ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ

Published By : Harapriya Sethi | March 28, 2025 12:20 PM

ଭୁବନେଶ୍ୱର, ୨୮/୦୩: ସଇତାନ ସାଜିଲା ଜନ୍ମ କଲା ପୁଅ । ବୁଢା ବାପାର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି କଲା ହତ୍ୟା । ପୋଲିସ ଆଗରେ ସତ ବଖାଣିଲା ହତ୍ୟାକାରୀ ପୁଅ । ମୃତକ ଲାମପଦର ଗାଁର ଡକେଣା ଦିଗାଲ ଏବଂ ହତ୍ୟାକାରୀ ପୁଅ ସୁରଜ ଦିଗାଲ ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଲାମପଦର ଗାଁର ଡକେଣା ଦିଗାଲ ରାତିରେ ବାହାରକୁ ପରିଶ୍ରା କରିବାକୁ ଆସିଥିଲେ । ଏହି ସମୟରେ ତାଙ୍କ ପୁଅ ସୁରଜ ଦିଗାଲ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା । ଘର ବାହାରେ ନିଜ ବାପାକୁ ଗାଳି କରିବା ପରେ ଉତ୍ୟକ୍ତ ହୋଇ ହାତୁଡ଼ିରେ ବାପାର ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲା । ଫଳରେ ଘଟଣା ସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୃଦ୍ଧ ବାପା ଜୀବନ ହାରିଥିଲେ । କିଛି ସମୟ ପରେ ସ୍ୱାମୀ ଘରକୁ ନ ଆସିବାରୁ ବାହାରକୁ ଆସି ଦେଖିଥିଲେ ଡକେଣା ଦିଗାଲଙ୍କ ପତ୍ନୀ । ହେଲେ ସେତେବେଳକୁ ତାଙ୍କ ସ୍ୱାମୀ ଡକେଣା ଦିଗାଲଙ୍କ ମୃତ୍ୟୁ ହୋଇସାରିଥିଲା । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅ ସୁରଜ ଦିଗାଲକୁ ଗିରଫ କରିଛି । ହତ୍ୟାକାରୀ ପୁଅ ସମସ୍ତ ଘଟଣାକୁ ସ୍ୱୀକାର କରିବା ସହ ମଦ ପିଇ ନିଶାରେ ଏଭଳି ଘଟାଇଥିବା ବଖାଣିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.