ଜଗତସିଂହପୁର, ୨୫/୦୪ : ଉନ୍ମୋଚନ ହେବା ପୂର୍ବରୁ ଭାଙ୍ଗିଦେଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମ ରାଉତଙ୍କ ପ୍ରତିମୂର୍ତ୍ତି। ଜଗତସିଂହପୁର ଜିଲ୍ଲା ଶିଆଳି ବେଳାଭୂମି ଠାରେ ଜଙ୍ଗଲ କିସମ ଜମିରେ ନିର୍ମାଣ ହୋଇଥିବା ଦର୍ଶାଇ ବନ ବିଭାଗ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ବାଲିଯାତ୍ରା କମିଟି ପକ୍ଷରୁ ଦାମ ରାଉତଙ୍କର ଏହି ପ୍ରତିମୂର୍ତ୍ତି ଆସନ୍ତା ୨୬ ତାରିଖ ଦିନ ଉନ୍ମୋଚନ କରାଯାଇଥାନ୍ତା। ଏଥିଲାଗି ଫଳକ ଲେଖା ସରିଥିବା ବେଳେ ନିମନ୍ତ୍ରଣ ପତ୍ର ମଧ୍ୟ ଛପା ହୋଇ ବଣ୍ଟା ସରିଥିଲା । ହେଲେ ଗତକାଲି ହଠାତ୍ ବନ ବିଭାଗ ପକ୍ଷରୁ ଏହି ପ୍ରତିମୂର୍ତ୍ତି  ଭାଙ୍ଗି ଦିଆଯାଇଛି । ଏ ବାବଦରେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନି ।  ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହି ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁଶିଙ୍ଗରେ କଚାଡ଼ିଦେବାରୁ ମାଲିକଙ୍କ ପ୍ରାଣ ଚାଲିଗଲା, ପଶ୍ଚାତାପରେ ଲୁହ ଝରାଇ ଦାନା ଛୁଉଁନି ମୁଗେଇ