PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାକ୍ଷୀ ବାନ୍ଧି ଫେରିବି କହି ଫେରିନଥିଲା, ଧରମ ଭାଇ ସହ ପତ୍ନୀକୁ ଲଜ୍‌ରୁ ଧରିଲା ସ୍ୱାମୀ, ଆଉ ତା’ପରେ…

ପୁରୀ,୧୨/୦୮: ମୋ ଭାଇ ଘରକୁ ଯାଉଛି । ରାଖି ବାନ୍ଧି ଫେରିବି କହି ଆସିଥିଲା । ହେଲେ ଆଉ ଫେରି ନଥିଲା ପତ୍ନୀ । ପତ୍ନୀକୁ ଖୋଜୁଥିଲା ସ୍ୱାମୀ । ଶେଷରେ ପୁଲିସ ସହଯୋଗରେ ରାକ୍ଷୀ ପୂର୍ଣ୍ଣିମାରେ ସ୍ୱାମୀ ନିଖୋଜ ପତ୍ନୀ ଓ ତା’ ଧରମ ଭାଇକୁ ପୁରୀର ଏକ ଲଜ୍‌ରୁ ଧରିଲା । ଏଭଳି ଏକ ଘଟଣା ରାକ୍ଷୀ ପୂର୍ଣ୍ଣିମାରେ ବଡ଼ଦାଣ୍ଡରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଧରମ ଭାଇର ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳ ହୋଇଥିବା ବେଳେ ମହିଳାଙ୍କ ଶାଶୂଘର କଟକ କିଶନନଗର ଥାନା ଅଞ୍ଚଳ ବୋଲି ପୁଲିସ କହିଛି । ଧରମ ଭାଇ ଘର ଅଞ୍ଚଳରେ ମହିଳାଙ୍କ ବାପଘର । ତେଣୁ ପୂର୍ବରୁ ଉଭୟ ପରିଚିତ ହୋଇଥିବାବେଳେ ବ୍ୟକ୍ତି ଜଣକ ମହିଳାଙ୍କୁ ଧରମ ଭଉଣୀ କରିଥିଲେ ।

୨ ଦିନ ତଳେ ମହିଳା ଜଣକ ଘରୁ ଯାଇଥିଲେ । ସ୍ୱାମୀକୁ କହିଥିଲେ ମୁଁ ଭାଇ ଘରକୁ ଯାଉଛି । ରାକ୍ଷୀ ବାନ୍ଧି ଫେରିବି । ହେଲେ ପରେ ମହିଳା ଆଉ ଫେରି ନଥିଲେ । ଏନେଇ କିଶନନଗର ଥାନାରେ ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ ସ୍ୱାମୀ । ଉଭୟ ଗୁରୁବାର ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମାରେ ପୁରୀ ପଳାଇ ଆସିଥିଲେ । ସନ୍ଧ୍ୟାରେ ବଳଗଣ୍ଡି ସ୍ଥିତ ଏକ ଲଜ୍‌ରେ ଉଭୟ ଆଶ୍ରୟ ନେଇଥିଲେ । ସନ୍ଧ୍ୟାରେ ବି ଘଟିଥିଲା ଏକ ବିଚିତ୍ର ଘଟଣା । ଲଜ୍‌ରୁ ବାହାରି ମହିଳା ଜଣକ ଏଇଠୁ ଆସୁଛି କହି ଏକ ଚକୋଲେଟ୍‌ କିଣିବାକୁ ବଡ଼ଦାଣ୍ଡକୁ ଆସିଥିଲେ । କିନ୍ତୁ ବୁଝି ନପାରି ଧରମ ଭାଇ ଜଣକ ତାଙ୍କ ପିଛା କରି ବାହାରକୁ ଆସିବା ପରେ ମହିଳାଙ୍କୁ ପାଇ ନଥିଲେ । ୧୫ ମିନିଟ୍‌ କାଳ ବଡ଼ଦାଣ୍ଡରେ କାନ୍ଦି କାନ୍ଦି ବୁଲିଥିଲେ ଧରମ ଭାଇ । କିନ୍ତୁ ସେ ମହିଳାଙ୍କୁ ଧରମ ଭଉଣୀ ବୋଲି ନକହି ନିଜ ପତ୍ନୀ ବୋଲି ପରିଚୟ ଦେଇଥିଲେ । ତେଣୁ ସ୍ଥାନୀୟ କିଛି ଲୋକେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ବ୍ୟକ୍ତି ଜଣକ କାନ୍ଦି କାନ୍ଦି ରେଳ ଷ୍ଟେସନ୍‌ ପଳାଇଥିଲେ । ସେଠାରେ ଖୋଜାଖୋଜି କରିବା ବେଳେ ମହିଳା ଲଜ୍‌ ରୁମ୍‌କୁ ଫେରିଥିଲେ । ବ୍ୟକ୍ତିଙ୍କୁ ନପାଇ ସେ ମଧ୍ୟ ବଡ଼ଦାଣ୍ଡକୁ ପଳାଇ ଆସିଥିଲେ । ମହିଳାଙ୍କୁ ବସାଇ ଲୋକେ ଷ୍ଟେସନ୍‌ ଯାଇ ବ୍ୟକ୍ତିଙ୍କୁ ଆଣିଥିଲେ । ସମସ୍ତେ ଭାବିଥିଲେ ପତିପତ୍ନୀ ଏକାଠି ହୋଇଗଲେ । ଉଭୟଙ୍କୁ ଲଜ୍‌ ରୁମ୍‌କୁ ପଠାଇ ଦିଆଯାଇଥିଲା ।

ଏହାର କିଛି ସମୟ ପରେ କିଶନନଗର ଥାନା ପୁଲିସ କୁମ୍ଭାରପଡ଼ା ଥାନାରେ ପହଞ୍ଚି ମହିଳାଙ୍କ ଲୋକେସନ୍‌ ଟ୍ରାକ୍‌ କରିଥିଲେ । ସେମାନଙ୍କ ସହ ଥିଲେ ମହିଳାଙ୍କ ସ୍ୱାମୀ । ଆଉ ତା’ ପରେ ପୁଲିସ ଟିମ୍‌ ସିଧା ଲଜ୍‌ ରୁମ୍‌ ଦୁଆରେ ପହଞ୍ଚିଥିଲା । ଉଭୟଙ୍କୁ ରୁମ୍‌ରୁ ଧରି କୁମ୍ଭାରପଡ଼ା ଥାନାକୁ ଯାଇଥିଲା ପୁଲିସ । ବିଳମ୍ବ ରାତି ପର୍ଯ୍ୟନ୍ତ ସେମାନଙ୍କୁ ପଚରାଉଚରା ଜାରି ରହିଥିବା ପୁଲିସ କହିଛି । ଘଟଣା ଦେଖି ବଡ଼ଦାଣ୍ଡରେ ଭିଡ଼ ଜମିଯାଇଥିଲା ।