PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ନେଇ ଯନ୍ତର ମନ୍ତର ଠାରେ ଆନ୍ଦୋଳନ

ନୀଳଗିରି ୮/୮(ଆ.ପ୍ର): ଆଜି ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଏକ ଦିବସୀୟ ଧାରଣା ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଅନୁଷ୍ଠିତ ହୋଇଅଛି। ହୋ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନିମନ୍ତେ ଏଭଳି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର କେନ୍ଦୁଝର,‌ ମୟୂରଭଂଜ, ବାଲେଶ୍ଵର, ଆଠଗଡ, ଯାଜପୁର, ଅନୁଗୋଳ, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ୨୦୦ରୁ ଅଧିକ ଆଦିବାସୀ ନେତା ଯୋଗ ଦେଇଥିଲେ। ଝାଡ଼ଖଣ୍ଡ,ଆସାମ ଓ ପଶ୍ଚିମବଙ୍ଗରୁ ୧୦୦ରୁ ଅଧିକ ଭାଷା ଆନ୍ଦୋଳନକାରୀ ଯୋଗ ଦେଇଥିଲେ ।  ଏହି ଅବସରରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ନୂଆ ଶିକ୍ଷା ନୀତିର ସଫଳ ରୂପାୟନ କରିବା ପାଇଁ ମାତୃଭାଷାରେ ପ୍ରାଥମିକ ଓ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ମାତୃଭାଷା ହୋ ରେ ଶିକ୍ଷା ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଏହି ଧାରଣାରେ ହୋ ବ୍ୟତୀତ ଭୋଜପୁରୀ, ମଗୀ, ଅଙ୍ଗିକା, ରାଜସ୍ଥାନୀ, କୋଶଳୀ, କୋଡବା, ବାଜିକା ଆଦି ଅଣ-ସୂଚିତ ଭାଷାର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ। ଧାରଣାରେ କମିଟିର କେନ୍ଦ୍ରୀୟ ସଭାପତି ରାମରାଇ ମୁନ୍ଦୁଇୟା, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ତିୟୁ, ଉପ ସଭାପତି ଗିରିଶ ଚନ୍ଦ୍ର ହେମ୍ବ୍ରମ, ସମ୍ପାଦକ ଜୀବନ ସିଂ ମୁନ୍ଦୁଇୟା, ଉପ କୋଷାଧ୍ୟକ୍ଷ ଗଙ୍ଗାଧର ହେମ୍ବ୍ରମ, ଝାଡ଼ଖଣ୍ଡରୁ ସମ୍ପାଦକ ସୁରା ବିରୁଲୀ ,ପଶ୍ଚିମବଙ୍ଗରୁ ସଂଘର ଉପ ସଭାପତି ଜଗନ୍ନାଥ କେରାଇ ଏବଂ ଆସାମରୁ ଉପ ସଭାପତି ସୁରେନ ମୁଣ୍ତା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର