PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଚମକ ହରାଉଛି ଷ୍ଟକ୍‌ ବଜାର: ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ,

ନୂଆଦିଲ୍ଲୀ,୨୯/୦୭(ଏଜେନ୍ସି): କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ୍‌ ପରେ ବିଦେଶୀ ନିବେଶକମାନେ ଖୁସି ନାହାନ୍ତି । ସେମାନେ ଘରୋଇ ଷ୍ଟକ୍‌ ମାର୍କେଟ୍‌ରୁ ପଳାଉଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସ ପାଖାପାଖି ୨,୫୦୦ ପଏଣ୍ଟ ହ୍ରାସ ଘଟିଛି । କ୍ଷୁଦ୍ର ଓ ମଧ୍ୟମ ଆକାର କମ୍ପାନିଙ୍କର ସେୟାର ମୂଲ୍ୟ ଦ୍ରୁତ ବେଗରେ ହ୍ରାସ ପାଇଛି । ବଜେଟ୍‌ ପରେ ଅନ୍ୟ କେତେକ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ସୃଷ୍ଟି ହେଉଥିବା ନିଯୁକ୍ତିର ୭୫% ରାଜ୍ୟବାସୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ ରାଜ୍ୟର ଘରୋଇ କ୍ଷେତ୍ରରେ ସୃଷ୍ଟି ହେଉଥିବା ନିଯୁକ୍ତିର ୭୦% ରାଜ୍ୟ ଆଶାୟୀଙ୍କ ନିମନ୍ତେ ସଂରକ୍ଷିତ ରଖିଛନ୍ତି । ଜନ୍ମସ୍ଥାନକୁ ନେଇ କୌଣସି ପ୍ରକାର ବାଛବିଚାର କରାଯିବ ନାହିଁ ବୋଲି ସମ୍ବିଧାନରେ ନିୟମ ରହିଥିବା ବେଳେ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କିନ୍ତୁ ଏହାର ବିପରୀତ ନିଷ୍ପତ୍ତି ନେଇଛନ୍ତି । ସେମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମଧ୍ୟ ପଦକ୍ଷେପ ନେଇଛନ୍ତି । ନିଯୁକ୍ତି ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଆର୍ଥିକ ଅନଗ୍ରସରଙ୍କ ପାଇଁ ଅତିରିକ୍ତ ୧୦% ସଂରକ୍ଷଣ ପାଇଁ ପ୍ରସ୍ତାବ ରଖିଛନ୍ତି । ଏଥିପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ ପଡ଼ିବ । ବିଦେଶୀ କମ୍ପାନିଙ୍କୁ ଏଭଳି ସଂରକ୍ଷଣ ବ୍ୟବସ୍ଥା ଅଧିକ ଚିନ୍ତାରେ ପକାଇଛି । ବେସରକାରୀ କ୍ଷେତ୍ରରେ ସୃଷ୍ଟି ହେଉଥିବା ଚାକିରିରେ ମଧ୍ୟ ସଂରକ୍ଷଣ ଲାଗୁ କରାଯିବା ଅନୁଚିତ ବୋଲି ସେମାନେ କହୁଛନ୍ତି ।

ବିଦେଶୀ ନିବେଶ ପାଇଁ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ସହ ଭାରତ ଏବେ ପ୍ରତିଯୋଗିତା କରୁଛି । ପ୍ରତିଯୋଗିତାକୁ ତୀବ୍ର କରିବା ପାଇଁ ଏହାକୁ ସୁହାଇଲା ଭଳି ପଦକ୍ଷେପ ନେବା ଆବଶ୍ୟକ । ଅନ୍ୟ ଦେଶ ତୁଳନାରେ ଭାରତରେ ନିବେଶ ଖର୍ଚ୍ଚ ଅଧିକ ରହିଛି । ଜମି, ଋଣ, ବିଦ୍ୟୁତ୍‌, ରେଳ ଏବଂ ବିମାନ ମାଲ ପରିବହନ ଭଳି କ୍ଷେତ୍ରରେ ଭାରତରେ ତୁଳନାତ୍ମକ ଭାବେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଏମିତି କି ଏଠାରେ କର୍ପୋରେଟ୍‌ ଟିକସ ଏବଂ ଆୟକର ମଧ୍ୟ ଅଧିକ ରହିଛି । ଏହିସବୁ ସମସ୍ୟା ଉପରେ ଏବେ ନିଯୁକ୍ତି କୋଟା ଏବଂ ସର୍ବନିମ୍ନ ମଜୁରି ନୀତି ସମସ୍ୟା ବଢ଼ାଇଦେଇଛି ।

ସର୍ବନିମ୍ନ ମଜୁରି ବ୍ୟବସ୍ଥାକୁ ନାପସନ୍ଦ

ପ୍ରଧାନମନ୍ତ୍ରୀ ମୋଦି ଏକ ଜାତୀୟ ସର୍ବନିମ୍ନ ମଜୁରି ବ୍ୟବସ୍ଥା ଆଣିଛନ୍ତି । ବିଭିନ୍ନ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ମଜୁରିଠାରୁ ଏହା ଅଧିକ ହେବ । ପଛୁଆ ରାଜ୍ୟରେ ସର୍ବନିମ୍ନ ମଜୁରିଠାରୁ ଏହା ଅଧିକ ହେଉଥିବାରୁ ଏହା କିଛି ଶିଳ୍ପ ପାଇଁ ଚିନ୍ତାଜନକ ହେବ । ନିବେଶ ପାଇଁ ଏହା ନିବେଶକଙ୍କୁ ବିମୁଖ କରିବ ବୋଲି ଆଶଙ୍କା କରାଯାଉଛି ।