PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଲିଙ୍ଗ ପରିବର୍ତ୍ତନ ପାଇଁ ମିଳିବ ଦେଢ଼ ଲକ୍ଷ ଟଙ୍କାର ସହାୟତା, ଘୋଷଣା କଲେ ସରକାର

ବିହାର ୧୫।୭: ବିହାର ରାଜ୍ୟ ସରକାର ଏବେ କିନ୍ନରଙ୍କ ପାଇଁ ଏକ ନୂଆ ଯୋଜନା ତିଆରି କରିଛନ୍ତି। କିନ୍ନର ଆମ ସମାଜର ଗୋଟିଏ ଅଙ୍ଗ। ପ୍ରତିଟି କ୍ଷେତ୍ରରେ କିନ୍ନରଙ୍କୁ ସେମାନଙ୍କ ଅଧିକାର ଦିଆଯିବା ଦରକାର ବୋଲି ବିହାର ସରକାର କହିଛନ୍ତି। ଯଦି କୈାଣସି ବ୍ୟକ୍ତି ଲିଙ୍ଗ ପରିବର୍ତ୍ତନ କରୁଛି ତେବେ ବିହାର ସରକାର ଦେଢ଼ ଲକ୍ଷ ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ବିହାରର ପ୍ରେମଚାନ୍ଦ ରଙ୍ଗଶାଳାରେ ଅନୁଷ୍ଠିତ କିନ୍ନର ମହୋତ୍ସବ କାର୍ଯ୍ୟକ୍ରମରେ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏକଥା କହିଛନ୍ତି।

ମହୋତ୍ସବର ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି କୈାଣସି ବ୍ୟକ୍ତି କିନ୍ନରଙ୍କୁ ଭଡ଼ାରେ ଘର ଦେବାକୁ ମନା କରୁଛନ୍ତି  ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ଦେବାରେ ଭେଦଭାବ କରୁଛନ୍ତି କିମ୍ବା ଏହା ବ୍ୟତୀତ ସେମାନଙ୍କ ଅଧିକାରକୁ ଭଙ୍ଗ କରୁଛନ୍ତି ତେବେ ସେମାନଙ୍କୁ ଛଅ ମାସରୁ ନେଇ ଦୁଇ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯିବ।