ନୂଆଦିଲ୍ଲୀ, ୦୮/୦୪ : ଆମେରିକା-ଇରାନ ଯୁଦ୍ଧ ବିରତି ପରେ ଉଛୁଳିଲା ପୁଞ୍ଜି ବଜାର। ସେୟାର ମାର୍କେଟ୍ରେ ସିଜଫାୟାର ଉତ୍ସାହ। ବଜାର ଖୋଲିବା ମାତ୍ରେ ୨୭୦୦ ଅଙ୍କ ଉପରେ ଉଡ଼ିଲା ସେନସେକ୍ସ। ୮୦୦ ପଏଣ୍ଟ ଉପରେ କାରବାର କରୁଛି ନିଫ୍ଟି। ବିଶ୍ୱ ବଜାରରେ ଉତ୍ସାହ ମଧ୍ୟରେ ଷ୍ଟକ୍ ବଜାର ପାଇଁ ସକାରାତ୍ମକ ସଙ୍କେତ ମିଳିସାରିଛି।
ବୁଧବାର ସେୟାର ମାର୍କେଟ୍ ଖୋଲିବା ମାତ୍ରେ ବମ୍ଵେ ଷ୍ଟକ୍ ଏକ୍ସଚେଞ୍ଜ୍ ମଙ୍ଗଳବାର ବନ୍ଦ ତୁଳନାରେ ବୃଦ୍ଧି ଘଟି ୭୭ ହଜାର ୨୯୦ରେ ପହଞ୍ଚିଥିଲା। କିଛି ସେକେଣ୍ଡରେ ଏହା ପୁଣି ବଢି ୭୭ ହଜାର ୩୯୨ରେ ବ୍ୟବସାୟ କଲା। ସେହିପରି ନିଫ୍ଟି ପୂର୍ବ ବନ୍ଦ ତୁଳନାରେ ୨୩ ହଜାର ୮୫୫ ରେ ଖୋଲିଥିଲା ଏବଂ ତା’ପରେ ସେନସେକ୍ସ ସହିତ ତାଳ ପକାଇ ଗୋଟିଏ ଝଟକାରେ ୮୦୦ ପଏଣ୍ଟ ବୃଦ୍ଧି ସହିତ ୨୩ ହଜାର ୯୩୮ସ୍ତରକୁ ପହଞ୍ଚିଥିଲା।
BSE ଲାର୍ଜକ୍ୟାପରେ ଅନ୍ତର୍ଭୁକ୍ତ ୩୦ଟି ଷ୍ଟକ୍ ମଧ୍ୟରୁ ୨୯ଟି ଷ୍ଟକ୍ ବମ୍ପର ବୃଦ୍ଧି ଦେଖିବାକୁ ମିଳିଥିଲା। ଇଣ୍ଡିଗୋ ସେୟାର (୧୦%), LT ସେୟାର (୮%), ବଜାଜ ଫାଇନାନ୍ସ ସେୟାର (୭%), ଆଦାନୀ ପୋର୍ଟସ୍ ସେୟାର (୭%), ବଜାଜା ଫିନସର୍ଭ ସେୟାର (୬.୬୦%), M&M ସେୟାର (୫.୯୦%)। ଇଟର୍ନାଲ୍ ସେୟାର (୫.୩୦%)। ଟାଇଟାନ୍ ସେୟାର (୫.୨୦%), ମାରୁତି ସେୟାର (୫.୧୦%) ବୃଦ୍ଧି ସହିତ କାରବାର କରୁଥିଲେ। ଏତଦ୍ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ ସେୟାର (୪.୮୦%), ଏସବିଆଇ ସେୟାର (୪%), ଆଇସିଆଇସିଆଇ ବ୍ୟାଙ୍କ ସେୟାର (୪%), କୋଟାକ ବ୍ୟାଙ୍କ ସେୟାର (୩.୩୦%) ଏବଂ ରିଲାଏନ୍ସ ସେୟାରରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା।
ଏହି ଖବରଟିକୁ ପଢନ୍ତୁ- ପ୍ରବାସୀ ଶ୍ରମିକଙ୍କୁ ସହଜରେ ମିଳିବ ଛୋଟ ସିଲିଣ୍ଡର,ରାଜ୍ୟଗୁଡ଼ିକର କୋଟାକୁ ଦୁଇଗୁଣା କଲା କେନ୍ଦ୍ର