PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଜାପାନ୍‌ ଯିବେ ଆଦିବାସୀ ଛାତ୍ରୀ ରଜନୀ

ରାସୋଳ,୨୬ା୨(ଆପ୍ର): ସପ୍ତମ ଜାତୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ସ୍ଥିତ ଉତ୍କଳ ଭାରତୀ ବିଦ୍ୟାପୀଠ ଖଲିବୋରେଇର ଦଶମ ଶ୍ରେଣୀ ଛାତ୍ରୀ ରଜନୀ ହେମ୍ବ୍ରମ୍‌ ସାକୁରା ବିଜ୍ଞାନ ପ୍ରଦର୍ଶନରେ ଅଂଶଗ୍ରହଣ କରିବାକୁ ଜାପାନ ଯିବେ । ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ପକ୍ଷରୁ ରଜନୀଙ୍କ ବିଜ୍ଞାନ ପ୍ରକଳ୍ପ ‘ଆଧୁନିକ ଡାଲି ପେଷଣା ଯନ୍ତ୍ର’ ସାକୁରା ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ଅନୁଗୁଳ ଜିଲ୍ଲା ନାଲ୍‌କୋ ଡୋକା ହାଟିଂର ବାସିନ୍ଦା ଛୋଟରାୟ ହେମ୍ବ୍ରମ୍‌ଙ୍କ ଝିଅ ରଜନୀ ଖଲିବୋରେଇ ସ୍ଥିତ ଉତ୍କଳ ଭାରତୀ ବିଦ୍ୟାପୀଠର ଛାତ୍ରୀ ଅଟନ୍ତି । ସେଠାରେ ସେ ଛାତ୍ରୀନିବାସରେ ରହି ପାଠ ପଢୁଥିବାବେଳେ ଏବେ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି । ଆସନ୍ତା ଅପ୍ରେଲ୍‌ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାପାନ ବିଜ୍ଞାନ ଓ କାରିଗରି କୌଶଳ ଏଜେନ୍ସି(ଜେଏସ୍‌ଟି) ଦ୍ୱାରା ଆୟୋଜିତ ‘ସାକୁରା’ ଜାପାନ-ଏସିଆ ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମ୍‌ ଇନ୍‌ ସାଇନ୍ସ ତଥା ‘ସାକୁରା’ ସାଇନ୍ସ ପ୍ଲାନ୍‌ରେ ସେ ଅଂଶଗ୍ରହଣ କରିବେ । ତାଙ୍କ ସହ ସହାୟକ ଶିକ୍ଷକ ତଥା ଉତ୍କଳ ଭାରତୀ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ପ୍ରଭାସ କୁମାର ଘଡ଼େଇ ମଧ୍ୟ ଜାପାନ ଯାତ୍ରା କରିବେ ବୋଲି ଜଣାଯାଇଛି । ଭୁବନେଶ୍ୱର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଛାତ୍ରୀ ମଧ୍ୟ ଜାପାନ୍‌ ଯିବାକୁ ମନୋନୀତ ହୋଇଛନ୍ତି ।


ଗତ ବର୍ଷ ରଜନୀଙ୍କ ଏହି ପ୍ରକଳ୍ପ ଜିଲ୍ଲାସ୍ତରରୁ ମନୋନୀତ ହୋଇ ରାଜ୍ୟସ୍ତରକୁ ଯାଇଥିଲା । ଭୁବନେଶ୍ୱର କ୍ୟାପିଟାଲ୍‌ ହାଇସ୍କୁଲ୍‌ରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସେ ମନୋନୀତ ହୋଇ ଜାତୀୟସ୍ତରକୁ ଯାଇଥିଲେ । ଜାତୀୟସ୍ତରକୁ ଓଡ଼ିଶାରୁ ମୋଟ୍‌ ୧୪ଟି ପ୍ରକଳ୍ପ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ରଜନୀ ରହିଥିଲେ । ତେବେ ଗତ ବର୍ଷ ଜାତୀୟ ବିଜ୍ଞାନ ପ୍ରଦର୍ଶନ ହୋଇପାରିନଥିଲା । ଗତ ଫେବ୍ରୁଆରୀ ୧୪-୧୫ ତାରିଖରେ ନୂଆଦିଲ୍ଲୀର ଆଇଆଇଟି କ୍ୟାମ୍ପସ୍‌ରେ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବା ବେଳେ ଏହା ପୂର୍ବରୁ ରଜନୀଙ୍କ ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମନୋନୀତ ହୋଇ ଜାପାନ୍‌ ଯିବାକୁ ନିଷ୍ପତ୍ତି ହୋଇଥିଲା ।