PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବେଆଇନ ଗୋ-ଚାଲାଣ ବେଳେ ଚଢାଉ କଲା ପୋଲିସ, ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର, ୨୦/୧୧ : ବେଆଇନ ଗୋରୁ ଚାଲାଣ ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ନିକଟରେ ଏସଟିଏଫ୍ ଚଢାଉ କରିଛି। ଶନିବାର ବିଳମ୍ଵିତ ରାତିରେ ପୋଲିସ ଚଢାଉ କରି ୧୫୫ ଗୋରୁଙ୍କୁ ଉଦ୍ଧାର କରିଛି। ଏହା ସହ ବେଆଇନ ଗୋରୁ ଚାଲାଣରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଛି।

ରାଜ୍ୟ ବାହାରକୁ ବେଆଇନ ଗୋଚାଲାଣ ବେଳେ ପାଣିକୋଇଲି ଥାନା ସାହାପୁର ନିକଟରେ ଏସଟିଏଫ୍ ଚଢାଉ କରିଛି। ଚଢାଉ ବେଳେ ୧୫୫ ଗୋରୁ ଉଦ୍ଧାର ହୋଇଛନ୍ତି। ଏହା ସହ ୨ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କମର ସିଜାଉଦ୍ଦୀନ ଖାନ ଏବଂ ମହମ୍ମଦ କରିମ୍। ସେମାନଙ୍କ ନିକଟରୁ ନଗଦ ୩୪ ହଜାର ୫୦୦ ଟଙ୍କା ଜବତ ହୋଇଛି। ତେବେ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଯାଜପୁର ରୋଡ ସ୍ଥିତ ଗୋଶାଳାରେ ଛଡାଯାଇଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।