PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା, ଏକାସାଙ୍ଗରେ ଦଳ ଛାଡ଼ିଲେ ୩୦ରୁ ଅଧିକ ନେତା ଓ କର୍ମୀ

ଭୁବନେଶ୍ୱର ୦୯/୦୮: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ଼ ଝଟକା। ପୁଣି ଦୁର୍ବଳ ହେଲା କଂଗ୍ରେସ ଗଡ଼। ପୂର୍ବତନ ସାଂସଦ ଓ ବିଧାୟକ ସମେତ ୩୦ରୁ ଅଧିକ କଂଗ୍ରେସକର୍ମୀ ଇସ୍ତଫା ଦେଇଛନ୍ତି। ଏନେଇ ପ୍ରେସମିଟ୍ କରି କଂଗ୍ରେସ ଛାଡିଥିବା ସୂଚନା ଦେଇଛନ୍ତି । କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ଏଥିପାଇଁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଦଳରେ କନ୍ଦଳ ସୃଷ୍ଟି କରୁଛନ୍ତି। ତେଣୁ ଏସବୁରେ ଅତିଷ୍ଠ ହୋଇ ଦଳ ଛାଡିଥିବା ସମସ୍ତେ କହିଛନ୍ତି । ଅନ୍ୟ ପଟେ କଟକ ଚୌଦ୍ବାର ବିଧାୟକ କଂଗ୍ରେସ ଦୁର୍ବଳ ହୋଇଥିବା ନେଇ ମୁହଁ ଖୋଲିଛନ୍ତି।

ସୂଚନା ମୁତାବିକ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା , ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲ ,ପିସିସିର ପୂର୍ବତନ ସଂପାଦକ ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ , ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ବିଶ୍ବଜିତ ଦାସ ଦଳ ଛାଡିଛନ୍ତି । ତେବେ ଏହି ସବୁ ନେତା କଣ ପାଇଁ କଂଗ୍ରେସ ଛାଡିଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।

ସେପଟେ କଂଗ୍ରେସ ନେତା ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବିଧାୟକ ମୋକିମ୍ । ସେ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ମୋ ସହ କେହି ଆଲୋଚନା କରିନାହାନ୍ତି । କିନ୍ତୁ ସେମାନଙ୍କ ସହ ମୁଁ ଆଲୋଚନା କରିବି । ୩୦ ଜଣ ଇସ୍ତଫା ଦେଇଥିବା ନେତାଙ୍କ ଭିତରେ କଟକ କଂଗ୍ରେସ ସଂଗଠନର ଅନେକ ନେତା ରହିଥିବା ସୂଚନା ମିଳିଛି।