PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର କର୍ମଚାରୀଙ୍କ ଧର୍ମଘଟ, ମିଳିନି ୪ ମାସର ଦରମା

ଅହମ୍ମଦାବାଦ,୧୬।୩: ବିଶ୍ବର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ’ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ସେବାରେ  ଥିବା କର୍ମଚାରୀଙ୍କୁ ପ୍ରାୟ ୪ ମାସ ହେବ ଦରମା ମିଳିନାହିଁ। ଏହି କାରଣରୁ ଏବେ ସେମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ବ୍ରିଟିସ୍ ଖବର କାଗଜ ’ଦ ଟାଇମ୍ସ’ ର ଏକ ରିପୋର୍ଟ ଅନୁସାରେ, ଦୈନିକ ମଜୁରୀ  ଦିଆନଯିବା କାରଣ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।

ସେମାନେ କାମ କରୁଥିବା କମ୍ପାନୀ ଅପଡେଟର ସର୍ଭିସେସ୍ ଲିମିଟେଡ (ୟୁଡିଏସ)  ତାଙ୍କୁ ଶୋଷଣ କରିଥିବା କଥା କର୍ମଚାରୀମାନେ କହିଛନ୍ତି।  ସେଥିପାଇଁ ଏହି କର୍ମଚାରୀମାନେ  ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ  ପ୍ରତିମା ଚାରିପଟେ ମାନବଶୃଙ୍ଖଳ ତିଆରି ବିରୋଧ ପ୍ରଦର୍ଶନ କରିଛନ୍ତି।

ଏଠାରେ କାମ କରୁଥିବା ମହିଳା ଏବଂ ପୁରୁଷ କର୍ମଚାରୀଙ୍କୁ ଦରମା ମିଳିଛି। ସିକ୍ୟୁରିଟି ଗାର୍ଡ, ମାଳି, ସଫେଇ କର୍ମଚାରୀ, ଲିଫ୍ଟମ୍ୟାନ, ଟିକେଟ ଚେକର ଆଦି କର୍ମଚାରୀଙ୍କୁ ଦରମା ଦିଆଯାଇନାହିଁ ୪ ହେବ ହେବ। ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଗୃହନଗରୀ ଗୁଜରାଟରେ ଗତ ୩୧ ଅକ୍ଟୋବର ୨୦୧୮ରେ ଷ୍ଟାଚ୍ୟ ଅଫ୍ ୟୁନିଟିର ଅନାବରଣ କରିଥିଲେ।   ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ବା (୬୦୦ ଫୁଟ୍) ଉଚ୍ଚ ପ୍ରତିମୂର୍ତ୍ତି ବିଶ୍ବର ସବୁଠାରୁ ବିଶାଳ ପ୍ରତିମୂର୍ତ୍ତି।

ସମ୍ବନ୍ଧିତ ଖବର