PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

୧୪ ବର୍ଷର ଇରଫାନଙ୍କୁ ରାଷ୍ଟ୍ରପତି ଦେଲେ ଶୌର୍ଯ୍ୟଚକ୍ର, ଜାଣନ୍ତୁ ଏହି ସାହାସୀ ବାଳକର କାହାଣୀ

ନୂଆଦିଲ୍ଲୀ,୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାହାସିକତା ପାଇଁ ଆଜି ବହୁ ଯବାନଙ୍କ ଓ ଶହୀଦଙ୍କ ପତ୍ନୀଙ୍କୁ ସମ୍ମାନିତ କରିଛନ୍ତି। ଏହା ଭିତରେ ରହିଛନ୍ତି ଜମ୍ମୁ-କଶ୍ମୀରର ଜଣେ ୧୪ ବର୍ଷୀୟ ବାଳକ। ସେ ହେଲେ ଇରଫାନ ରମଜାନ୍। ତାଙ୍କୁ ରାଷ୍ଟ୍ରପତି ଦେଇଛନ୍ତି ଶୌର୍ଯ୍ୟ ଚନ୍ଦ୍ର ସମ୍ମାନ। ଇରଫାନ୍ ୨୦୧୭ରେ ୧୪ ବର୍ଷ ବୟସରେ ୩ ଜଣଙ୍କ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଆକ୍ରମଣକୁ ବିଫଳ କରିଥିଲେ।

୧୬-୧୭ ଅକ୍ଟୋବର ୨୦୧୭ରେ ଆତଙ୍କବାଦୀମାନେ ରାଜନୈତିକ କର୍ମୀ ରମଜାନ ଶେଖଙ୍କ ଘରକୁ ଘେରାଉ କରିଦେଇଥିଲେ। ଯେତେବେଳେ ତାଙ୍କର ବଡ ପୁଅ ଇରଫାନ୍ କବାଟ ଖୋଲିଥିଲେ, ଦେଖିଥିଲେ ରାଇଫଲ ଓ ଗ୍ରେନେଡ ଧରି ୩ ଜଣ ଆତଙ୍କବାଦୀ ଠିଆ ହୋଇଥିଲେ। ଇରଫାନ ନିଜ ପରିବାର ପ୍ରତି ବିପଦ ଥିବା ଦେଖି ତାଙ୍କୁ ଘର ଭିତରକୁ ପଶିବାକୁ ଦେଇନଥିଲେ।

ଇରଫାନଙ୍କ ବାପା ରମାଜନ ଘର ବାହାରକୁ ଆସି ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଇରଫାନ ଓ ତାଙ୍କ ପରିବାର ଲୋକ ଆତଙ୍କବାଦୀଙ୍କୁ ସାମନା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ରମଜାନ ଶେଖ ଗୁରୁତର ଆହତ ହୋଇଥିଲେ। ଏହାପରେ ଇରଫାନ ହାରି ନଯାଇ ଆତଙ୍କବାଦୀଙ୍କ ସହ ଲଢେଇ କରିଥିଲେ। ଜଣେ ଆତଙ୍କବାଦୀକୁ ଗୁରୁତର ଭାବରେ ଆହତ କରିଥିଲେ। ଯାହାଫଳରେ ଅନ୍ୟ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର