ଭୁବନେଶ୍ବର,୨୮/୦୩:କଲେଜରେ ହେଉନି ପାଠପଢା  । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ।  ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀମାନେ  ରାସ୍ତାରୋକ କରିଛନ୍ତି।  ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକ ନିକଟରେ ରାସ୍ତାରୋକ କରାଯାଇଛି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ଏହା ମଧ୍ୟ ପଢନ୍ତୁ- ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ

ବରପଦା ଇଞ୍ଜିନିୟରିଂ କଲେଜରେ ଦୀର୍ଘ ଦିନ ହେବ କଲେଜରେ ପାଠପଢା ହେଉନଥିଲା । ଯାହାକୁ ନେଇ ପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ । ଏନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ଛାତ୍ରଛାତ୍ରୀମାନେ କଲେଜ୍ ଗେଟରେ ତାଲା ପକାଇ ଦେଇଥିଲେ ।ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକ ନିକଟରେ ରାସ୍ତାରୋକ କରିଥିଲେ ।  ଫଳରେ ଦୀର୍ଘ ସମୟ ଯାଏ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏନେଇ ଖବର ପାଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି।