ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Published By : Harapriya Sethi | October 12, 2024 8:23 AM

ଯାଜପୁର,୧୨/୧୦: କୋରେଇ ଥାନା ବରୁଣ୍ଡେଇ ସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି । ଶୁକ୍ରବାର ବିଳମ୍ବିତ ରାତିରେ ମା'ଙ୍କ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ମା'ଙ୍କ ଗହଣା ସମେତ ପାର୍ଶ୍ୱ ଦେବାଦେବୀଙ୍କ ଗହଣା ମଧ୍ୟ ଚୋରି ହୋଇଛି । ପାଖାପାଖି ୧୦ ଲକ୍ଷ ଟଙ୍କାର ଆଳଙ୍କର ଲୁଟ ହୋଇଥିବା ଖବର ମିଳିଛି ।

ସୂଚନା ମୁତାବକ, ମହାମାୟାଙ୍କ ପୂଜାରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ଏହାରି ଭିତରେ କିଛି ଦୁର୍ବୃତ୍ତ କରିଛନ୍ତି ଅମାନବୀୟ କାଣ୍ଡ । ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପର ମା'ଙ୍କ ସହ ପାର୍ଶ୍ୱ ଦେବାଦେବୀଙ୍କ ରୁପା ଅଳଙ୍କାର ମଧ୍ୟ ଚୋରି କରିନେଇଥିଲେ ଦୁର୍ବୃତ୍ତ । ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଚୋରି କରି ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଶନିବାର ସକାଳୁ ପୂଜାକରିବାକୁ ଯିବାବେଳେ ମା'ଙ୍କ ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.