେଣ୍ଟ, ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟ, ମହିଳା ସିଙ୍ଗଲ୍ସ ଇଭେଣ୍ଟ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ମିକ୍ସ ଡବଲ୍ସ ପ୍ରତିଯୋଗିତା ହେବ । ଆସନ୍ତାକାଲିଠାରୁ ଟିମ୍‌ ଇଭେଣ୍ଟ ଆରମ୍ଭ ହେବ । ଭାରତ ସମେତ ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍‌, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟ୍‌ଲାଣ୍ଡ, ଦକ୍ଷିଣଆଫ୍ରିକା, ସିଙ୍ଗାପୁର ଏବଂ ୱେଲ୍‌ସ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିଛନ୍ତି । ଏଥର ମୋଟ୍‌ ୧୭ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରବାର ଥିଲା । କିନ୍ତୁ ଭିସା ସମସ୍ୟା ଯୋଗୁଁ ଘାନା, ଗାଏନା, ପାକିସ୍ତାନ, ଉଗାଣ୍ଡା ଏବଂ ଜର୍ସି ଦଳ ଶେଷ ମୁହୂର୍ତ୍ତରେ ଚାମ୍ପିଅନ୍‌ସିପ୍‌ରୁ ଓହରିଥିଲେ ।

ଟେବୁଲ୍‌ ଟେନିସ୍‌ ଷ୍ଟାର ଏ.ଶରତ କମଲ୍‌ଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ପୁରୁଷ ଦଳରେ ଶରତଙ୍କ ସମେତ ଜି.ସାଥିୟାଁ, ଆନ୍ଥୋନି ଅମଲରାଜ୍‌, ମାନବ ଠକ୍କର, ହରମିତ୍‌ ଦେଶାଇ ଏବଂ ମହିଳା ଦଳରେ ମନିକା ବାତ୍ରା, ମଧୁରିକା ପାଟକର, ସତୀର୍ଥା ମୁଖାର୍ଜୀ, ଅର୍ଚ୍ଚନା କାମଥ୍‌, ଐହିକା ମୁଖାର୍ଜୀ ପ୍ରମୁଖ ସାମିଲ୍‌ ହୋଇଛନ୍ତି । ଖେଳାଳି ମାନେ କଟକରେ ପହଞ୍ଚି ଆଜି ସେହିପରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରୁ ମିଆଁମାର୍‌ ଉପକୂଳ ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଦେଖା ଦେଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ବୁଧବାରଠୁ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ । ରାଜ୍ୟରେ ଏବେ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ହେବା ଆରମ୍ଭ କରିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ବିଶେଷକରି ୧୮ ଓ ୧୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ବୁଧବାର ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ୨୫ ଓ ୨୬ ତାରିଖରେ ଅଧିକ ବର୍ଷା ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।ମଙ୍ଗଳବାର ସକାଳ ୮ଟା ୩୦ରୁ ଅପରାହ୍‌ଣ ୫ଟା ୩୦ ମଧ୍ୟରେ କେନ୍ଦୁଝରଗଡ଼ରେ ୨୯ ମିଲିମିଟର ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୮ ମିଲିମିଟର ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଦେଇଛି ।

ସମ୍ବନ୍ଧିତ ଖବର