PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସ୍ୱାମୀକୁ ଛାଡ଼ି ସାବତ ପୁଅକୁ ବାହା ହୋଇଗଲା ସାବତ ମା’ , ଥାନାର ଦ୍ୱାରସ୍ଥ ହେଲେ ପିତା

ଡେରାଡୁନ,୨୧/୦୫: ନିଜ ସାବତ ମା’କୁ ଜଣେ ପୁଅ ବାହା ହୋଇଯାଇଛି । ଫଳରେ ଅନ୍ୟ କୌଣସି ଉପାୟ ନପାଇ ପିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଉଦ୍ଧାମସିଂହ ନଗର ଜିଲ୍ଲା ବାଜପୁର ଅଞ୍ଚଳରେ ।

ପୁଲିସରେ ଇନ୍ଦ୍ରରାମ ନାମକ ଜଣେ ବ୍ୟକ୍ତି କରିଥିବା ଅଭିଯୋଗ ଅନୁସାରେ ତାଙ୍କର ପ୍ରଥମ ପତ୍ନୀଙ୍କର ଦୁଇ ପୁଅ ଅଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୧୧ ବର୍ଷ ତଳେ ସେ ବବ୍‌ଲିଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀଙ୍କର ଦୁଇପୁଅ ଘରୁ ପଳାଇଯାଇଥିଲେ । ଦ୍ୱିତୀୟ ପତ୍ନୀଙ୍କ ଠାରୁ ତାଙ୍କର ୩ ସନ୍ତାନ ଅଛନ୍ତି । ପ୍ରଥମ ପତ୍ନୀଙ୍କର ଦୁଇପୁଅ ମଧ୍ୟରୁ ଜଣେ ନିୟମିତ ଭାବେ ଇନ୍ଦ୍ରରାମଙ୍କ ଘରକୁ ଯିବାଆସିବା କରୁଥିଲେ । ଏହି ଯିବା ଆସିବା ଭିତରେ ବବ୍‌ଲିଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିଛିଦିନ ତଳେ ବବ୍‌ଲି ନିଜ ବାପଘରକୁ ଯାଉଥିବା କହି ଚାଲିଯାଇଥିଲେ । ମାତ୍ର ସେ ଆଉ ଫେରିନଥିଲେ । ପତ୍ନୀଙ୍କ ଫେରିବା ବିଳମ୍ବ ହେବାରୁ ଇନ୍ଦ୍ରରାମ ଶ୍ୱଶୁର ଘରକୁ ଯାଇଥିଲେ । ହେଲେ ସେଠାରେ ଜାଣିବାକୁ ପାଇଥିଲେ ଯେ ବବ୍‌ଲି ତାଙ୍କ ସାବତ ପୁଅକୁ ବିବାହ କରିସାରିଛନ୍ତି ଓ ଉଭୟେ ଏକାଠି ରହୁଛନ୍ତି ।

ଏକଥା ଜାଣିବା ପରେ ଇନ୍ଦ୍ରରାମ ବବ୍‌ଲିଙ୍କ ପାଖକୁ ଯାଇ ତାଙ୍କୁ ଘରକୁ ଯିବାକୁ ଡାକିଥିଲେ । ମାତ୍ର ବବଲି ଆସିବେ ନାହିଁ ବୋଲି ମନା କରିଥିଲେ । ଯାହାକୁ ନେଇ ଇନ୍ଦ୍ରରାମ, ବବଲି ଓ ତାଙ୍କ ସାବତ ପୁଅଙ୍କ ଭିତରେ ଝଗଡା ଲାଗିଥିଲା । ଏପରିକି ବବ୍‌ଲି ଓ ସାବତ ପୁଅ ତାଙ୍କୁ ମାଡ଼ ମାରିଥିବା ଇନ୍ଦ୍ରରାମ ଅଭିଯୋଗ କରିଛନ୍ତି । ତେବେ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।