PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ ଅତ୍ୟଧିକ ଚାପ, ଜାଣନ୍ତୁ କ’ଣ କହୁଛନ୍ତି ଗବେଷକ

ନୂଆଦିଲ୍ଲୀ ୧୨/୦୮: ମଣିଷର ସବୁଠାରୁ ବଡ଼ କ୍ଷତିକାରକ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ  ଅତ୍ୟଧିକ ଚାପ ହିଁ ଚିନ୍ତା ସୃଷ୍ଟି କରିଥାଏ । ଏହା ହୃଦୟକୁ ଆଘାତ କରିବା ସହ ରକ୍ତଚାପକୁ  ମଧ୍ୟ ବଢାଇଥାଏ । ଏହି ସମୟରେ ଚର୍ମ ଥଣ୍ଡା  ପଡିବା, ଆର୍ଦ୍ର ଅନୁଭବ କରିବା ସହ ନିଶ୍ୱାସ  ନେବାରେ ତୀବ୍ରତା ଦେଖା ଦେଇଥାଏ ।  ଦୀର୍ଘଦିନ ଧରି ରହିଆସୁଥିବା ଚାପ ବା  ସବୁବେଳେ ଚାପରେ ରହିବା ଦ୍ୱାରା  ଉଦାସୀନତା ବା ଶୋଇବାରେ ବ୍ୟାଘାତ  ହୋଇପାରେ । ସାଧାରଣ ସଂକ୍ରମଣକୁ  ମୁକାବଲା କରିବା କଷ୍ଟସାଧ୍ୟ । ସେଥିରେ  ପୁଣି ଯଦି ଶରୀରରେ ବିଭିନ୍ନ କାରଣ ଯୋଗୁ ହର୍‌ମୋନ୍‌ କ୍ଷରଣ କମ୍‌ ରହିଥାଏ । ତେବେ ସମସ୍ୟା  ଅଧିକ ଦେଖା ଦେବା  ସ୍ୱାଭାବିକ୍‌ । 

ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଅତ୍ୟଧିକ ଚାପ ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ । ଗବେଷକମାନେ ଜାଣିପାରିଛନ୍ତି  ଯେ ଉଚ୍ଚସ୍ତରର ଚାପ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରତି ମାସରେ ଗର୍ଭବତୀ ହେବାର ସମ୍ଭାବନା ୨୯ ପ୍ରତିଶତ କମ୍‌ ହୋଇଥାଏ ।  ବନ୍ଧ୍ୟାଦୋଷ ଚାପ  ସୃଷ୍ଟି କରେ କି?  ଏ ବିଷୟରେ  ଆଇଭିଏଫ୍‌  ବିଶେଷଜ୍ଞଙ୍କ କହିବା  କଥା ବନ୍ଧ୍ୟାଦୋଷ ଚିକିତ୍ସା କରୁଥିବା ଅନେକ  ମହିଳା କର୍କଟ କିମ୍ବା ହୃଦ୍‌ଘାତରେ ପୀଡିତ  ରୋଗୀଙ୍କ ପରି ଚାପରେ ରହିଥାନ୍ତି ।  ଯେତେବେଳେ ଦମ୍ପତ୍ତିଙ୍କୁ ବନ୍ଧ୍ୟା ବୋଲି  କୁହାଯାଏ, ସେତେବେଳେ ସେମାନେ ନିଜକୁ  ଅସହାୟ ମନେ କରିଥାନ୍ତି । ଏପରିକି ନିଜ  ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ଯାହା ଆଦୌ  ଠିକ୍‌ ନୁହେଁ । 

ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବୈବାହିକ  ବିଶୃଙ୍ଖଳା, ଚାକିରି, ବ୍ୟବସାୟିକ ଚାପ,  ବ୍ୟକ୍ତିଗତ ଆଘାତ ଓ ବିଳମ୍ବିତ ବିବାହ  ବନ୍ଧ୍ୟାତା ସୃଷ୍ଟିର କାରଣ ହୋଇପାରେ । ତେଣୁ  ବିଶେଷକରି ଚାକିରି କରୁଥିବା ମହିଳାମାନେ  ଚାପକୁ କମାଇବା ପାଇଁ ନିମ୍ନ ଦିଗ ପ୍ରତି  ବିଶେଷ ଧ୍ୟାନ ଦେବା ଜରୁରି । 

-ସଠିକ୍ ନିଦ୍ରା ନେବା ଖୁବ୍‌ ଜରୁରି । ତେଣୁ କର୍ମଜୀବୀ  ମହିଳାମାନେ ଦିନକୁ ଅତି କମ୍‌ରେ ୬/୭ ଘଣ୍ଟା  ନିଶ୍ଚୟ ଶୋଇବା ଆବଶ୍ୟକ ।  ଶୋଇବା ପୁର୍ବରୁ ଜୀବନସାଥୀ ସହ ଥିବା  ବେଳେ ଇମେଲ୍‌ କିମ୍ବା ବ୍ୟାବସାୟିକ କଲ୍‌ଠାରୁ  ନିଜକୁ ଦୂରେଇ ରଖନ୍ତୁ । ଏସବୁଠାରୁ ଦୂରେଇ  ନ ରହିଲେ ଆପଣ ଜୀବନସାଥୀ ସହ ଶାନ୍ତିରେ ସମୟ ବିତାଇ ପାରିବେ ନାହିଁ । 

-ବୈବାହିକ ଜୀବନରେ ଯୌନ ସମ୍ପର୍କ  ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଜୀବନସାଥୀ ସହ ସୁସ୍ଥ  ଜୀବନଯାପନ ଦ୍ୱାରା ହିଁ ସମ୍ପର୍କରେ ନିବିଡତା  ଆସିଥାଏ ।

-ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ  ରହନ୍ତୁ । ଏହା ଗର୍ଭଧାରଣାରେ ସମସ୍ୟା  ଆଣିପାରେ ।

-ଲାପଟପ୍‌, କମ୍ପ୍ୟୁଟର ଓ ମୋବାଇଲ୍‌ର  ବ୍ୟବହାର କମାନ୍ତୁ । ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ର  ବ୍ୟବହାର ସୀମିତ କରନ୍ତୁ । ବିଶେଷକରି  ରାତିରେ ସେଥିରୁ ନିର୍ଗତ ବିକିରଣ ଆପଣଙ୍କ  ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ  ପକାଇପାରେ ।