PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକସଭା ଓ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ଭୁବନେଶ୍ବର ୮।୪: ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଭଦ୍ରକ ସବ୍ କଲେକ୍ଟର ତଥା ରିଟର୍ଣ୍ଣିଙ୍ଗ୍ ଅଫିସ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲ ପ୍ରାର୍ଥୀପତ୍ର ଦାଖଲ କରିବାକୁ ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କୁ କାର୍ଯ୍ୟାଳୟକୁ ଆସି ଉପର ମହଲାକୁ ଉଠି ନ ପାରି ତଳ ମହଲାରେ ଅଟକି ଯାଇଛନ୍ତି।

ଭଦ୍ରକ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଳ୍ଲିକ ମଧ୍ୟ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ମୋରଡ଼ା ବିଧାନସଭା ଆସନ ଲାଗି ବିଜେଡ଼ି ପ୍ରାର୍ଥୀ ରାଜ କିଶୋର ଦାସ, ଜେଏମ୍ଏମର ପ୍ରାର୍ଥୀ କଳିଙ୍ଗ କେଶରୀ ଜେନା, ବିଜେପି ପ୍ରାର୍ଥୀ କୃ​‌ଷ୍ଣଚନ୍ଦ୍ର ମହାପାତ୍ର ମୋରଡ଼ା ବିଧାନସଭା ଆସନ ଲାଗି ସେମାନଙ୍କର ପ୍ରାର୍ଥୀ ପତ୍ର ବାରିପଦା ଏଡିଏମଙ୍କ ନିକଟରେ ଦାଖଲ କରିଛନ୍ତି। ଜଗତସିଂହପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀନୀ ପ୍ରତିମା​‌ ମଲ୍ଲିକ ଜିଳ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।